ଓଡିଶାର ସବୁଠୁ ଲୋକପ୍ରିୟ ହୀରୋଇନ Varsha Priyadarshini ଙ୍କ ମୋଟ ସମ୍ପତ୍ତି କେତେ ? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ !

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଓଡିଆ ଇଣ୍ଡଷ୍ଟ୍ରିର ଅନେକ ଫିଲ୍ମ ଦେଖିଥିବେ । ବର୍ତ୍ତମାନ ଅବଶ୍ୟ ଓଡିଆ ଇଣ୍ଡଷ୍ଟ୍ରିର ଅବସ୍ଥା ଟିକେ ଜଟିଳ ଅଛି ହେଲେ ଗୋଟେ ସମୟ ଥିଲା ଓଡିଆ ଇଣ୍ଡଷ୍ଟ୍ରି ବହୁତ ସଫଳତା ହାସଲ କରିଥିଲା । ତେବେ ଆଜି ଆମେ ଆପଣ ମାନଙ୍କୁ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ  । ସାଧାରଣତଃ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନେ ନିଜ ସୁନ୍ଦରତା ଓ ନିଜ ପର୍ଶନାଲ ଲାଇଫ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ।

ହେଲେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ନିଜ ପାରିବାରିକ ବିବାଦ ପାଇଁ ଗତ କିଛି ମାସ ହେବ ସାରା ଓଡିଶାରେ ଚର୍ଚ୍ଚାରେ ଅଛନ୍ତି । ବନ୍ଧୁଗଣ ଏହି ଓଡିଆ ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ବର୍ଷା ପ୍ରିୟଦର୍ଶନୀ । ଆପଣ ମାନେ ସମସ୍ତେ ବର୍ଷାଙ୍କ ଅନେକ ସୁପର ହିଟ ଫିଲ୍ମ ଦେଖିଥିବେ ।

ବର୍ଷା ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି ଆଉ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ବର୍ଷାଙ୍କ ସୁନ୍ଦରତା ଓ ତାଙ୍କ ଅଭିନୟକୁ ଓଡିଶା ବାସୀ ବେସ ପସନ୍ଦ କରନ୍ତି । ବର୍ଷା ଓଡିଆ ଅଭିନେତା ଅନୁଭବଙ୍କ ସହ ବିବାହ କରିଥିଲେ ହେଲେ ଏବେ ଉଭୟ ଅଲଗା ହୋଇଯାଇଛନ୍ତି । ଆଉ ଏବେ ଉଭୟଙ୍କ ବିବାହ ବିଚ୍ଛେଦ ମାମଲା କୋର୍ଟରେ ଚାଲିଛି ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବର୍ଷାଙ୍କ ସମ୍ପତ୍ତି ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆଉ ଡେରି ନକାରି ଆସନ୍ତୁ ଜାଣିବା ଏହା ବିଷୟରେ । ବର୍ଷା ପିଲା ଦିନରୁ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରିବାକୁ ଚାହୁଁ ଥିଲେ ଆଉ ସେଥିପାଇଁ ସେ ନିଜ ପାଠ ପଢା ଶେଷ କରି ମଡେଲିଙ୍ଗ ଦୁନିଆରେ ପାଦ ଦେଲେ ।

ସେ ପ୍ରଥମେ ଏକ ବେଙ୍ଗୋଲି ଫିଲ୍ମ କରିଥିଲେ ଯାହାର ନାମ ଥିଲା ବାଜି । ଏହି ଫିଲ୍ମଟି ଫ୍ଲପ ହୋଇଯାଇଥିଲା ଆଉ ଏହା ପରେ ସେ ଏକ ଓଡିଆ ଫିଲ୍ମ କରିଲେ ଯାହାର ନାମ ଥିଲା ସାବତ ମାଆ । ଏହି ଫିଲ୍ମଟି ବି ଫ୍ଲପ ହେଇଗଲା । ଏହା ପରେ ସେ 2008 ମସିହାରେ ଏକ ବେଙ୍ଗୋଲି ଫିଲ୍ମ କଲେ ଯାହାର ନାମ ଥିଲା ଜୋର । ଏହି ଫିଲ୍ମଟି ସୁପର ହିଟ ହୋଇଥିଲା । ଆଉ ଏହା ପରେ ସେ ଗୋଟେ ପରେ ଗୋଟେ ଅନେକ ସୁପର ହିଟ ଫିଲ୍ମ କରି ଚାଲିଲେ ।

ବନ୍ଧୁଗଣ କଟକ ସହରରେ ବର୍ଷାଙ୍କର ଏକ ଆଳିସାନ ଘର ଅଛି । ତାଙ୍କର ବହୁତ ଗୁଡିଏ ଲକ୍ସରି କାର୍ସ ଅଛି । ବର୍ଷାଙ୍କର ମୋଟ ସମ୍ପତ୍ତି ପ୍ରାୟ 40-50 କୋଟି ଟଙ୍କା । ଆଉ ବର୍ଷା ସମସ୍ତ ଅଭିନେତ୍ରୀ ମାନଙ୍କ ଠାରୁ ଗୋଟେ ଫିଲ୍ମ କରିବା ପାଇଁ ସବୁଠାରୁ ଅଧିକ ଚାର୍ଜ କରନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ କେମିତି ଲାଗନ୍ତି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *