ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସବ୍ୟ ନିଜ ଅଭିନୟ ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରୁହନ୍ତି । ସବ୍ୟ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ବନ୍ଧୁଗଣ ସବ୍ୟଙ୍କ ଜବରଦସ୍ତ ଅଭିନୟ ଦେଖିବା ପାଇଁ ଲୋକମାନେ ବେସ ପସନ୍ଦ କରନ୍ତି ।
ସବ୍ୟ କେବଳ ଓଡିଆ ଫିଲ୍ମ ନୁହେଁ ସାଉଥ ଫିଲ୍ମରେ ବି କାମ କରିଛନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସବ୍ୟସାଚୀ ମିଶ୍ରଙ୍କ ସମ୍ପତ୍ତି ବିଷୟରେ କହିବାକୁ ଯାଉଛୁ ଓ ଏହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ସବ୍ୟସାଚୀ ମିଶ୍ରଙ୍କ ଜନ୍ମ ସମ୍ବଲପୁରର ବୁଲ୍ଲାରେ ହୋଇଥିଲା ।
ତାଙ୍କ ବାପା ସୁରେନ୍ଦ୍ର ପ୍ରସାଦ ମିଶ୍ର ଜଣେ ଆଇଏଏସ ଅଫିସର ଆଉ ତାଙ୍କ ମା ଡକ୍ଟର ସୁସ୍ମା ମିଶ୍ର ସେ ଜଣେ ମହାନ କବି ଓ ଗୀତ ମଧ୍ୟ ଲେଖନ୍ତି । ସବ୍ୟଙ୍କର ଜଣେ ଭାଇ ଅଛନ୍ତି ତାଙ୍କ ନାମ ହେଉଛି ସୋମ୍ୟକାନ୍ତ ମିଶ୍ର ସେ ଜଣେ ଟେଲିକମ ଇଞ୍ଜିନିୟର ଅଟନ୍ତି । ବନ୍ଧୁଗଣ ସବ୍ୟସାଚୀ ମିଶ୍ର ମଧ୍ୟ ଇଞ୍ଜିନିୟରିଙ୍ଗ କରିଥିଲେ ତା ପରେ ସେ ଇନଫୋସୀସରେ ଚାକିରି ମଧ୍ୟ ପାଇଥିଲେ ।
ହେଲେ ସେ ଚାକିରି ଛାଡି ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ । ବନ୍ଧୁଗଣ ସବ୍ୟ ନିଜ କାରିୟରର ଆରମ୍ଭ ପ୍ରଥମେ ଓଡିଆ ଆଲବମ ଗୀତରୁ କରିଥିଲେ । ୨୦୦୨ ରୁ ୨୦୦୭ ମସିହା ଯାଏଁ ସେ ଆଲବମରେ କାମ କରିଥିଲେ । ଏହା ପରେ ସବ୍ୟ ନିଜ ପ୍ରଥମ ଓଡିଆ ଫିଲ୍ମ ‘ପାଗଳ ପ୍ରେମୀ’ରେ କାମ କରିଥିଲେ । ଏହି ଫିଲ୍ମଟି ସୁପର ହିଟ ହୋଇଥିଲା ।
ଏହା ପରେ ସବ୍ୟ ଆଉ ପଛକୁ ବୁଲି ଚାହିଁ ନଥିଲେ ସେ ଗୋଟେ ପରେ ଗୋଟେ ଅନେକ ସୁପର ହିଟ ଫିଲ୍ମ କରିଚାଲିଥିଲେ । ସବ୍ୟଙ୍କ ମୁଖ୍ୟ ଇନକମର ସ୍ରୋତ ହେଉଛି ବ୍ରାଣ୍ଡ ପ୍ରମୋଶନ । ଓଡିଶାରେ ସମସ୍ତ କଳାକାରଙ୍କ ଠାରୁ ସବୁଠାରୁ ଅଧିକ ବ୍ରାଣ୍ଡ ପ୍ରମୋଶନ କରିବା ପାଇଁ ସବ୍ୟସାଚୀଙ୍କୁ ମିଳେ । ଆଉ ବ୍ରାଣ୍ଡ ପ୍ରମୋସନ ପାଇଁ ସେ କେତେବେଳେ 5 ଲକ୍ଷ ତ କେତେବେଳେ 1 କୋଟି ଟଙ୍କା ପାନ୍ତି ।
ସେ ଆଇପିଏଲ ଟିମ ଡେକାନ ଚାର୍ଜରର ବ୍ରାଣ୍ଡ ଆମ୍ବାସେଟର ହେଉଛନ୍ତି ସବ୍ୟସାଚୀ ମିଶ୍ର । ଏହା ସହିତ ସେ ଅନ୍ୟ କେତେକ ଖେଳର ମଧ୍ୟ ବ୍ରାଣ୍ଡ ଆମ୍ବାସେଟର ଅଟନ୍ତି । କଟକରେ ସବ୍ୟଙ୍କର ଏକ ବହୁତ ବଡ ଆଲିଶାନ ଘର ଅଛି । ଏହା ସହ ତାଙ୍କ ପାଖରେ ବହୁତ ଲକ୍ସରି କାର୍ସ ଅଛି । ସବ୍ୟ ଗୋଟେ ଓଡିଆ ଫିଲ୍ମ କରିବା ପାଇଁ 40 ରୁ 50 ଲକ୍ଷ ଟଙ୍କା ନିଅନ୍ତି । ମିଡିଆ ରିପୋର୍ଟସ ଅନୁସାରେ ସବ୍ୟଙ୍କ ମୋଟ ସମ୍ପତ୍ତି ହେଉଛି 25 ରୁ 30 କୋଟି ।