ଆଉ ଏକ ମହାମାରୀ ପାଇଁ ରହିଥାନ୍ତୁ ପ୍ରସ୍ତୁତ ! ଚେତାବନୀ ଦେଲା ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ !

ପୁଣି ଚିନ୍ତା ବଢାଉଛି ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ । ଏ ଯାଏଁ ଲୋକଙ୍କ ମନରୁ କରୋନା ମହାମାରୀର ଭୟ ଯାଇନି । ଗତ ତିନିବର୍ଷ ମଧ୍ୟରେ କୋଟି କୋଟି ଲୋକ ନିଜ ଆତ୍ମୀୟ ସ୍ଵଜନଙ୍କୁ ହରାଇଛନ୍ତି । ଆଉ ଏବେ ପୁଣି ଥରେ ଚେତାବନୀ ଦେଇଛନ୍ତି ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ୍ ଆଦାନମ ଘେବ୍ରେସସ୍ । ସେ କହିଛନ୍ତି, ବିଶ୍ଵକୁ ଆଉ ଏକ ମହାମାରୀ ପାଇଁ ପ୍ରସ୍ତୁତ ରହିବାକୁ ପଡିବ ।

କାରଣ କରୋନା ତୁଳନାରେ ଏହା ଅଧିକ ଘାତକ ହୋଇପାରେ । କରୋନା ବେଳେ ଏହାର ମୁକାବିଲା ପାଇଁ କେହି ପ୍ରସ୍ତୁତ ନଥିଲେ, ଯେଉଁଥି ପାଇଁ ଅନେକଙ୍କ ପ୍ରାଣ ଚାଲି ଯାଇଥିଲା । କରୋନା ଏବେ ଆଉ ବିଶ୍ଵ ମହାମାରୀ ହୋଇ ରହିନାହିଁ ସତ । ହେଲେ ଏହାର ଅର୍ଥ ନୁହେଁ କି କରୋନା ବିପଦ ସଂପୂର୍ଣ୍ଣ ଟଳିଯାଇଛି ।

ଯେକୌଣସି ମୂହୁର୍ତ୍ତରେ କରୋନାର ନୂଆ ଭ୍ୟାରିଆଣ୍ଟ କିମ୍ବା ଏହା ଠାରୁ ମଧ୍ୟ ଘାତକ ଅନ୍ୟ କିଛି ନୂଆ ଭୂତାଣୁ ଆସିପାରେ । ତେଣୁ ଆମ ସମସ୍ତଙ୍କୁ ସତର୍କ ରହିବାକୁ ପଡିବ । ରେକର୍ଡ ଅନୁଯାୟୀ କରୋନାରେ ପ୍ରାୟ 70 ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି । କିନ୍ତୁ ପ୍ରକୃତରେ ଏହି ସଂଖ୍ୟା 2 କୋଟି ଟପିପାରେ । ତେଣୁ ଆଉ ଏକ ମହାମାରୀ ଆସିବା ପୂର୍ବରୁ ହିଁ ସମସ୍ତଙ୍କୁ ସଜାଗ ରହିବାକୁ ପଡିବ । ଏନେଇ ଆପଣ କଣ ଭାବୁଛନ୍ତି ଆମକୁ କମେଣ୍ଟ କରି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *