ରବୀନ୍ଦ୍ର ଜାଡେଜାଙ୍କୁ କାହିଁକି ଡାକନ୍ତି ସାର ଜାଡେଜା, ଜାଡେଜାଙ୍କ ଏହି ସାର ଜାଡେଯା ନାମ ପଛରେ କ’ ଣ ରହିଛି ରହସ୍ୟ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ରବୀନ୍ଦ୍ର ଜାଡେଜାଙ୍କୁ କାହିଁକି ଡାକନ୍ତି ସାର ଜାଡେଜା ! ଜାଡେଜାଙ୍କ ଏହି ସାର ଜାଡେଜା ନାମ ପଛରେ କାହାର ରହିଛି ହାତ ! ତେବେ ଖବର ମୁତାବିକ କ୍ରିକେଟର ରବୀନ୍ଦ୍ର ଜାଡେଜା ଜିଏକି କ୍ରିକେଟ ଜଗତର ଏକ ପାରଙ୍ଗମ ଖେଳାଳୀ ଅଟନ୍ତି । ବ୍ୟାଟିଂ, ବୋଲିଂ ଓ ଫିଲଡିଙ୍ଗ ସବୁଥିରେ ଜାଡେଜା ନିଜର ବେଷ୍ଟ ଦେଇଥାନ୍ତି । ସେହି ରବୀନ୍ଦ୍ର ଜାଡେଜାଙ୍କୁ ନେଇ ବର୍ତ୍ତମାନ ସବୁଆଡେ ଏବେ ଚର୍ଚା ହେଉଛି ।

କାରଣ ଚଳିତ ବର୍ଷ ଅର୍ଥାତ ୨୦୨୩ IPL ଫାଇନାଲ ମ୍ଯାଚରେ ଚେନ୍ନାଇ ସୁପର କିଙ୍ଗକୁ ଟ୍ରଫି ଜିତେଇବାରେ ସାର ଜାଡେଯାଙ୍କ ବହୁତ ବଡ ଅବଦାନ ରହିଛି । କାରଣ ମ୍ଯାଚକୁ ଜିତିବା ପାଇଁ ଚେନ୍ନାଇ ଟିମକୁ ୧୦ ରନର ଆବଶ୍ୟକତା ଥିବା ବେଳେ ଏହି ରନର ଟାର୍ଗେଟକୁ ପୁରା କରିବାରେ ସକ୍ଷମ ହୋଇପାରିଥିଲେ ସାର ଜାଡେଜା । ତେବେ ଜାଡେଜା ନିଜ ଧମାକାଦାର ବ୍ୟାଟିଂରେ ଛକା ଓ ଚଉକା ମାରି ଚେନ୍ନାଇ ପାଇଁ ବହୁତ ବଡ ବିଜୟ ଆଣିଦେଇଥିଲେ ।

ଏହା ସହ ୨୦୨୩ IPL ମ୍ଯାଚର ଟ୍ରଫି ଚେନ୍ନାଇ ଟିମକୁ ଆସିଯାଇଥିଲା । ହେଲେ ଆପଣ ମାନେ କଣ ଜାଣିଛନ୍ତି କି ! ରବୀନ୍ଦ୍ର ଜାଡେଜାଙ୍କୁ ଆନେ ସାର ଜାଡେଜା କାହିଁକି ଡାକିଥାନ୍ତି ? ହଁ ବନ୍ଧୁଗଣ ଏପରି ପ୍ରଶ୍ନ ଅନେକଙ୍କ ମନରେ ଅନେକ ସମୟରେ ଗୁଞ୍ଜରୀ ଉଠିଥାଏ । ତେବେ ରବୀନ୍ଦ୍ର ଜାଡେଜାଙ୍କୁ ସାର ଆକ୍ଷା ଦେଇ ସାର ଜାଡେଜା ପ୍ରଥମେ ମହେନ୍ଦ୍ର ସିଂହ ଧୋନୀ ହିଁ ଡାକିବା ଆରମ୍ଭ କରିଥିଲେ । କାରଣ ୨୦୧୩ IPL ମ୍ଯାଚ ସମୟରେ ଧୋନୀ ଜାଡେଜାଙ୍କୁ ନେଇ କିଛି ଟ୍ବିଟ କରିଥିଲେ ।

ମହେନ୍ଦ୍ର ସିଂହ ଧୋନୀ ରବୀନ୍ଦ୍ର ଜାଡେଜାଙ୍କୁ ସାର ଜାଡେଜା ସମ୍ବୋଧନ କରିଥିଲେ । ଏହା ସହ ଅନେକ ଥର ଧୋନୀଙ୍କ ଟ୍ବିଟରେ ରବୀନ୍ଦ୍ର ଜାଡେଯାଙ୍କୁ ଧୋନୀ ସାର ଜାଡେଜା ସମ୍ବୋଧନ କରିଥିବାର ଦେଖିବାକୁ ମିଳିଛି । ୨୦୧୩ ମସିହାରେ ଧୋନୀ ଜାଡେଯାଙ୍କୁ ନେଇ ଟ୍ବିଟରେ କହିଥିଲେ । ଯେ ସାର ଜାଡେଜା କ୍ୟାଚ ନେବାକୁ ଦୌଡି ନଥାନ୍ତି ବଂର ବଲ ଆପେ ଆପେ ତାଙ୍କୁ ଖୋଜିକି ତାଙ୍କ ହାତକୁ ଚାଲି ଆସିଥାଏ।

ଏହା ସହ ଅନ୍ୟ ଏକ ଟ୍ବିଟରେ ଧୋନୀ ଲେଖିଥିଲେ । ଯେ ସାର ଜାଡେଜା ଯେତେବେଳେ ନିଜ ଗାଡି ଚଳାଇବାକୁ ଆରମ୍ଭ କରିଥାନ୍ତି । ସେତେବେଳେ ଗାଡି ଠିଆ ହୋଇଥାଏ । ହେଲେ ରାସ୍ତା ଅଟୋମେଟିକ ଚାଲିବା ଆରମ୍ଭ କରିଥାଏ । ଯଦି ଏହି ପୋସ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧାନ୍ୟବାଦ

Leave a Reply

Your email address will not be published. Required fields are marked *