କରମଣ୍ଡଳ ଏକ୍ସପ୍ରେସ ରେଳ ଦୁର୍ଘଟଣା, ମାତ୍ର କିଛି ସମୟ ବ୍ଯବଧାନରେ ସ୍କୁଲ ଘର ପାଲଟିଲା ମୂର୍ଦ୍ଧର ଘର !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ହଜାର ହଜାର ଯାତ୍ରୀଙ୍କ ମୃ-ତ ଦେହ ଭର୍ତ୍ତି ହୋଇଗଲା ସ୍କୁଲ ଘର । ହଜାର ହଜାର ଯାତ୍ରୀ କରମଣ୍ଡଳ ଏକ୍ସପ୍ରେସରେ ବସି ଯେଝା ଯେଝା ଗନ୍ତବ୍ୟସ୍ତଳକୁ ଯାଉଥିଲେ । ସମୟ ସନ୍ଧ୍ୟା ୬ ଟା ବାଜି ୫୧ ମିନିଟ । ହଟାତ ଏକ ଟ୍ରେନର ବଗୀ ଲାଇନ ଚ୍ୟୁତ ହୋଇଯାଇଥିଲା । ତାହାପରେ ସେହି ବଗୀ ମାନଙ୍କ ସହିତ ସହିତ କରମଣ୍ଡଳ ଏକ୍ସପ୍ରେସ ତୀବ୍ର ଗତିରେ ଆସୁଥିବା ବେଳେ ରେଳ ଦୁର୍ଘଟଣା ଘଟି ଯାଇଥିଲା ।

ମାତ୍ର କିଛି ମିନିଟ ସମୟର ବ୍ଯବଧାନରେ ସବୁକିଛି ଓଲଟପାଲଟ ହୋଇଯାଇଥିଲା । ସଙ୍ଗେ ସଙ୍ଗେ ରେସକ୍ୟୁ ଟିମ ଆସିକି ଲୋକ ମାନଙ୍କର ଉଦ୍ଧାର କାର୍ଯ୍ୟରେ ନିଯୋଜିତ ହୋଇଥିଲେ । ତେବେ ଏପରି ଏକ ବୃହତକାୟ ଟ୍ରେନ ଦୁର୍ଘଟଣା ବାଲେଶ୍ଵର ସ୍ଥିତ ବାହାନଗରରେ ଦେଖିବାକୁ ମିଳିଛି । ବାହାନଗର ସ୍କୁଲ ଘର ସମେତ ତାହାର ପଡିଆରେ ଗୁରୁତର ଯାତ୍ରୀ ମାନଙ୍କୁ ଆଣି ରଖା ଯାଇଥିଲା । କିଛି ସମୟ ମଧ୍ୟରେ ଅନେକ ଆହତ ଯାତ୍ରୀରେ ସ୍କୁଲଟି ପୂର୍ଣ୍ଣ ହୋଇଯାଇଥିଲା ।

ଯେଉଁଠାରେ କେବଳ ନିଜ ନିଜର ଆତ୍ମୀୟ ସ୍ଵଜନ ଙ୍କ କରୁଣ ଚିତ୍କାର ଶୁଣିବାକୁ ମିଳିଥିଲା । ତେବେ ଲୋକଙ୍କର ଅବସ୍ଥା ସଙ୍କଟପର୍ଣ୍ଣ ଥିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ନେବାକୁ ବ୍ୟବସ୍ଥା କରାଯାଇଥିଲା । କିଛି ଲୋକଙ୍କର ଟ୍ରେନ ଦୁର୍ଘଟଣା ଘଟଣା ସ୍ତଳରେ ହିଁ ମୃ-ତ୍ୟୁ ଘଟି ଯାଇଥିଲା । ଯେଉଁଥି ପାଇଁ ବାହାନଗା ହାଇସ୍କୁଲରେ ମୃ-ତ ଦେହ ରଖିବା ପାଇଁ ମଧ୍ୟ ସ୍ଥାନର ଅଭାବ ଦେଖା ଯାଉଛି ।

ତେବେ ଏପରି ଏକ ହୃଦୟବିଦାରକ ଦୃଶ୍ୟ ବର୍ତ୍ତମାନ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ଯାହାକୁ ନେଇ ମାନ୍ୟବର ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସମେତ ବଡ ବଡ ମନ୍ତ୍ରୀ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି । ତେବେ ଏପରି ଏକ ଅଭାବନୀୟ ଦୁର୍ଘଟଣା ପରେ ସାରା ଭାରତବ୍ୟାପୀ ଏହାକୁ ନେଇ ଶୋକର ଛାୟା ଖେଳି ଯାଇଛି । ବର୍ତ୍ତମାନର ସୂଚନା ଅନୁଯାଇ ୩୦୦ ରୁ ଅଧିକ ଲୋକ ଏହି ଦୁର୍ଘଟଣାରେ ମୃ-ତ୍ୟୁ ହୋଇଛନ୍ତି ବୋଲି ସରକାରୀ ରେକର୍ଡରୁ ସୂଚନା ମିଳିଛି ।

ଏଥିସହ ହଜାରରୁ ଅଧିକ ଯାତ୍ରୀ ଆହତ ହୋଇ ମେଡିକାଲରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ତେବେ ଘଟଣା ସ୍ତଳକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଯାଇ ପହଞ୍ଚି ଘଟଣାର ସମୀକ୍ଷା କରିଥିଲେ ।

Leave a Reply

Your email address will not be published. Required fields are marked *