Bollywood ର ସୁପରଷ୍ଟାର Ajay Devgan ଙ୍କ ଜୀବନ ଇତିହାସ ଆପଣଙ୍କୁ ଚିନ୍ତାରେ ପକେଇଦେବ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବଲିଉଡର ନାମୀଦାମୀ କଳାକାର ମଧ୍ୟରୁ ଜଣେ ସୁପର ସ୍ଟାର ଅଭିନେତା ହେଉଛନ୍ତି ଅଜୟ ଦେଭଗନ । ଆଜି ଆପଣ ମାନେ ଅଜୟ ଦେଭଗନ ଙ୍କର ସଂପୂର୍ଣ୍ଣ ଫ୍ୟାମିଲି ଡିଟେଲ୍ ଓ ତାଙ୍କର ଫିଲ୍ମ କ୍ଯାରିଅରକୁ ନେଇ କିଛି ବିଶେଷ ତଥ୍ୟ ମଧ୍ୟ ଜାଣିବାକୁ ପାଇବେ । ଅଜୟ ଦେଭଗନଙ୍କର ପିତା ହେଉଛନ୍ତି ସ୍ଵର୍ଗୀୟ ଭୀରୁ ଦେଭଗନ । ଭୀରୁ ଦେଭଗନଙ୍କର ଫିଲ୍ମରେ କ୍ଯାରିଅରରେ ପାଦ ଥାପିବାକୁ ବହୁତ ଇଛା ଥିଲା ।

ପ୍ରଥମେ ସେ ଫିଲ୍ମ ଦୁନିଆରେ ନିଜର ପରିଚୟ ବନାଇବାକୁ ମୁମ୍ବାଇ ଆସିଥିଲେ । ତାପରେ ସେହି କିଛି ନା କିଛି କାମ କରିବା ସହ ଫିଲ୍ମରେ ମଧ୍ୟ ଅଭିନୟ କରିବାର ଇଛା ରଖିଥିଲେ । ସେ ପ୍ରଥମେ ଷ୍ଟଣ୍ଟ ମ୍ୟାନ ଓ ପରେ ପରେ ଆକ୍ସନ ଡ଼ିରେକ୍ଟର ରୂପରେ ବଲିଉଡରେ ଜଣାଶୁଣା ହୋଇଗଲେ ।  ସେ’ ନିଜେ ଏକ ଫିଲ୍ମରେ ହିରୋ ହୋଇନଥିଲେ ସତ କିନ୍ତୁ ତାଙ୍କ ପୁଅ ଅଜୟ ଦେଭଗନକୁ ଫିଲ୍ମ ଦୁନିଆର ଆଗ ଧାଡିର ଏକ ହିରୋ କରିବାର ଇଛା ସେ ରଖିଥିଲେ ।

ଅଜୟ ଦେଭଗନଙ୍କର ଆଉ ଜଣେ ଭାଇ ଓ ୨ ଟି ଭଉଣୀ ଥିଲେ । ଅଜୟ ଦେଭଗନଙ୍କର ଧର୍ମ ପତ୍ନୀ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ କାଜଲ । ଅଜୟ ଦେଭଗନଙ୍କର ପ୍ରଥମେ ନାମ ଥିଲା ବିଶାଳ ଦେଭଗନ । ଅଜୟ ଦେଭଗନଙ୍କର ଜନ୍ମ ମୁମ୍ବାଇରେ ହୋଇଥିଲା । ତାଙ୍କ ସ୍କୁଲିଙ୍ଗ ସିଲିଭର ବିଚ ହାଇ ସ୍କୁଲ ଓ ଗ୍ରାଜୁଏସନ ମୁମ୍ବାଇର ଏକ କଲେଜରେ କରିଥିଲେ ।

ଭୀରୁ ଦେଭଗନଙ୍କର ବହୁତ ବଡ ଇଛା ଯେହେତୁ ତାଙ୍କର ବଡ ପୁଅ ଅଜୟକୁ ଫିଲ୍ମରେ ହିରୋ ବନାଇବାର ଥିଲା । ତେଣୁ ସେ ତାଙ୍କ ପୁଅ ଅଜୟକୁ ହିରୋ ବନାଇବାକୁ ବହୁତ ପ୍ରଚେଷ୍ଟା କରିଥିଲେ । ଅଜୟ ଦେଭଗନଙ୍କର ପାଠ ପଢା ସହିତ ଫିଲ୍ମ ଦୁନିଆର ଟ୍ରେନିଂ ମଧ୍ୟ ଚାଲୁ ରହିଥିଲା । ତାପରେ ଅଜୟ ଦେଭଗନ ନିଜ ବାପାଙ୍କର ଆକ୍ସନ କାର୍ଯ୍ୟରେ ମଧ୍ୟ ଦେଖନ୍ତି ଓ ଫିଲ୍ମ ଦୁନିଆ ବିଷୟରେ ସବୁବେଳେ ଅପଡେଟ ହୁଅନ୍ତି ।

ଅଜୟ ପ୍ରଥମେ ପିଲା କଳାକାର ଭାବେ ପ୍ୟାରୀ ବେହେନା ଫିଲ୍ମରେ ଆକଟିଂ କରିଥିଲେ । ତାପରେ ୧୯୯୧ ମସିହାରେ ଫିଲ୍ମ ଦୁନିଆକୁ ହିରୋ ରୂପରେ ଏଣ୍ଟ୍ରି କରିଥିଲେ । ଏହି ଫିଲ୍ମ ପାଇଁ ବେଷ୍ଟ ଫିଲ୍ମ ଡେବ୍ୟୁ ରୂପେ ଆୱାର୍ଡ ମଧ୍ୟ ମିଳିଥିଲା ।  ତାଙ୍କର ପ୍ରଥମ ଫିଲ୍ମ ହେଉଛି ଫୁଲ୍ ଅର କାଣ୍ଟେ । ବିଶାଲ ଦେଭଗନଙ୍କ ନାମରେ ଆଉ ଜଣେ ଅଭିନେତା ବଲିଉଡରେ ଇଣ୍ଡଷ୍ଟ୍ରିରେ ସେତେବେଳେ କାମ କରୁଥିବାରୁ ଅଜୟ ତାଙ୍କ ନାମରେ ପରିବର୍ତ୍ତନ କରିଥିଲେ ।

ବିଶାଲ ଦେଭଗନରୁ ଅଜୟ ଦେଭଗନ କରିଦେଇଥିଲେ । ତାପରେ ପରେ ପରେ ଜିଗର, ଜାନ,  ସୁହାଗ ପରି ଅନେକ ଫିଲ୍ମରେ ନିଜର କଳାର ଉତ୍ତମ ପଦର୍ଶନ କରି ନିଜ ପାଇଁ ବଲିଉଡ ଇଣ୍ଡଷ୍ଟ୍ରିରେ ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *