ବନ୍ଧୁଗଣ 70 ଏବଂ 80 ଦଶକରେ ଅନେକ ଅଭିନେତ୍ରୀ ରୁପେଲି ପରଦାରେ ଛାଇ ହୋଇ ରହିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଥିଲେ ତନ୍ଦ୍ରା ରାୟ । ସେ ଅନେକ ଓଡିଆ ଫିଲ୍ମରେ ନିଜର ଜବରଦସ୍ତ ଅଭିନୟ ପଦର୍ଶନ କରି ସୁନାମ ଅର୍ଜନ କରିଥିଲେ ଏବଂ ତାଙ୍କର ଲୋକପ୍ରିୟତା ପୁରା ଓଡିଶାରେ ବହୁତ ଅଧିକ ରହିଛି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ତନ୍ଦ୍ରା ରାୟଙ୍କର ଏକ ସାକ୍ଷାତ୍କାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଏହି ସାକ୍ଷାତ୍କାରରେ ଚନ୍ଦ୍ରା ରାୟ କହିଛନ୍ତି-‘ଏହି ସୋସିଆଲ ମିଡିଆ ଯୁଗରେ କେବେ ମୁଁ ସାକ୍ଷାତ୍କାର ଦେଇନି ଏଇଟା ପ୍ରଥମ ଥର । ମୋର ଗଣମାଧ୍ୟମ ସାମ୍ନାକୁ ଆସିବାର ଏତେ ସଉକ ନାହିଁ ହେଲେ ନିହାତି ଦରକାର ହେଲେ ମୁଁ ନିଶ୍ଚୟ ଆସିବି ।
ମୋର ପ୍ରଥମ ଫିଲ୍ମ ଥିଲା ପୁନର୍ମିଳନ । ସେ ଫିଲ୍ମଟି ସାଉଥରେ ସୁଟିଙ୍ଗ ହେଇ ଥିଲା ସାଉଥର ଡାଇରେକ୍ଟର ଥିଲେ ମୋର ଗୋଟେ ଛୋଟ କମେଡିଆନ ରୋଲ ଥିଲା । ସେହି ଫିଲ୍ମର ସୁଟିଙ୍ଗ ପରବର୍ତ୍ତୀ ସମୟରେ ଚିଲିକାରେ ହେଲା କିନ୍ତୁ କିଛି କାରଣ ବଶତଃ ଫିଲ୍ମଟି ରିଲିଜ ହେବାକୁ ଟିକେ ଡେରି ହେ ଗଲା । ଆମ ଘରର ପରିବେଶ ଟିକେ ନାଚ, ଗୀତ, ସଙ୍ଗୀତ, କଳା ସ୍ଥାପତ୍ୟରେ ରୁହେ ।
ମୋ ବଡ ଭଉଣୀ ଓଡିଶୀ ଡ୍ୟାନ୍ସର ଥିଲେ ମୋ ମାଆ ବି ରେଡିଓରେ କାମ କରୁଥିଲେ । ଏତେ ରକ୍ଷଣଶୀଳ ପରିବାର ଆମର ନୁହେଁ ସବୁ ଓପନ ମାଇଣ୍ଡର ଥିଲେ । ମୋ ବାପା-ମାଆ ବି ସରକାରୀ ଚାକିରି କରୁ ଥିଲେ । ମୋର ସାନ ଭାଇ ଗୋଟେ ଥିଲା ସେ ଗୀତ ଗାଉଥିଲା ହେଲେ ମୁଁ କେଉଁଥିରେ ନଥିଲି । ମୋ ବଡ ଭଉଣୀ ବହୁତ ଭଲ ଡ୍ୟାନ୍ସର ଥିଲା । ମୁଁ ସଙ୍ଗୀତ ଅଭିନୟ ସବୁ ଜାଣୁ ଥିଲି ହେଲେ ମତେ କେଉଁଥିରେ କରିବାକୁ ଇଛା ନଥିଲା ।
ସମସ୍ତେ ଆସି ମଝିରେ ମଝିରେ ଅଫର ଦିଅନ୍ତି ହେଲେ ଘରେ ସବୁ ମନା କରନ୍ତି । ସେତେବେଳେ କାଳିଜାଇ ଫିଲ୍ମ ହେବାର ଥିଲା । ସେହି ଫିଲ୍ମ ପାଇଁ ମତେ ଅଫର ଆସିଲା ହେଲେ ଘର ଲୋକ ମେକର୍ଷ ମାନଙ୍କୁ କହିଲେ ସେ କରିପାରିବ ନା ନାହିଁ ଜାଣିନୁ । ଏହା ପରେ ସେହି ଫିଲ୍ମର ସୁଟିଙ୍ଗ ବନ୍ଦ ହେଇ ଗଲା’ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ତନ୍ଦ୍ରା ରାୟ କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।