ମୃତ୍ୟୁ ବରଣ କରିଥିବା ଓଡିଆ ସିରିଏଲ୍ ଅଭିନେତ୍ରୀ Tilottama Khuntia ଙ୍କ ପୁରା ପରିବାର, ଆଗରୁ କେବେ ବି ଦେଖି ନଥିବେ…

ଦର୍ଶକ ବନ୍ଧୁ ଟିଭି ଓ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ତିଳୋତ୍ତମା ଖୁଣ୍ଟିଆଙ୍କ ମୃତ୍ୟୁ ଘଟିଛି । ତେବେ ମିଡିଆ ରିପୋର୍ଟସ ଅନୁସାରେ ତାଙ୍କର ମୃତ୍ୟୁ ହୃତଘାତ ପାଇଁ ଘଟିଛି । ଗତ କିଛି ଦିନ ହେବ ତାଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କୁ ଭୁବନେଶ୍ବରର ଏକ ହସ୍ପିଟାଲରେ ଭର୍ତ୍ତି କରଯାଇଥିଲା ଆଉ ସେଠାରେ ତାଙ୍କର ଚିକିତ୍ସା କରାଯାଉଥିଲା । ହେଲେ ଦର୍ଶକ ବନ୍ଧୁ ଗତ କାଲି ତାଙ୍କୁ ହୃତଘାତ ଆସିବା କାରଣ ରୁ ତାଙ୍କର ମୃତ୍ୟୁ ହୋଇଛି ।

ତିଳୋତ୍ତମାଙ୍କ ମୃତ୍ୟୁ ପରେ ସାରା ଓଡିଆ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି ଆଉ ତାଙ୍କ ପରିବାର ଲୋକଙ୍କ ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଛି । ତେବେ ଆଜି ଆମେ ଆପଣ ମାନଙ୍କୁ  ତିଳୋତ୍ତମାଙ୍କ ପରିବାର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ତିଳୋତମା ଖୁଣ୍ଟିଆଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ । ସେ ଉଭୟ ଫିଲ୍ମ ଓ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି ଏବଂ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ଫିଲ୍ମ, ସିରିଏଲ ଏବଂ ନାଟକ ଆଦିରେ ସେ ଦୀର୍ଘ ଦିନ ଧରି ଅଭିନୟ କରି ଓଡିଶାବାସୀଙ୍କର ମନ କିଣି ଥିଲେ । ନିଜ ସୁନ୍ଦର ଅଭିନୟ ପାଇଁ ସେ ଅନେକ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଛନ୍ତି ।

ଦର୍ଶକ ବନ୍ଧୁ ତିଳୋତ୍ତମାଙ୍କ ପରିବାର କହିଲେ ତାଙ୍କର ଦୁଇ ଝିଅ ଏବଂ ସ୍ଵାମୀ । ତିଳୋତ୍ତମାଙ୍କ ଦୁଇ ଝିଅ ଓଡିଆ ସିରିଏଲରେ ଅଭିନୟ କରନ୍ତି । ଜଣଙ୍କ ନାମ ହେଉଛି ଅରୁନ୍ଧତୀ ଆଉ ଜଣଙ୍କ ନାମ ଅନୁଭୃତି । ଅରୁନ୍ଧତୀ ଅନେକ ଓଡିଆ ଚଳଚିତ୍ର ଏବଂ ସିରିଏଲରେ ଅଭିନୟ କରିଛନ୍ତି । ଅନ୍ୟ ପଟେ ତାଙ୍କ ଝିଅ ଅନୁଭୃତି ମଧ୍ୟ ଅନେକ ଓଡିଆ ଚଳଚିତ୍ର ଏବଂ ସିରିଏଲରେ କାମ କରି ସୁନାମ ଅର୍ଜନ କରିଛନ୍ତି ।

ତାଙ୍କ ପରି ତାଙ୍କ ଦୁଇ ଝିଅ ମଧ୍ୟ ଓଡିଆ ସିରିଏଲ ଜଗତରେ ବେସ ଲୋକପ୍ରିୟତା ହାସଲ କରିଛନ୍ତି । ତିଳୋତ୍ତମାଙ୍କ ଅଚାନକ ମୃତ୍ୟୁରେ ଆଜି ଓଡିଆ ଇଣ୍ଡଷ୍ଟ୍ରି ସ୍ତବ୍ଦ ହୋଇ ଯାଇଛି । କାରଣ ସିରିଏଲ ଜଗତରେ ମାଆ ହେଉ କି ହିରୋଇନ ଭୂମିକା ସବୁଥିରେ ନିଜର ନିଖୁଣ ଅଭିନୟ ପଦର୍ଶନ କରିଥିଲେ ତିଳୋତ୍ତମା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ଅଭିନେତ୍ରୀ ତିଳୋତ୍ତମା କେମିତି ଲାଗନ୍ତି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *