ଦର୍ଶକ ବନ୍ଧୁ ଗତ କାଲି ଓଲିଉଡ ଇଣ୍ଡଷ୍ଟ୍ରିର ସୁନ୍ଦରୀ ଅଭିନେତ୍ରୀ ଲିପ୍ସା ମିଶ୍ର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ସେ ଆକାଶଙ୍କୁ ନିଜ ଜୀବନସାଥୀ ରୂପେ ଗ୍ରହଣ କରିଛନ୍ତି । ତେବେ ଉଭୟ ଲିପ୍ସା ଏବଂ ଆକାଶ ଅନେକ ଦିନ ଧରି ପରସ୍ପର ସହ ଲଭ ରିଲେସନ ରଖିଥିଲେ । ଉଭୟଙ୍କ ନିର୍ବନ୍ଧ ମଧ୍ୟ ହୋଇଯାଇଥିଲା ଫ୍ୟାନ୍ସ ମାନେ ଉଭୟଙ୍କ ବିବାହ ଅପେକ୍ଷାରେ ଥିଲେ ଆଉ ଏବେ ଲିପ୍ସା ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି ।
ଗତ କାଲି ଲିପ୍ସା ନାଲି ଲେହେଙ୍ଗାରେ ବହୁତ ଅଧିକ ସୁନ୍ଦର ନଜର ଆସୁଥିଲେ । ତାଙ୍କ ବିବାହରେ ଓଡିଆ ଇଣ୍ଡଷ୍ଟ୍ରିର ଅନେକ ବଡ ବଡ କଳାକାର ମାନେ ଯୋଗ ଦେଇଥିଲେ ଏବଂ ଅତି ଧୁମଧାମର ସହ ଏହି ବିବାହ ସମ୍ପନ୍ନ ହୋଇଛି । ବନ୍ଧୁଗଣ ଗତ କାଲି ଲିପ୍ସାଙ୍କ ବିବାହରେ ଦୁତୀଚାନ୍ଦ ନିଜ ଗାର୍ଲଫ୍ରେଣ୍ଡଙ୍କ ସହ ପହଞ୍ଚି ଥିଲେ । ଦୁତୀ ନିଜ ଗାର୍ଲଫ୍ରେଣ୍ଡଙ୍କ ସହ ଯାଇ ଲିପ୍ସାଙ୍କ ସହ ସେଲଫି ନେଇଥିଲେ ।
ଏନେଇ ଦୁତୀ ଗଣମାଧ୍ୟମ ଆଗରେ ନିଜର ମତ ରଖିଛନ୍ତି ଯାହାର ଭିଡିଓ ବର୍ତ୍ତମାନ ସମୟରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ସାକ୍ଷାତ୍କାରରେ ଦୁତୀ କଣ କହିଛନ୍ତି ଆସନ୍ତୁ ଜାଣିବା । ବନ୍ଧୁଗଣ ଦୁତୀ ଏହି ସାକ୍ଷାତ୍କାର ରେ କହିଛନ୍ତି-‘ଲିପ୍ସା ହେଉଛି ମୋର 8 ବର୍ଷର ସାଙ୍ଗ ମୋତେ ବହୁତ ଖୁସି ଲାଗୁଛି ସେ ଆଜି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛି ।
ମୁଁ ତାକୁ ଅନେକ ସାରା ସୁବେଛା ଆଉ ଅଭିନନ୍ଦନ ଜଣାଉଛି । ଭଗବାନଙ୍କୁ ପ୍ରାର୍ଥନା କରିବି ତାର ଜୀବନ ସୁଖମୟ ଏବଂ ମଙ୍ଗଳମୟ ହେଉ । ସେ ସବୁବେଳେ ଖୁସିରେ ରହୁ ସେ ସବୁବେଳେ ତ ମୋ ସହ କଥା ବାର୍ତ୍ତା କରେ ଆମେ ଏକା ସହ ବହୁତ ଜାଗା ବୁଲା ବୁଲି କରିଛୁ ହେଲେ ଏବେ ଆଉ ସେ ସୁଯୋଗ ମିଳିବ କି ନାହିଁ ମୁଁ ଜାଣିନି । ହେଲେ ଆମର ଯେଉଁ ସମ୍ପର୍କ ତାହା ନିଶ୍ଚିତ ଭାବେ ନିବିଡ ହୋଇ ରହିବ ମୋର ବିଶ୍ଵାସ ।
ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ତାର ଜୀବନ ସୁଖମୟ ହେଉ ଆଉ ସେ ବହୁତ ଖୁସିରେ ରହୁ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଦୁତୀ ଗଣମାଧ୍ୟମ ଆଗରେ ଲିପ୍ସା ଆଉ ତାଙ୍କର ବନ୍ଧୁତା ବିଷୟରେ କହିଛନ୍ତି । ତେବେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।