ମୋ 2 ବୋହୂଙ୍କ ଖାଦ୍ୟ ପ୍ରଶଂସା ଶୁଣି, ମୁଁ ବହୁତ ଆନନ୍ଦିତ ! Car Khana Neha & Rashmita

ମୋ ବୋହୁ ମାନଙ୍କୁ ମୁଁ ନିଜ ଝିଅ ପରି ଦେଖେ । ତେବେ ବର୍ତ୍ତମାନ କାର ଖାନାର ସ୍ଵାଦ ଚର୍ଚା ସବୁଆଡେ ଦେଖିବାକୁ ମିଳୁଛି । ଘରର 2 ବୋହୁ ନିଜର ଚେଷ୍ଟା ଓ ପ୍ରୟାସ ବଳରେ ରୋଷେଇ କରି ଲୋକଙ୍କୁ ଅତି ସ୍ଵାଦିଷ୍ଟ ଖାଦ୍ୟ ପରଶିଦେଉଛନ୍ତି । ତେବେ ଯାହାଙ୍କର ନାମ ହେଉଛି ନେହା ଓ ରଶ୍ମିତା । ତେବେ ନେହା ଓ ରଶ୍ମିତାଙ୍କ ଶ୍ଵଶୁର ଗଣ ମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ତେବେ ତାଙ୍କ ଶ୍ଵଶୁରଙ୍କ କହିବା ଆଧାରରେ ମୋର 2 ବୋହୁଙ୍କର ଖାଦ୍ୟର ପ୍ରଶଂଷା ଲୋକଙ୍କ ମୁହଁରୁ ଶୁଣି ମୋତେ ବହୁତ ଖୁସି ଲାଗୁଛି ।

କାରଣ ଯେହେତୁ ସେମାନେ ଆମର ପିଲା ସେମାନଙ୍କ ଭଲ କାର୍ଯ୍ୟ ଦେଖି ଯଦି ସମାଜ ଭଲ କହୁଛି । ତେବେ ଆମ ବାପା, ମାଆଙ୍କ ପାଇଁ ତାହା ଗର୍ବର କଥା ଅଟେ । ତେବେ ନେହା ଓ ରଶ୍ମିତା ଯେବେ ଠାରୁ କାର ମାଧ୍ୟମରେ ନିଜର ପ୍ରସ୍ତୁତ ହାତରନ୍ଧା ଖାଦ୍ୟକୁ ଲୋକଙ୍କ ନିକଟରେ ପହଞ୍ଚାଇ ପାରିଛନ୍ତି । ସେବେଠାରୁ ବହୁତ ଲୋକ ଖାଇବାକୁ ମଧ୍ୟ ଆସୁଛନ୍ତି । ଏପରିକି ବୋହୁଙ୍କୁ ଦେଖିକି ମଧ୍ୟ ଯାଉଛନ୍ତି ।

କାରଣ ଲୋକଙ୍କର ସେମାନଙ୍କ ପ୍ରତି ଶ୍ରଦ୍ଧା ଓ ଭଲ ପାଇବା ଅଛି ବୋଲି ସେମାନେ ତାଙ୍କ ହାତରୁ ଖାଦ୍ୟ ଖାଇକି ଯିବା ସହ ତାଙ୍କୁ ଆଶ୍ରୀବାଦ କରିକି ମଧ୍ୟ ଯାଉଛନ୍ତି । ଏପରି କାରରେ ଖାଦ୍ୟ ନେଇ ରୋଡ ସାଇଡରେ ଲୋକ ମାନଙ୍କୁ ଅତି ସୁଲଭ ମୂଲ୍ୟରେ ଖାଦ୍ୟ ଯୋଗାଇବା ଚିନ୍ତାଧାରା କୋରୋନା ସମୟରୁ ସୃଷ୍ଟି ହୋଇଛି । ସେବେ ଠାରୁ ଆଜି ପର୍ଯ୍ୟନ୍ତ ବୋହୁ ମାନେ ନିଜର ଏପରି ଭଲ ଚିନ୍ତାଧାରା ନେଇ ଲୋକଙ୍କୁ ସୁଲଭ ମୂଲ୍ୟରେ ଖାଦ୍ୟ ଯୋଗାଇବାର ପ୍ରୟାସ ଜାରୀ ରଖିଛନ୍ତି ।

ମୁଁ ମୋ ବୋହୁ ମାନଙ୍କୁ ବୋହୁ ହିସାବରେ କେବେବି ଦେଖିନାହିଁ । କାରଣ ବୋହୁ ହିସାବରେ ଦେଖିଲେ ହୁଏତ କଟକଣା ରହିବ । ହେଲେ ମୁଁ ବୋହୁ ମାନଙ୍କୁ ଝିଅ ଭଳି ସବୁବେଳେ ଦେଖେ । ତାଙ୍କର ପ୍ରତ୍ଯେକଟି କାର୍ଯ୍ୟରେ ମୁଁ ମଧ୍ୟ ତାଙ୍କୁ ସପର୍ଟ କରେ । କାରଣ ଝିଅ ଶାଶୁ ଘରକୁ ଯିବା ପରେ ତାଙ୍କ ଶାଶୁ, ଶ୍ଵଶୁର ତାଙ୍କ ବୋହୁ ମାନଙ୍କୁ ନିଜର ଝିଅ ଭଳି ସ୍ନେହ, ଆଦର ଦେବା ଉଚିତ । ଖବରର ଅପଡେଟ ପାଇଁ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *