Exclusive: ‘ପ୍ରକାଶ ଜେନା ଫଇସଲା କର ନ ହେଲେ ପ୍ରିମିୟର୍ ଦିନ ନାମ ନବ, ସେ ଯଦି ଆସି…’ ଦେଖନ୍ତୁ ଏମିତି କାହିଁକି କହିଲେ Mitu Mithun

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଓଡିଆ ଅଭିନେତା ମିଟୁ ମିଥୁନଙ୍କୁ ନିଶ୍ଚୟ ଜାଣିଥିବେ । ଏମିତିରେ ମିଟୁ ନିଜର କଡା ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଆଉ ଏବେ ମଧ୍ୟ ମିଥୁନ ଏଭଳି ଏକ କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ତେବେ ଆପଣ ମାନେ ସମସ୍ତେ ତ ଏହା ନିଶ୍ଚିତ ଜାଣିଥିବେ ଯେ ଓଡିଆ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କର ଏକ ଫିଲ୍ମ ଆସିବାକୁ ଯାଉଛି ଯାହାର ନାମ ରହିଛି ‘ବାପା ସୁପରମ୍ୟାନ’ ।

ଏହି ଫିଲ୍ମଟି ଆଉ କିଛି ଦିନ ପରେ ରିଲିଜ ହେବାକୁ ଯାଉଛି ଆଉ ଏହାରି ମଧ୍ୟରେ ଏହି ଫିଲ୍ମକୁ ନେଇ ଏକ ବିବାଦ ସୃଷ୍ଟି ହୋଇଛି । ଏହି ଫିଲ୍ମର ନିର୍ମାତା ହେଉଛନ୍ତି ପ୍ରକାଶ ଜେନା ତେବେ ଏହି ଫିଲ୍ମର କାହାଣୀ ଜଣେ ବ୍ୟକ୍ତି ଲେଖିଛନ୍ତି ହେଲେ ଫିଲ୍ମରେ ତାଙ୍କର ନାମ ନାହିଁ  । ତେଣୁ ସେହି ବ୍ୟକ୍ତିଙ୍କ ପାଇଁ ମିଟୁ ଗଣମାଧ୍ୟମ ସାମ୍ନାକୁ ଆସି ନିଜର ମତ ରଖିଛନ୍ତି ।

ମିଟୁ ଏନେଇ କହିଛନ୍ତି-‘ଏ ଲୋକ ମୋତେ ଆଗେ କଲ୍ କଲା ମୁଁ ଦେଇଦେବି ଆପଣ ଦେଖିବେ ତା ପରେ ମୁଁ ଫୋନ କଲି ପ୍ରକାଶ ଜେନାଙ୍କୁ । ସିଏ ବି ଯାହା କହିଛନ୍ତି ମୁଁ କହିଛି । ମୁଁ କହିଲି ଏ ଫିଲ୍ମ ବାପା ସୁପର ମ୍ୟାନ ଫିଲ୍ମର ପ୍ରମୋଶନ ପାଇଁ ମୁଁ ବି ଯାଇଥିଲି । ପ୍ରକାଶ ମୋ ସାନ ଭାଇ ଟିଏ ଆଉ ଏ ବି ମୋତେ ଯେତିକି ବ୍ୟବହାର କଲା ମୋତେ ଲାଗିଲା ସାନ ଭାଇ ନ୍ୟାୟ ଯେଉଁଠି ମୁଁ ସେଇଠି ଅଛି ।

ମୁଁ ଗୋଟେ କଥା କହିବି 24 ଘଣ୍ଟା ଭିତରେ ଏ କଥାର ସମାଧାନ କର ଯଦି ସମାଧାନ ନକରିବ ଆଉ କଥା ହାଇକୋର୍ଟକୁ ଯିବ ବର୍ଷ ବର୍ଷ ଧରି ନା ସିନେମା ରିଲିଜ ହେବ ନା ଆଉ କିଛି । ଆମେ ଦେଖିଛି ଗୋଟେ ଫିଲ୍ମ ପାଇଁ ଆମେ ଲଢିଛୁ । ମୁଁ ଚାହୁଁନି ଏ କୋର୍ଟ ଏ କାଠ ଗଡାକୁ ଆସିବା ପାଇଁ । ମୁଁ ଚାହୁଁଛି ଆପଶ ସମାଧାନ କର ।

ପ୍ରକାଶ ଏ କଥାକୁ ତୁଟାଉ ଏ କହୁଛି ଏ ଲେଖିଛି ତେଣୁ ସତ କଣ ନ ଜଣାଇଲା ଯାଏଁ ଆମେ ଷ୍ଟେଟମେଣ୍ଟ ଯଦି ଦେବା ଆଉ ହେଉଥିବ ଆଉ ଗୋଟେ କଥା ତେଣୁ ମୁଁ ଚାହୁଁଛି ପ୍ରକାଶ ଆସି 24 ଘଣ୍ଟା ଭିତରେ ତୁଟାଉ । ପ୍ରକାଶ ଜେନା ଫଇସଲା କର ନହଲେ ପ୍ରିମିୟର୍ ଦିନ ନାମ ନବ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *