ଅଯୋଧ୍ୟାରେ ହଠାତ୍ ପହଞ୍ଚିଗଲେ ରାମ, ଦୌଡ଼ିଗଲେ ଶହ ଶହ ଲୋକ ପାଦ ଛୁଇଁ କାନ୍ଦି ପକାଇଲେ…

ଅଯୋଧ୍ୟାରେ ପହଞ୍ଚିଲେ ରାମ ! ହଁ ଆଜ୍ଞା ଅଯୋଧ୍ୟାର ନବ ନିର୍ମିତ ରାମ ମନ୍ଦିରରେ ହଟାତ ଆସି ପହଞ୍ଚିଗଲେ ରାମ । ତେବେ ଟିଭି ପରଦାରେ ରାମାୟଣ ମେଗା ଧାରାବାହିକରେ ରାମ ଚରିତ୍ରରେ ରାମଙ୍କ ଭୂମିକାରେ ନଜର ଆସିଥିବା ଅରୁଣ ଗୋଭିଲ ଅଯୋଧ୍ୟା ରାମ ମନ୍ଦିରକୁ ଯାଇଥିଲେ । ତେବେ ସେଠାରେ ତାଙ୍କୁ ଦେଖି ସେଠାରେ ଉପସ୍ଥିତ ଥିବା ଲୋକମାନେ ତାଙ୍କ ପାଖକୁ ଧାଇଁ ଯାଇଥିଲେ । ଏଥିସହ ତାଙ୍କର ପାଦ ମଧ୍ୟ ସ୍ପର୍ଶ କରି ମୁଣ୍ଡିଆ ମାରିଥିଲେ ।

ତେବେ ଆଜି ପର୍ଯ୍ୟନ୍ତ ବି ଭାରତର ଲୋକଙ୍କ ହୃଦୟରେ ଅରୁଣ ଗୋଭିଲ ରାମ ଚରିତ୍ରରେ ରହିଛନ୍ତି । କାରଣ ଅଭିନେତା ଅରୁଣ ଗୋଭିଲଙ୍କର ରାମାୟଣରେ ରାମ ଚରିତ୍ରଟି ଏତେ ହୃଦୟସ୍ପର୍ଶୀ ଥିଲା । ତାଙ୍କ ଅଭିନୟର ଜାଦୁଗରୀକୁ କେହି ମଧ୍ୟ ଭୁଲିପାରୁନାହାନ୍ତି । ସେଥିପାଇଁ ତାଙ୍କର ସେହି ରାମ ଭୂମିକାରେ ଥିବା ଚରିତ୍ରକୁ ଆଜି ପର୍ଯ୍ୟନ୍ତ ଲୋକେ ପ୍ରକୃତ ରାମ ଭାବି ବିଶ୍ବାସ କରନ୍ତି ।

ପିଲା ଦିନରୁ ଯେଉଁ ରାମକୁ ଲୋକମାନେ ଟିଭି ପରଦାରେ ଦେଖିଆସିଛନ୍ତି । ତେବେ ସେହି ରାମକୁ ଅଯୋଧ୍ୟାର ରାମ ମନ୍ଦିରରେ ଦେଖି ଲୋକେ ବହୁତ ଆନନ୍ଦିତ ହେଇଯାଇଥିଲେ । କାରଣ ସେହି ଛବିକୁ ଆଜି ପର୍ଯ୍ୟନ୍ତ ବି ଲୋକେ ପୂଜା କରୁଛନ୍ତି । ତେଣୁ ରାମ ଭୂମିକାରେ ଥିବା ସେହି ଅଭିନେତା ଅରୁଣ ଗୋଭିଲଙ୍କୁ କେହି ଭୁଲିପାରିନାହାନ୍ତି । ତାଙ୍କୁ ଯେଉଁଠାରେ ବି କେହି ଦେଖିବାକୁ ପାଇଥାନ୍ତି । ସଙ୍ଗେ ସଙ୍ଗେ ମୁଣ୍ଡିଆ ମାରି ଦିଅନ୍ତି ।

ଅଯୋଧ୍ୟାରେ ନିର୍ମାଣଧୀନ ରାମ ମନ୍ଦିରରେ ଜାନୁଆରୀ 22 ତାରିଖ ଦିନ ରାମଲାଲଙ୍କର ପ୍ରାଣ ପ୍ରତିଷ୍ଠା ହେବା ପାଇଁ ଯାଉଛି । ତେଣୁ ଅଯୋଧ୍ୟାକୁ ଆମନ୍ତ୍ରିତ ଅତିଥି ମାନଙ୍କର ଆଗମନ ହୋଇସାରିଛି । ସେଥିରେ ରାମାନନ୍ଦ ସାଗରଙ୍କ ରାମାୟଣରେ ରାମ ଚରିତ୍ରରେ ଅଭିନୟ କରିଥିବା ଅରୁଣ ଗୋଭିଲ ମଧ୍ୟ ପହଞ୍ଚିଥିଲେ । ତେବେ ତାଙ୍କର ଅଯୋଧ୍ୟା ଆଗମନର ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଅରୁଣ ଗୋଭିଲ ନିଜ ସୋସିଆଲ ମିଡିଆରେ ମଧ୍ୟ ଅଯୋଧ୍ୟାକୁ ଯାଇଥିବା କଥା ଶେୟାର କରିଛନ୍ତି । ଯେ କିଭଳି ଭାବେ ଆଜି ପର୍ଯ୍ୟନ୍ତ ମଧ୍ୟ ଫ୍ୟାନ ମାନେ ରାମ ଭୂମିକାରେ ଅଭିନୟ କରିଥିବା ଚରିତ୍ରକୁ ମନେ ରଖିଛନ୍ତି । ଏଥିସହ ତାଙ୍କୁ କେତେ ସମ୍ମାନ ମଧ୍ୟ କରୁଛନ୍ତି । ଖବରର ଅପଡେଟ ପାଇବା ଲାଗି ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *