ବଡ ଧରଣର ଘଟିଗଲା ରେଳ ଦୁର୍ଘଟଣା, ହଜାରରୁ ଅଧିକ ମରିଛନ୍ତି, ହେଲେ ସରକାର ମିଛ କହୁଛନ୍ତି, ଏପରି କାହିଁକି କହିଲେ ପ୍ରତ୍ଯେକ୍ଷଦର୍ଶୀ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ହଜାରରୁ ଅଧିକ ମଲେଣି ସରକାର ମିଛ କହୁଛନ୍ତି । ତେବେ ସୂଚନା ମୁତାବିକ ବାଲେଶ୍ଵର ବାହାନଗା ଷ୍ଟେସନ ନିକଟରେ ବଡ ଧରଣର ରେଳ ଦୁର୍ଘଟଣା ଘଟି ଯାଇଛି । ଯାହାକୁ ନେଇ ସାରା ଭାରତବ୍ୟାପୀ ଏହାର ପ୍ରଭାବ ଦେଖିବାକୁ ମିଳିଛି । ତେବେ ହାୱଡା ଯଶୱନ୍ତ ଏକ୍ସପ୍ରେସ ସହିତ କରମଣ୍ଡଳ ଟ୍ରେନର ଦୁର୍ଘଟଣା ଘଟି ଯାଇଛି । କରମଣ୍ଡଳ ଏକ୍ସପ୍ରେସରେ ବସି ଯାଉଥିବା ହଜାର ହଜାର ଯାତ୍ରୀ ମାନଙ୍କ ମଧ୍ୟରୁ ୩୦୦ ରୁ ଅଧିକ ମୃ-ତ ହୋଇଥିବା ବେଳେ ଅନେକ ସଂଖ୍ୟାରେ ଗୁରୁତର ଭାବେ ଆହାତ ହୋଇଛନ୍ତି ।

ତେବେ ଏନେଇ ଟ୍ରେନ ଦୁର୍ଘଟଣା ଘଟଣା ସ୍ତଳରେ ସ୍ଥାନୀୟ ଲୋକଙ୍କର ଏପରି କିଛି ପ୍ରତିକ୍ରିୟା ଶୁଣିବାକୁ ମିଳିଛି । ଯେଉଁଠାରେ ସରକାରଙ୍କୁ ଟାର୍ଗେଟ କରି ସ୍ଥାନୀୟ ଲୋକେ କହୁଛନ୍ତି । ସରକାରଙ୍କ ପାଖରେ ଟ୍ରେନ ଦୁର୍ଘଟଣାରେ ମୃ-ତ୍ୟୁ ହୋଇଥିବା ଲୋକଙ୍କର ସଂପୂର୍ଣ୍ଣ ତଥ୍ୟ ରହିଛି । ହେଲେ ସରକାର ତାହାକୁ ଲୁଚାଇ ସାଧାରଣ ଜନତାଙ୍କ ନିକଟରେ ମିଛି ତଥ୍ୟ ପ୍ରକାଶ କରୁଛନ୍ତି । ହଜାରରୁ ଅଧିକ ଲୋକ ଏହି ବଡ ଟ୍ରେନ ଦୁର୍ଘଟଣାରେ ଲୋକ ମୃ-ତ୍ୟୁ ମୁଖକୁ ଚାଲି ଯାଇଛନ୍ତି ।

ହେଲେ ସରକାର ୨୦୦, ୩୦୦ ଭଳି ରେକର୍ଡ ଲୋକଙ୍କ ନିକଟରେ ଉପସ୍ଥାପନା କରୁଛନ୍ତି । ଯାହାକୁ ନେଇ ସାଧାରଣ ଲୋକେ ସରକାରଙ୍କର ଟ୍ରେନ ଦୁର୍ଘଟଣାର ତଥ୍ୟକୁ ନେଇ ଅସନ୍ତୁଷ୍ଠ ପ୍ରକାଶ କରୁଛନ୍ତି । ତେବେ ଅନେକ ଲୋକ ମଧ୍ୟ ରେଲୱେ ଡିପାର୍ଟମେଣ୍ଟକୁ ଏନେଇ ଦାୟୀ କରୁଛନ୍ତି । କାରଣ ରେଳ ବିଭାଗର ସିଗନାଲ ଦେବାର ତ୍ରୁଟି ଯୋଗୁ ଏପରି ଏକ ବିଶାଳ ଧରଣର ରେଳ ଦୁର୍ଘଟଣା ଘଟି ଯାଇଛି ।

ତେବେ ହଜାର ହଜାର ସଂଖ୍ୟକ ଯାତ୍ରୀ ଟ୍ରେନରେ ବସି ନିଜ ନିଜ ଗନ୍ତବ୍ୟ ସ୍ତଳକୁ ଯାଉଥିଲେ । ହଟାତ ଗତକାଲୀ ସନ୍ଧ୍ୟା ୬ ତା ୫୧ ମିନିଟ ସମୟରେ ଟ୍ରେନ ଦୁର୍ଘଟଣା ଘଟି ଯାଇଥିଲା । ମାତ୍ର ୩ ମିନିଟ ସମୟ ମଧ୍ୟରେ ସବୁକିଛି ଓଲଟ ପାଲଟ ହୋଇଯାଇଥିଲା ।

ତେବେ ସେଠାରେ ଉପସ୍ଥିତ ପ୍ରତ୍ଯେକ୍ଷଦର୍ଶୀ ମଧ୍ୟ ଏହି ରେଳ ଦୁର୍ଘଟଣାର କରୁଣ ଦୃଶ୍ୟ ନିଜ ଆଖିରେ ଦେଖିଛନ୍ତି ବୋଲି ଗଣ ମାଧ୍ୟମ ସମ୍ମୁଖରେ ନିଜର ମତ ରଖିଛନ୍ତି ।

 

Leave a Reply

Your email address will not be published. Required fields are marked *