Instagram ପ୍ରେମ ପାଇଁ ଯୁବକଙ୍କୁ ଗୁଳିମାଡ କରିଲେ The Untalented Guy !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଇଂଷ୍ଟାଗ୍ରାମ ପ୍ରେମ ପାଇଁ ଯୁବକଙ୍କୁ ଗୁଳି ମାଡ କରି ଫେରାର ହୋଇଗଲା Untalented Guy !ତେବେ ସୋସିଆଲ ମିଡିଆରେ ବହୁ ଚର୍ଚିତ ଅନଟ୍ଯାଲେନ୍ଟେଡ ଗାୟେ ନାମରେ ଜଣାଶୁଣା ଲୋକର ପ୍ରକୃତ ନାମ ହେଉଛି ଉଦିତ ନାୟକ । ଜିଏକି ସବୁ ସମୟରେ ନିଜର ଅଶ୍ଳୀଳ ଭାଷା ପାଇଁ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ହେଲେ ସେହି ଉଦିତ ନାଏକଙ୍କ ନାମରେ ବହୁତ ବଡ ଏକ ଖବର ଶୁଣିବାକୁ ମିଳିଛି ।

ତେବେ ଖବର ମୁତାବିକ ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ରେମୁଣା ଗୋଳେଇ ଫ୍ଲାଏ ଓଭର ବ୍ରିଜ ତଳେ ଏଭଳି ଅଭାବନୀୟ ଗୁଳିକାଣ୍ଡ ଘଟି ଯାଇଛି ।   ଏଥିରେ ୨ ଜଣ ଯୁବକକୁ ଗୁଳି ମାଡ ସହ ଛୁରା ମାଡ କରିଛି Untalented Guy । ତେବେ ତେବେ ଏପରି କାମରେ ଉଦିତ ନାଏକ ସହ ତା’ ର କିଛି ସାଥି ଯୁବକ ମଧ୍ୟ ଘଟଣା ସ୍ତଳରେ ଉପସ୍ଥିତ ରହିଥିଲେ । ଯୁବକକୁ ଗୁଳି ମାଡ କରିସାରିବା ପରେ ଉଦିତ ନାଏକ ଫେରାର ରହିଛି ।

ହେଲେ  ଅପର ପକ୍ଷରେ ଗୁଳି ମାଡରେ ପୀଡିତ ଯୁବକ ଜଣଙ୍କ ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି ହୋଇଛି । ତେବେ ପୀଡିତ ଯୁବକ ଜଣଙ୍କ ହେଉଛନ୍ତି ରେମୁଣା ଥାନା ଅନ୍ତର୍ଗତ ମନ୍ଦାରପୁର ଗ୍ରାମର ଗୋପୀନାଥ ଦାସଙ୍କର ୨୨ ବର୍ଷୀୟ ପୁଅ ପିକୁ । ପିକୁଙ୍କ ଜଣେ ସାଙ୍ଗ ମଧ୍ୟ ଏହି ଆକ୍ରମଣ ସମୟରେ ଆହତ ହୋଇଛନ୍ତି । କୌଣସି ଏକ ଝିଅକୁ ନେଇ ଉଦିତ ଓ ପିକୁଙ୍କ ମଧ୍ୟରେ କିଛି ବିବାଦ ଉପୁଜିଥିଲା । ତାପରେ ଉଦିତ ନାଏକ ଉକ୍ତ ଯୁବକଙ୍କ ସହ ଏଭଳି କିଛି କାରନାମା ଘଟାଇଛନ୍ତି ।

ତେବେ ପିକୁଙ୍କ ବାପାଙ୍କ କହିବା ଆଧାରରେ ତାଙ୍କ ପୁଅକୁ ଆକ୍ରମଣ କରିଥିବା ପିଲା ଜଣଙ୍କ ହେଉଛି ଉଦିତ ନାଏକ । ଯାହାଙ୍କର ଘର ବାଲେଶ୍ଵର ଜିଲ୍ଲା ଗୁଡିପଡା ଅଞ୍ଚଳରେ । ଯାହାକୁ ଲୋକେ ଅନଟାଲେଣ୍ଟେଡ ଗାୟେ ନାମରେ ସମସ୍ତେ ଜାଣିଛନ୍ତି । ତେବେ ଉଦିତ ନାଏକ ଏଭଳି ଗୁଳିକାଣ୍ଡ ଘଟାଇ ଫେରାର ଥିବା ବେଳେ ଉଦିତ ନାଏକଙ୍କୁ ନେଇ ପୋଲିସ ବର୍ତ୍ତମାନ ପର୍ଯ୍ୟନ୍ତ କିଛି କାର୍ଯ୍ୟନୁଷ୍ଠାନ ନେଇନାହିଁ ।

ଯଦି ଉଦିତଙ୍କ ଉପରେ ପୋଲିସ କିଛି କାର୍ଯ୍ୟନୁଷ୍ଠାନ ଆଗାମୀ ସମୟ ମଧ୍ୟରେ ନନିଏ । ତେବେ ପୋଲିସ ଥାନା ଘେରାଉ କରିବେ ବୋଲି ସ୍ଥାନୀୟ ଗ୍ରାମବାସୀ କହୁଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *