ବନ୍ଧୁଗଣ ଆଜିକାଲି ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ଅଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ଲୋକ ମାନେ ଦେଶ ବିଦେଶରେ ଘଟୁ ଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ତେବେ ଗତ କିଛି ସମୟ ହେବ ଏକ ଏପରି ଖବର ସାମ୍ନାକୁ ଆସୁଛି ଯାହା ବିଷୟରେ ଆପଣ ମାନେ ଜାଣିଲେ ଆପଣଙ୍କ ମନ ଭୟରେ ଭରିଯିବ ।
ତେବେ ଏହି ଖବରକୁ ନେଇ ଏବେ ସାରା ବିଶ୍ଵରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ବର୍ତ୍ତମାନର ସବୁଠାରୁ ବଡ ଖବର ମାଡି ଆସୁଛି ବିଶ୍ଵର ସବୁଠାରୁ ବଡ ବାତ୍ୟା । ଘଣ୍ଟା ପ୍ରତି 257 କିମି ବେଗରେ ପବନ ବହିବ । ସୁପର ଟାଇଫୁନ ହିନ୍ନାମନୋର ବଡ ପ୍ରଭାବ । ଏକାଧିକ ଦେଶକୁ କରିପାରେ ପ୍ରଭାବିତ ।
ତେବେ ବନ୍ଧୁଗଣ ସୁପର ଟାଇଫୁନ ହିନ୍ନାମନୋର ଭୟଙ୍କର ରୂପରେ ସ୍ଥଳ ଭାଗକୁ ମାଡି ଆସିଛି । ବିଶ୍ଵର ସବୁଠାରୁ ବଡ ବାତ୍ୟା କୁହା ଯାଉଥିବା ଏହି ସୁପର ଟାଇଫୁନ ପୂର୍ବ ଚାଇନା ସମୁଦ୍ର ଦେଇ ସ୍ଥଳ ଭାଗକୁ ଗତି କରୁଛି । ଏହି ବାତ୍ୟା ଜାପାନର ଦକ୍ଷିଣ-ପୂର୍ବ ଦୀପ ପୁଞ୍ଜ ଗୁଡିକରେ ବିପଦ ସୃଷ୍ଟି କରିଛି । ଏଥି ସହ ଚାଇନାର ପୂର୍ବ ଉପକୂଳ ଗୁଡିକରେ ଥିବା ସହର ଗୁଡିକରେ ମଧ୍ୟ ବାତ୍ୟାର ବିପଦ ରହିଛି ।
ବର୍ତ୍ତମାନ ସମୁଦ୍ର ଭିତରେ ଘଣ୍ଟା ପ୍ରତି 257 କିଲୋମିଟର ବା 160 ମାଇଲ୍ସ ବେଗରେ ପବନ ବହିବାରେ ଲାଗିଛି । ଏହାର ଝଟକା ଘଣ୍ଟା ପ୍ରତି 195 ମାଇଲ୍ସ ରହିଥିବା ଆମେରିକା ଜଏଣ୍ଟ ଟାଇଫୁନ ୱାର୍ନିଙ୍ଗ ସେଣ୍ଟର ପକ୍ଷରୁ ସୂଚନା ଦିଆ ଯାଇଛି । ହିନ୍ନମନୋରର ପ୍ରଭାବରେ ସମୁଦ୍ର ଜୁଆର 50 ଫୁଟ ଉଚ୍ଚକୁ ଉଠି ପାରେ । ଏହି ସୁପର ଟାଇଫୁନ ପ୍ରଭାବରେ ବହୁ ଥିବା ପବନକୁ ଦେଖି ଲୋକ ମାନଙ୍କ ମନରେ ଭୟ ପଶିଛି ।
ଜାପାନ ମେଟ୍ରୋଲଜିକାଲ ଏଜେନ୍ସି ଏହାକୁ 2022ର ସବୁଠାରୁ ବଡ ବାତ୍ୟାର ଆଖ୍ୟା ଦେଇଛି । ଯଦି ଏପରି ଅବସ୍ଥାରେ ବାତ୍ୟା ସ୍ଥଳ ଭାଗରେ ମାଡ ହୁଏ ତା ହେଲେ ଭୟଙ୍କର କ୍ଷୟ କ୍ଷତି ହେବାର ଆଶଙ୍କା ରହିଛି । ଏହି ସୂଚନା ମିଳିବା ପରେ ବାତ୍ୟାର ମୁକାବାଲା ପାଇଁ ଜୋର୍ଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।