ଗାଁ ଦାଣ୍ଡରେ ଚାଲିବ ମୋ ବସ୍ ! ଗାଁ ଲୋକେ ପାଇବେ ସହର ଭଳି ସୁବିଧା ! ଉଭେଇ ଯିବ ଯାତାୟାତ ସମସ୍ୟା !

ଆଜ୍ଞା ହଁ, ଏଣିକି ଗ୍ରାମବାସୀ ବି ପାଇବେ ସହରର ସୁବିଧା । ସହରରେ ମୋ ବସ୍ ଚାଲିବା ପରେ ପରିଗମନରେ ରାଜ୍ୟ ଏକ ନୂଆ ମାଇଲ ଖୁଣ୍ଟ ହାସଲ କରିଛି । ଏହି ସୁବିଧା ଖୁବ ଶୀଘ୍ର ଗ୍ରାମବାସୀଙ୍କୁ ମଧ୍ୟ ମିଳିବାକୁ ଯାଉଛି । ହସ୍ପିଟାଲ ହେଉ କି ଅଫିସ କିମ୍ବା ଅନ୍ୟ କୌଣସି ସରକାରୀ କାର୍ଯ୍ୟଳୟକୁ ଯିବା ପାଇଁ ଗ୍ରାମାଞ୍ଚଳବାସୀଙ୍କୁ ଆଉ ହଇରାଣ ହେବାକୁ ପଡିବନି ।

ଗ୍ରାମାଞ୍ଚଳବାସୀଙ୍କୁ ପରିବହନ ସୁବିଧା ଯୋଗାଇ ଦେବା ଲାଗି ଲକ୍ଷ୍ମୀ ସ୍କିମ୍ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏହି ସ୍କିମ୍ ଅନୁଯାୟୀ ବ୍ଲକ ରୁ ପ୍ରତିଟି ପଞ୍ଚାୟତକୁ ମୋ ବସ୍ ଚାଲିବ । ଏନେଇ ରାଜ୍ୟ ପରିବହନ ସଚିବ ଉଷା ପାଢୀ ସୂଚନା ଦେଇଛନ୍ତି ।

ତେବେ ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ଗଜପତି, ରାୟଗଡା ଏବଂ କଳାହାଣ୍ଡି ଆଦି 6ଟି ଜିଲ୍ଲାରେ ମୋ ବସ୍ ଚାଲିବ । ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ସବୁ ଜିଲ୍ଲାର ପଞ୍ଚାୟତ ମାନଙ୍କୁ ମଧ୍ୟ ଏହି ସୁବିଧା ଯୋଗାଇ ଦିଆଯିବ । ସରକାରଙ୍କ ଏଭଳି ପଦକ୍ଷେପକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *