ଚର୍ଚ୍ଚାରେ Jadeja ଙ୍କ “କର୍ମା” ଟ୍ବିଟ ! ପଡିଆରେ Dhoni ଙ୍କ ସହ କଣ ପାଇଁ ହୋଇଥିଲା ଯୁକ୍ତିତର୍କ ? କାହିଁକି ରାଗିଲେ ଜାଡେଜା ? ଜାଣନ୍ତୁ ଅସଲ କାରଣ

ଗତ ମେ’ 20 ରେ ଚେନ୍ନାଇ ଏବଂ ଦିଲ୍ଲୀ ବିପକ୍ଷ ମ୍ଯାଚ ପରେ ଧୋନୀ ଓ ଜାଡେଜାଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତି ହେଉଥିବା ଦେଖିବାକୁ ମିଳିଥିଲା । ଯାହାପରେ ଉଭୟ ଖେଳାଳିଙ୍କ ମଧ୍ୟରେ କିଛି ଠିକ ଚାଲି ନଥିବା ନେଇ ଚର୍ଚ୍ଚା ବଢିବାରେ ଲାଗିଛି । ଫ୍ୟାନ୍ସଙ୍କ ସନ୍ଦେହକୁ ଆହୁରି ବଢାଉଛି ଜାଡେଜାଙ୍କ ଟ୍ବିଟ । ମ୍ଯାଚ ପରଦିନ ଜାଡେଜା ଏକ ଟ୍ବିଟ କରିଥିଲେ । ଯେଉଁଥିରେ ଲେଖଥିଲା, କର୍ମ ନିଶ୍ଚୟ ଆପଣଙ୍କ ପଛେ ଆସିବ ।

ଶୀଘ୍ର ହେଉ କି ଡେରି ନିଶ୍ଚୟ ଆସିବ ।” ଏଥିରେ ଜାଡେଜାଙ୍କ ପତ୍ନୀ ଲେଖିଛନ୍ତି, ନିଜ ରାସ୍ତା ନିଜେ ବାଛନ୍ତୁ ଏବଂ ଜାଡେଜା ତାଙ୍କୁ ଉତ୍ତରରେ ଲେଖିଛନ୍ତି ‘ଅବଶ୍ୟ’ । ତେବେ ଦିଲ୍ଲୀ ବିପକ୍ଷ ମ୍ଯାଚରେ ଧୋନୀ ଓ ଜାଡେଜାଙ୍କ ମଧ୍ୟରେ ହେଉଥିବା କଥୋପକଥନ ଦେଖିବା ଲୋକଙ୍କୁ ଲାଗୁଥିଲା କି ଉଭୟଙ୍କ ମଧ୍ୟରେ ନିଶ୍ଚୟ କୌଣସି କଥାକୁ ନେଇ ବିବାଦ ଉପୁଜୁଛି । ମ୍ଯାଚ ପରେ ମଧ୍ୟ ଉଭୟଙ୍କୁ ସେହିପରି ଗରମ ମିଜାଜରେ ଦେଖିବାକୁ ମିଳିଥିଲା ।

ଦିଲ୍ଲୀ ର 13ତମ ଓଭରରେ ମଇଦାନରେ ଅକ୍ସର ପଟେଲ ଏବଂ ଡେଭିଡ ୱାର୍ଣ୍ଣର ଦୁଇ ବାମହାତୀ ବ୍ୟାଟ୍ସମ୍ୟାନ ଥିଲେ । ତେଣୁ ଧୋନୀ ଜାଡେଜାଙ୍କୁ ବୋଲିଂ କରିବାକୁ ଦେଇଥିଲେ । ହେଲେ ଅକ୍ସର ଏବଂ ୱାର୍ଣ୍ଣର ମିଶି ଜାଡେଜାଙ୍କ ବଲକୁ ଖୁବ ପିଟିଥିଲେ ।

ଗୋଟେ ଓଭରରେ 3ଟି ଛକା ଏବଂ ଗୋଟେ ଚଉକା ସହ 23 ରନ୍ ବିନିମୟ କରିଥିଲେ ଜାଡେଜା । ଦିଲ୍ଲୀ ଠାରୁ ଚେନ୍ନାଇ 77 ରନ୍ ରେ ମ୍ଯାଚ ଜିତିଥିଲା ସତ କିନ୍ତୁ ଜାଡେଜା 4 ଓଭର ବୋଲିଂ କରି ସର୍ବାଧିକ 50 ରନ୍ ବିନିମୟ କରିଥିଲେ । ଏହି ଓଭର ପରେ ଦେଖିବାକୁ ମିଳିଥିଲା କି ଧୋନୀ ଜାଡେଜାଙ୍କ କାନ୍ଧରେ ହାତ ରଖି ତାଙ୍କୁ କିଛି ବୁଝାଉଛନ୍ତି ଏବଂ ଜାଡେଜା କୌଣସି କାରଣରୁ ଅସନ୍ତୁଷ୍ଟ ଜଣା ପଡ଼ୁଛନ୍ତି ।

ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ବଢିଥିଲା । ଅନ୍ୟ ଦଳର ଫ୍ୟାନ୍ସମାନେ ଜାଡେଜାଙ୍କୁ ତାଙ୍କ ଫ୍ରାଞ୍ଚାଇଜିକୁ ଆସିବା ପାଇଁ କହୁଥିବାର ଦେଖା ଯାଇଥିଲା । ସେହିପରି ଜାଡେଜା ଯେବେ ବି ବ୍ୟାଟିଂ କରିବାକୁ ଆସନ୍ତି ଫ୍ୟାନ୍ସ ଧୋନୀ ଧୋନୀ ନାରା ଲଗାଉଥିବା ଦେଖିବାକୁ ମିଳେ । ଯାହାକୁ ନେଇ ଜାଡେଜା ସାମାନ୍ଯ ଅସନ୍ତୁଷ୍ଟ ଥିବା ନିକଟରେ ଏକ ସାକ୍ଷାତକାରରେ କହିଥିଲେ ।

ଏହା ପୂର୍ବରୁ ଧୋନୀ ଜାଡେଜାଙ୍କୁ ଚେନ୍ନାଇ ଅଧିନାୟକତା ଭାର ମଧ୍ୟ ଦେଇଥିଲେ । ହେଲେ ଜାଡେଜା ସଂପୂର୍ଣ୍ଣ ବିଫଳ ହେଉଥିବା ଦେଖି ପୁଣି ଥରେ ଚେନ୍ନାଇର ମଙ୍ଗ ଧରିଥିଲେ କ୍ଯାପଟେନ କୁଲ୍ । ତେବେ ଜାଡେଜା ଏମିତି ଟ୍ବିଟ କରିବାର କାରଣ କଣ ବୋଲି ଆପଣ ଭାବୁଛନ୍ତି ? ଆମକୁ କମେଣ୍ଟ କରି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *