ବହୁ ଚର୍ଚ୍ଚିତ ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ପାରିବାରିକ ବିବାଦ ମାମଲା । ଗତ କିଛି ମାସ ହେବ ଉଭୟଙ୍କ ମାମଲାକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ଉଭୟଙ୍କ ପ୍ରେମକୁ ନେଇ ଯେତିକି ଚର୍ଚ୍ଚା ନ ହେଇଥିଲା ଉଭୟଙ୍କ ବିବାଦକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି । ତେବେ ବନ୍ଧୁଗଣ ଏହାରି ମଧ୍ୟରେ ଉଭୟଙ୍କ ବିବାଦକୁ ନେଇ ଏକ ବଡ ଖବର ସାମ୍ନାକୁ ଆସୁଛି ।
ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଆଜି ପରିବାର ଅଦାଲତରେ ଶୁଣାଣି ପାଇଁ ହାଜର ହେଲେ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶନୀ । ଆଉ କଟକ ପରିବାର ଅଦାଲତରେ ପ୍ରଥମେ ଅନୁଭବ ମହାନ୍ତି ପହଞ୍ଚିବା ପରେ ପହଞ୍ଚି ଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ । ପୂର୍ବରୁ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାଇ ଆଜି ବର୍ଷା ହାଜର ହୋଇଛନ୍ତି ।
ପାରିବାରିକ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲା କୋର୍ଟ । ତେବେ ଗତ କିଛି ଦିନ ହେବ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ଲାଗିଥିବା ବିବାଦର ଜବନିକା ଆଜି ପଡିବ କି ନା ପୁଣି ଥରେ ସବୁ ରାଗ ଆଉ ଅଭିମାନ ଭୁଲି ଦୁହେଁ ସ୍ଵାମୀ-ସ୍ତ୍ରୀ ଭଳି ରହିବେ । ଏହାକୁ ନେଇ ଆଜି ମୁହାଁ ମୁହିଁ କଥା ହୋଇ ପାରନ୍ତି ସାଂସଦ ଅନୁଭବ ମହାନ୍ତି ଏବଂ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶନୀ ।
ଏଠି କହି ରଖିବାକୁ ଚାହିଁବୁ ଯେ, ଗତ 14 ତାରିଖରେ ଉଭୟ ପରିବାର ଅଦାଲତରେ ହାଜର ହୋଇଥିଲେ । ଆଉ ସେଦିନ ବିଚାରପତି କାଉନ୍ସିଲିଙ୍ଗ ବି କରିଥିଲେ କିନ୍ତୁ ସଫଳତା ମିଳି ପାରି ନଥିଲା । ଆଉ ଆଜି ପୁଣି ଥରେ ଉଭୟଙ୍କ ମଧ୍ୟରେ କାଉନ୍ସିଲିଙ୍ଗ ହୋଇ ପାରେ । ଆଉ ସେଥିପାଇଁ ଠିକ ସମୟ ପୂର୍ବରୁ ସାଂସଦ ଅନୁଭବ ମହାନ୍ତି ଏବଂ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶନୀ କଟକ ସ୍ଥିତ ପାରିବାରିକ ଅଦାଲତରେ ହାଜର ହୋଇଛନ୍ତି ।
ଏଠି କହି ରଖିବାକୁ ଚାହିଁବୁ 2014 ମସିହାରେ ସାଂସଦ ଅନୁଭବ ମହାନ୍ତି ଭୁବନେଶ୍ବରରେ ବର୍ଷାଙ୍କୁ ବିବାହ କରିଥିଲେ । ଆଉ 2020ରେ ଦିଲ୍ଲୀର ଏକ କୋର୍ଟରେ ବିବାହ ବିଚ୍ଛେଦ ନିମନ୍ତେ ଅନୁଭବ ଆବେଦନ କରିଥିଲେ ।ଯାହାକୁ ଏ ପର୍ଯ୍ୟନ୍ତ ଚ୍ୟାଲେଞ୍ଜ କରି ଆସୁଛନ୍ତି ବର୍ଷା ପ୍ରିୟଦର୍ଶନୀ । ତେବେ ଦେଖିବାକୁ ବାକି ରହିଲା ଆଜି ଘଟଣା କେଉଁ ମୋଡ ନେଉଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।