ମାନବପ୍ରେମୀ ଆଦିତ୍ୟ ଦାସ ଗଲାପରେ କିପରି ଚାଲିଛି ବୃଦ୍ଧାଶ୍ରମ ..ଵୃଦ୍ଧାଶ୍ରମରେ ହେଉଥିବା ଅଭିଯୋଗର କଣ ରହିଛି ସତ୍ୟତା ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ପିପଲ ଫର ସେବା ବୁଦ୍ଧାଶ୍ରମରେ ଥିବା ଅନ୍ତେବାସୀଙ୍କୁ ନାନା ପ୍ରକାରର ଟର୍ଚର କରାଯାଉଛି । ତେବେ ବନ୍ଧୁଗଣ ଏମିତି କିଛି ସତ୍ୟତା ଆସିବା ପରେ କିଛି ଗଣମାଧ୍ୟମ ପ୍ରତିନିଧି ପିପଲ ଫର ସେବା ବୁଦ୍ଧାଶ୍ରମରେ ଯାଇ ପହଞ୍ଚି ଥିଲେ ।
ଆଉ ଅନ୍ତେବାସୀ ମାନଙ୍କର ପ୍ରତିକ୍ରିୟା ନେଇଥିଲେ । ଅନ୍ତେବାସୀ ମାନେ କହିଥିଲେ ଜଣେ ବୃଦ୍ଧ ଓ ବୃଦ୍ଧା ଏଭଳି ମିଥ୍ୟା କଥା ଆଶ୍ରମ ବିଷୟରେ କହିଛନ୍ତି । ଆଶ୍ରମରେ ଅନ୍ତେବାସୀ ମାନଙ୍କର କୌଣସି ସମସ୍ୟା ହେଉ ନାହିଁ । ବନ୍ଧୁଗଣ ଏବେ ଆଦିତ୍ୟଙ୍କ ମା ଗଣମାଧ୍ୟମ ସାମ୍ନାକୁ ଆସି ନିଜର ବୟାନ ଦେଇଛନ୍ତି । ଆଦିତ୍ୟଙ୍କ ମାଙ୍କ କହିବା ଅନୁଯାଇ-‘ଯାହା ବି ମିଛ କଥା ସାମ୍ନାକୁ ଆସୁଛି ସେମିତି କିଛି ବି ନାହିଁ ସବୁ ଠିକ ଠାକ ଚାଲିଛି ।
ଆଶ୍ରମରେ ରୋଷେୟା ଥିଲା ତାକୁ ଏତେ ଟର୍ଚର ସେହି ମାଉସୀ କରିଲେ ଯେ ସେ ରୋଷେୟା ଛାଡି ପଳେଇଲା । ଆମେ ସମସ୍ତେ ଜାଣିଛୁ ରୋଷେୟା ଉପରେ ବହୁତ ଅତ୍ୟାଚାର ହେଲା । ତା ପରେ ମୁଁ ଆଉ ଗୋଟେ ଆଣିଲି ତା ସଙ୍ଗେ ବି ଝଗଡା କରିଲା । ଏହା ପରେ ସେ ବି ପଳେଇ ଗଲା । ତେଣୁ ମୁଁ ଏବେ କାମ କରୁଛି ସେ ମଉସା ମାଉସୀ ମାନେ ଟିକେ ଟିକେ ହେଲ୍ପ କରନ୍ତି ।
ଆମେ ମିଶିକି ରୋଷେଇ କରୁ ପନିପରିବା କାଟି ଦେଉ । ସବୁ ଠିକ ଠାକ ଥିଲା ହେଲେ ଗୋଟେ ବାଇଟରେ ମୁଁ ଆଜି ଦେଖିଲି କିଏ କହୁଛି ଆଦିତ୍ୟ ଥିଲା ବେଳେ ମୁଁ ଭଲରେ ଥିଲି ଏବେ ଆମକୁ ବହୁତ ହଇରାଣ କରୁଛନ୍ତି । ସେ ବାଇଟ ଦେବା ପରେ ମୁଁ ତାକୁ ଆସିକି ପଚାରିଲି ଯେ ମିଡିଆ ବାଲା ତ ଆଶ୍ରମକୁ ଆସିନି ତମେ କେଉଁଠି ଯାଇ ଏ ବାଇଟ ଦେଲ ।
ତମେ ତ କହୁଛ ଯିବା ପାଇଁ ବେଗ ପେକ୍ କରୁଛ ତା ହେଲେ ତମେ ଯାଉନ କାହିଁକି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଆଦିତ୍ୟଙ୍କ ମା ଗଣମଧ୍ୟମ ସାମ୍ନାରେ ନିଜର ବୟାନ ଦେଇଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।