ଦର୍ଶକ ବନ୍ଧୁ ବର୍ତ୍ତମାନର ସବୁଠାରୁ ବଡ ଖବର ଆଉ ରହି ନ ପାରେ ମାଟ୍ରିକ ବୋର୍ଡ ପରୀକ୍ଷା । ହଁ ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ଏହି ଖବରଟି ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ଏହା ସତ । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଜାତୀୟ ଶିକ୍ଷା ନୀଟି ଅନୁଯାୟୀ ଆଗକୁ ହୋଇପାରେ ବଡ ଧରଣର ପରିବର୍ତ୍ତନ ।
ନବମ ରୁ ଯୁକ୍ତ 2 ପର୍ଯ୍ୟନ୍ତ ପରୀକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦେଇଛି ନାସନାଲ କାଉନ୍ସିଲର ଫର ଏଜୁକେସନ ରିସର୍ଚ ଆଣ୍ଡ ଟ୍ରେନିଂ । ଏହି ପ୍ରସ୍ତାବ ଅନୁଯାଇ ଏଣିକି ନବମ ରୁ ଦ୍ଵାଦଶ ରେନୀ ଯାଏଁ 8ଟି ସେମିଷ୍ଟାର ପରୀକ୍ଷା ହେବ କିମ୍ବା 8ଟି ବୋର୍ଡ ପରୀକ୍ଷା ହେବ । ଅର୍ଥାତ ନବମରୁ ଦ୍ଵାଦଶ ଯାଏଁ ପ୍ରତ୍ୟକ ଶ୍ରେଣୀରେ ଛାତ୍ର-ଛାତ୍ରୀଙ୍କୁ ଦୁଇଟି ପରୀକ୍ଷା ଦେବାକୁ ହେବ ।
ନୂଆ ଜାତୀୟ ଶିକ୍ଷା କରିକୁଲମ ଫ୍ରେମଓ୍ବାର୍କ ପ୍ରସ୍ତାବ ଅନୁସାରେ ଯଦି ଗୋଟିଏ ସେମିଷ୍ଟାର ବୋର୍ଡ ପରୀକ୍ଷାରେ ଛାତ୍ର-ଛାତ୍ରୀ ଖରାପ କରନ୍ତି ତେବେ ତାକୁ ସୁଧାରିବା ପାଇଁ ଆଗାମୀ ସେମିଷ୍ଟାର ପରୀକ୍ଷାରେ ସୁଯୋଗ ରହିବ । ଆଉ ଏକ ବଡ କଥା ହେଉଛି କଳା, ବାଣିଜ୍ୟ ଓ ବିଜ୍ଞାନ ଭଳି ପାଠ୍ୟକ୍ରମ ମାଧ୍ୟମରେ ବଡ ଧରଣର ଫରକ ରହିବ ନାହିଁ । ଅର୍ଥାତ କଳା ବା ଆର୍ଟ୍ସ ବାଛି ଥିବା ଛାତ୍ର ଛାତ୍ରୀ ବିଜ୍ଞାନ ଏବଂ ବାଣିଜ୍ୟ ବିଷୟ ମଧ୍ୟ ପଢୀ ପାରିବେ ଏହା ସହ ବାଣିଜ୍ୟ ମଧ୍ୟ ପଢି ପାରିବେ ।
ସେହି ପରି ବିଜ୍ଞାନ ପଢୁଥିବା ଛାତ୍ର-ଛାତ୍ରୀ ମାନେ କଳା ଏବଂ ବାଣିଜ୍ୟର ପାଠ ବି ପଢି ପାରିବେ । ଏହା ସହ ବିଦେଶୀ ଭାଷାରେ ମଧ୍ୟ ଛାତ୍ର ଛାତ୍ରୀ ପାଠ ପଢି ପାରିବେ । ତେବେ ଦର୍ଶକ ବନ୍ଧୁ ମାଟ୍ରିକ ଏବଂ ଯୁକ୍ତ 2 ପରୀକ୍ଷା ଅତ୍ୟଧିକ ଚାପ ସୃଷ୍ଟି କରିଥାଏ ।
ତେଣୁ ଏହି ଚାପକୁ କମ କରିବା ପାଇଁ ଜାତୀୟ ଶିକ୍ଷା କରିକୁଲମ୍ ଫ୍ରେମଓ୍ବାର୍କ ଏଭଳି ଏକ ପ୍ରସ୍ତାବ ଦେଇଛି । ଦୀର୍ଘ ବର୍ଷରୁ ଦେଶରେ ଚାଲି ଆସୁଥିବା ମାଟ୍ରିକ ପରୀକ୍ଷାର ପାଟର୍ନକୁ ସୁଧାରିବାକୁ ଯାଇ ଏମିତି କିଛି ନୂଆ ପ୍ରସ୍ତାବ ଦେଇଛି ଜାତୀୟ ଶିକ୍ଷା କରିକୁଲମ୍ ଫ୍ରେମଓ୍ବାର୍କ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।