ଗୋଟିଏ ପଟେ ଶଙ୍ଖ ଚିହ୍ନ ବ୍ୟବହାର କରି ଅନୁଗୁଳ ଜିଲ୍ଲା କିଶୋରନଗର ବିଡିଓ ଚର୍ଚ୍ଚାରେ, ଅନ୍ୟପଟେ କେନ୍ଦୁଝର ଜିଲ୍ଲା ତେଲକୋଇ ତହସିଲଦାର ବି ଚର୍ଚ୍ଚାରେ । ଦୁଇଜଣ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ କେବଳ ଏତିକି ଫରକ ଯେ, ବିଡିଓ ମହାଶୟ ଦଳୀୟ ଚିହ୍ନ ବ୍ୟବହାର କରି ଚର୍ଚ୍ଚାରେ ଆଉ ତହସିଲଦାର ମହାଶୟ, ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ସହଯୋଗ କରି ଚର୍ଚ୍ଚାରେ ।
ତହସିଲଦାର ମହାଶୟ ଜଣକ ସହାୟତାର ହାତ ବଢାଇ ନଥିଲେ ହୁଏତ ତାଙ୍କ ଭବିଷ୍ୟତ ଅନ୍ଧାର ଆଡକୁ ଠେଲି ହେଇ ଯାଇଥାନ୍ତା । ବିଶେଷ କରି ଦଶମ ବୋଡ ପରୀକ୍ଷା ହିଁ ସମସ୍ତ ଛାତ୍ର-ଛାତ୍ରୀଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିଥାଏ । ସେଇଥି ପାଇଁ ଛାତ୍ର-ଛାତ୍ରୀ ମାନେ ଯଥା ସମ୍ଭବ କଠିନ ପରିଶ୍ରମ କରିଥାନ୍ତି । ଛାତ୍ରୀଙ୍କ ମନ ମଉଳି ଯାଇଥିଲା ଆଉ ଭାବି ଥିଲେ ତାଙ୍କ ଦଶ ବର୍ଷର ପରିଶ୍ରମ ସବୁ ପାଣିରେ ବହି ଯିବ ।
କିନ୍ତୁ ଟିକିଏ ସହଯୋଗ ତାଙ୍କ ମନରେ ଭରି ଦେଇଛି ଅସୁମାରି ଖୁସି । କେନ୍ଦୁଝର ଜିଲ୍ଲା କୁଣ୍ଢେଇ ହୋତା ଗାଁର ଦଶମ ଶ୍ରେଣୀ ଛାତ୍ରୀ ପପିନ ବିଶ୍ଵାଳ ଦଶମ ପରୀକ୍ଷା ପାଇଁ କଠିନ ପରିଶ୍ରମ କରି ଥିଲେ । ଗତ ବର୍ଷ ସ୍କୁଲର ବାର୍ଷିକ କ୍ରିଡା ଉତ୍ସବରେ ଖେଳିବା ସମୟରେ ତାଙ୍କ ବାମ ଗୋଡ ଜଙ୍ଘଟି ଭାଙ୍ଗି ଯାଇଥିଲା ଚିକିତ୍ସା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଘରେ ବିଶ୍ରାମ କରୁଥିଲେ ପପିନ ।
ଆଗକୁ ମାଟ୍ରିକ ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତି ଚଳାଇ ଥିଲେ । ହେଲେ ପପିନଙ୍କ ଘର ଠାରୁ ପରୀକ୍ଷା କେନ୍ଦ୍ରର ଦୂରତା ପାଖା ପାଖି 20 କିଲୋମିଟର । ତେଣୁ ସେ କେମିତି ପରୀକ୍ଷା ଦେବେ ସେନେଇ ଚିନ୍ତାରେ ପଡି ଯାଇଥିଲେ ପରିବାର ଲୋକେ । କିନ୍ତୁ ତେଲକୋଇ ତହସିଲଦାର ମହାଶୟ ଅଶ୍ଵିନ କୁମାର ନାୟକଙ୍କ ଉଦ୍ୟମଙ୍କ ଉଦ୍ୟମରେ ଛାତ୍ରୀ ଜଣକ ଦଶମ ପରୀକ୍ଷା ଦେଇ ପାରିଛନ୍ତି ।
ତହସିଲଦାର ବ୍ୟବହାର କରୁଥିବା ଗାଡି ଛାତ୍ରୀଙ୍କ ଦାଣ୍ଡ ଦୁଆରେ ଲାଗିଲା ଆଉ ସେହି ଗାଡିରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ଥିଲେ ପପିନ । କିନ୍ତୁ ତହସିଲଦାର ଏବଂ ସ୍କୁଲ କର୍ତ୍ତୁପକ୍ଷଙ୍କ ସହାୟତାରେ ପରୀକ୍ଷା ଦେଇ ଏବେ ବେସ ଖୁସି ଅଛନ୍ତି ପପିନ । ଦର୍ଶକ ବନ୍ଧୁ ଏହି ଘଟଣା ପରେ ତହସିଲଦାର ମହାଶୟ ଅଶ୍ଵିନ କୁମାର ନାୟକ ମଧ୍ୟ ପ୍ରଶଂସାର ପାତ୍ର ହୋଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।