ବନ୍ଧୁଗଣ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି । ମଝି ଆକାଶରେ ବିମାନ ଉଡୁ ଥିବା ବେଳେ କକପିଟରେ ପଶିଲା ସାପ । ତାହା ପୁଣି କୌଣସି ସାଧାରଣ ସାପ ନୁହେଁ ବିଷଧର ନାଗ ସାପ । କିନ୍ତୁ ପାଇଲଟଙ୍କ ଧର୍ଯ୍ୟ ଏବଂ ସାହାସ ବଞ୍ଚାଇ ଦେଲା ଲୋକଙ୍କର ଜୀବନ । ହଁ ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ଏହି ଖବରଟି ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ଏହା ସତ । ଗତ କିଛି ସମୟ ହେବ ଏହି ଖବରକୁ ନେଇ ସାରା ବିଶ୍ଵରେ ଚର୍ଚ୍ଚା ଜୋର ଧରିଛି ।
ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ ଏଭଳି ଏକ ଘଟଣା ଦକ୍ଷିଣ ଆଫ୍ରିକାରେ ଘଟିଛି । ଦକ୍ଷିଣ ଆଫ୍ରିକାର ପାଇଲଟ ରୁଟ ଲକ ଏରାସାମସ ଏକ ଛୋଟ ଯାତ୍ରୀ ବାହୀ ବିମାନ ସହ ୱେରଷ୍ଟ୍ରୋରୁ ମେଲସ୍ପ୍ରିଚ ବାହାରି ଥିଲେ ।
ତେବେ ବିମାନଟି ମଝି ଆକାଶରେ ଉଡୁ ଥିବା ବେଳେ ହଠାତ ପାଇଲଟ ଜଣକ ଦେଖି ଥିଲେ ତାଙ୍କ କକପିଟରେ ରହିଛି ଏକ ସାପ । ସାପଟି ଏକ ସାଧାରଣ ସାପ ନଥିଲା ତାହା ଥିଲା ଏକ ବିଷଧର ସାପ । ସାପ ଦେଖିବା ପରେ ତାଙ୍କୁ ଭୟ ତ ଲାଗି ଥିଲା କିନ୍ତୁ ସେ ଅତି ସାହସିକତାର ସହ ବିମାନ ଚଲାଣ ଜାରି ରଖିଥିଲେ ।
ଏହି ଘଟଣା ବିଷୟରେ ସେ କହିଛନ୍ତି, ଯେତେବେଳେ ସେ ଉଡାଣ ଭରିବାକୁ ବାହାରି ଥିଲେ ସେତେବେଳେ ବିମାନର ୱିଙ୍ଗ ତଳେ ଗୋଟେ ସାପ ଥିଲା । କିନ୍ତୁ ପରେ ତାହା ଇଞ୍ଜିନର କାଉଲିଙ୍ଗ ତଳେ ପଶି ଯାଇ ଥିଲା । ଏହା ପରେ ବିମାନ କର୍ମଚାରୀ ମାନେ ସାପକୁ ବହୁତ ଖୋଜି ଥିଲେ କିନ୍ତୁ ସାପ ଟିକୁ ସେମାନେ ପାଇ ନଥିଲେ ।
ସେମାନେ ଭାବିଲେ ସାପଟି ବୋଧ ହୁଏ କୁଆଡେ ଚାଲି ଯାଇଛି । ଯେତେବେଳେ ପାଇଲଟ ପାଣି ବୋତଲ କାଢିବାକୁ ଚେଷ୍ଟା କରିଲେ ସେତେବେଳେ ତାଙ୍କୁ କିଛି ଥଣ୍ଡା ଥଣ୍ଡା ଲାଗିଲା । ସେ ଭାବିଲେ ବୋତଲରୁ ପାଣି ବାହାରି ଯାଇଛି । ହେଲେ ସେଇଠି ବିଷଧର ସାପ ଲୁଚି ରହି ଥିଲା ।
ଏହା ପରେ ସେ ଅତି ସାହସିକତାର ସହ ବିମାନ ଚଳାଇ ଥିଲେ ଏବଂ ସୁରକ୍ଷିତର ସହ ଲ୍ୟାଣ୍ଡ କରେଇ ଥିଲେ । ଏବେ ପାଇଲଟଙ୍କର ପ୍ରଶଂସା ସମସ୍ତେ କରୁଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।