ସମସ୍ତ ଯାତ୍ରୀ AC ବସରେ କଟକ, ଭୁବନେଶ୍ବର ଠାରୁ ବାଲେଶ୍ଵରରେ ଯାଇପାରିବେ, ସରକାରଙ୍କ ମାଗଣା ବସ ସେବା ବ୍ୟବସ୍ଥା !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ AC ବସରେ ମାଗଣା ଯାଆନ୍ତୁ ! ଚର୍ଚିତ ବାଲେଶ୍ଵର ଟ୍ରେନ ଟ୍ରାଜେଡି ପାଇଁ ସବୁଆଡେ ଶୋକାକୁଳ ପରିବେଶ ଦେଖାଦେଇଛି । ତେବେ ଏହାରି ମଧ୍ୟରେ କିନ୍ତୁ ଓଡିଶା ସରକାର ଯାତ୍ରୀ ମାନଙ୍କର ଗମନାଗମନ ସ୍ଥିତିକୁ ଆଖି ଆଗରେ ରଖି ମାଗଣା ବସର ସୁବିଧା କରିଛନ୍ତି । ତେବେ ଭଦ୍ରକ, ବାଲେଶ୍ଵର, ଯାଜପୁରକୁ ଯିବା ପାଇଁ ସରକାର ମାଗଣା ବସର ବ୍ୟବସ୍ଥା କରିଛନ୍ତି ।

ଯେଉଁଥୀ ପାଇଁ ବସ ଭଡା ବାବଦକୁ ଯାତ୍ରୀ ମାନଙ୍କ ଠାରୁ କୌଣସି ଗୋଟିଏ ଟଙ୍କା ମଧ୍ୟ ବସ କଣ୍ଡକ୍ଟର ମାଗି ପାରିବ ନାହିଁ । ବାଲେଶ୍ଵରରେ ଘଟିଥିବା ବଡ ଧରଣର ଟ୍ରେନ ଦୁର୍ଘଟଣା ପାଇଁ ସେହି ରୁଟ୍ ରେ  ରେଳ ଚଳାଚଳ ବନ୍ଦ ରଖା ଯାଇଛି । ତେଣୁ ଯେଉଁ ଯାତ୍ରୀ ବାଲେଶ୍ଵର, ଭଦ୍ରକ ଏହି ସବୁ ସ୍ଥାନକୁ ଯିବା ପାଇଁ ଟିକେଟ କରିଥିଲେ । ସେମାନେ କୌଣସି ପ୍ରକାର ଯେପରି ଅସୁବିଧାର ଶିକାର ନହୁଅନ୍ତୁ । ସେଥିପ୍ରତି ଧ୍ୟାନରେ ରଖି ସରକାର ଯାତ୍ରୀ ମାନଙ୍କ ପାଇଁ ଫ୍ରୀ ଅଫ କଷ୍ଟରେ ଯାତ୍ରୀ ମାନଙ୍କୁ ବସ ସେବା ଯୋଗାଇ ଦେଉଛନ୍ତି ।

ଯେଉଁ ଯାତ୍ରୀ ମାନେ କଟକ, ଭୁବନେଶ୍ବରକୁ ବାଲେଶ୍ଵର ଯିବା ପାଇଁ ଚାହୁଁଥାନ୍ତି । ସେମାନେ ମଧ୍ୟ ଆରାମରେ ଏସି ବସରେ ମାଗଣାରେ ବସି ଯାତ୍ରା କରିପାରିବେ । ତେବେ ଏହି ସବୁ ବସ ଭଡା ବାବଦକୁ ଖର୍ଚ ହେଉଥିବା ଗମନାଗମନର ସମସ୍ତ ଖର୍ଚ ରାଜ୍ୟ ସରକାର ବହନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ତେବେ ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏଭଳି ଏକ ପଦକ୍ଷେପକୁ ଯାତ୍ରୀ ମାନେ ସ୍ଵାଗତ କରିଛନ୍ତି ।

ଏହି ସୁବିଧାର ଲାଭ ଉଠାଉଥିବା ଯାତ୍ରୀ ମଧ୍ୟ ସରକାରଙ୍କର ଏହି ନିଷ୍ପତ୍ତିରେ ବହୁତ ଖୁସି ଅଛନ୍ତି ହୋଇ ଗଣ ମାଧ୍ୟମ ସମ୍ମୁଖରେ ନିଜର ମତ ରଖିଛନ୍ତି । ଏହା ସହ ବସରେ ବସି ସୁରକ୍ଷିତ ଭାବରେ ଯେଝା ଯାହାର ଗନ୍ତବ୍ୟସ୍ତଳକୁ ମଧ୍ୟ ଆରାମରେ ଯାଉଛନ୍ତି । ଅପର ପକ୍ଷରେ ସରକାରଙ୍କ ତରଫରୁ ଘୋଷିତ ମାଗଣା ବସର ଡ୍ରାଇଭର ମଧ୍ୟ କହିଛନ୍ତି ।

ଯେତେ ମଧ୍ୟ ଯାତ୍ରୀ ଆସନ୍ତୁ । ସମସ୍ତଙ୍କ ପାଇଁ ସରକାର ଗାଡିର ସୁବିଧା କରିଛନ୍ତି । ସମସ୍ତେ ଆରାମରେ ଯାତ୍ରା କରିପାରିବେ ।

Leave a Reply

Your email address will not be published. Required fields are marked *