ଯାଁଆଳା ଝିଅ ହେବା ପରେ କେତେ ଖୁସି ଅଛନ୍ତି ଅଭିନେତ୍ରୀ Jhilik Bhattacharya ଓ ସ୍ଵାମୀ, ଦେଖନ୍ତୁ…

ବନ୍ଧୁଗଣ, ଓଡିଆ ଇଣ୍ଡଷ୍ଟ୍ରୀ ର ବଙ୍ଗୀୟ ନାୟିକା ଝିଲିକ ଙ୍କୁ ଆପଣ ମାନେ ନିଶ୍ଚିତ ଭାବରେ ଓଡିଆ ଚଳଚ୍ଚିତ୍ର ରେ ଅଭିନୟ କରିଥିବାର ଦେଖିଥିବେ । ତାଙ୍କ ଅଭିନୟ ଏଭଳି ହୋଇଥାଏ ଯେ ସମସ୍ତେ ପ୍ରାଏ ତାଙ୍କୁ ପରଦା ରେ ଦେଖିବାକୁ ଭଲ ପାଇଥାନ୍ତି । ବାବୁଷାନ, ଅନୁଭବ ଙ୍କ ଭଳି ଅନେକ ପ୍ରସିଦ୍ଧ କଳାକାର ଙ୍କ ସହିତ ଝିଲିକ ଅଭିନୟ କରି ନିଜର କ୍ୟାରିୟର ଗଢିଥିଲେ । ଝିଲିକ ଙ୍କ ଘର କଲିକତା ରେ ଅଟେ ।

କିନ୍ତୁ ଓଡିଶା ଆସିବା ପରେ ସତେ ଯେମିତି ସେ ଓଡିଶା ର ବାସିନ୍ଦା ହୋଇଗଲେ । ସେ ପ୍ରୀତିରଞ୍ଜନ ଘଡେଇ ଙ୍କୁ ପ୍ରେମ ବିବାହ କରି ନିଜର ଦାମ୍ପତ୍ୟ ଜୀବନର ଆରମ୍ଭ କରିଥିଲେ । ତେବେ ଆଜି ଆମ୍ଭେ ଆପଣଙ୍କୁ ଏକ ଖୁସି ଖବର ଦେବାକୁ ଯାଉଅଛୁ । ଆସନ୍ତୁ ବର୍ତ୍ତମାନ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା । ତେବେ ଝିଲିକ ଙ୍କର ଫ୍ୟାନ୍ସ ମାନଙ୍କ ପାଇଁ ଆଜି ଏକ ଖୁସି ଖବର ଆସିଯାଇଅଛି ।

ଆଜି ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଜ୍ୟ ମା’ ହୋଇଛନ୍ତି ଏବଂ ଏକା ସାଙ୍ଗରେ ଦୁଇଟି କନ୍ୟା ସନ୍ତାନ ଙ୍କୁ ଜନ୍ମ ଦେଇଛନ୍ତି । ଝିଲିକ ଭଟ୍ଟାଚାର୍ଜ୍ୟ ଙ୍କର ଜନ୍ମଦିନ ରହିଥିବା ବେଳେ ତାଙ୍କ ଘରକୁ ଦୁଇ କନ୍ୟା ସନ୍ତାନ ଭାବରେ ଲକ୍ଷ୍ମୀ ଆସିଛନ୍ତି ବୋଲି ତାଙ୍କ ସ୍ଵାମୀ ପ୍ରୀତିରଞ୍ଜନ ଘଡେଇ ଝିଲିକ ଙ୍କର ସମସ୍ତ ଫ୍ୟାନ୍ସ ମାନଙ୍କୁ ଜଣାଇଛନ୍ତି ।

ବର୍ତ୍ତମାନ ଅଭିନେତ୍ରୀ ଝିଲିକ ଙ୍କୁ ଶୁଭେଛା ଏବଂ ଶୁଭକାମନା ର ସୁଅ ଛୁଟିବାରେ ଲାଗିଅଛି । ତେବେ ଝିଲିକ ବର୍ତ୍ତମାନ ହସ୍ପିଟାଲ ରେ ଅଛନ୍ତି ଏବଂ ତାଙ୍କର ଦୁଇ ଝିଅ ମଧ୍ୟ ବହୁତ ଭଲ ଅଛନ୍ତି ତଥା ସୁସ୍ଥ ଅଛନ୍ତି । ଅଭିନେତ୍ରୀ ଝିଲିକ କିଛି ଦିନ ତଳେ ତାଙ୍କର କିଛି ଫଟୋ ଛାଡିଥିଲେ । ଯେଉଁଥିରେ କି ତାଙ୍କର ସାଦଖିଆ ଫୋଟ ଛାଡିଥିଲେ । ଶେଷରେ ବର୍ତ୍ତମାନ ସେହି ଇଛା ସଂପୂର୍ଣ୍ଣ ହୋଇଛି ଏବଂ ଅଭିନେତ୍ରୀ ଝିଲିକ ମା ହୋଇଛନ୍ତି ।

ଝିଲିକ ବର୍ତ୍ତମାନ ହସ୍ପିଟାଲ ରେ ଅଛନ୍ତି ଏବଂ ତାଙ୍କର ସିଜରିଙ୍ଗ ହୋଇଥିବାରୁ ସେ ଆଉ କିଛିଦିନ ହସ୍ପିଟାଲ ରେ ରହିବେ ବୋଲି ଡାକ୍ତର ସୂଚନା ଦେଇଛନ୍ତି । ଝିଲିକ ଙ୍କ ସମେତ ତାଙ୍କର ଦୁଇ ଝିଅ ସଂପୂର୍ଣ୍ଣ ଭାବରେ ସୁସ୍ଥ ଅଛନ୍ତି । ତେବେ ଆପଣ ମାନେ ଅଭିନେତ୍ରୀ ଝିଲିକ ଙ୍କର ଦୁଇ ଝିଅ କୁ ଆଶୀର୍ବାଦ କରନ୍ତୁ ଏବଂ ଆଗକୁ ସେ ବହୁତ ସଫଳତା ହାସଲ କରନ୍ତୁ ବୋଲି କାମନା କରନ୍ତୁ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *