ଦର୍ଶକ ବନ୍ଧୁ ବର୍ତ୍ତମାନର ସବୁଠାରୁ ବଡ ଖବର ପ୍ରଚଣ୍ଡ ଶବ୍ଦରେ ଥରି ଉଠିଛି ଦୁଇଟି ସହର । ହଁ ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ଏହି ଖବରଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ତେବେ ଏହି ଖବରକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।
ବନ୍ଧୁଗଣ ବାଲେଶ୍ଵର ଏବଂ ବାରିପଦାରେ ଶୁଭିଛି ପ୍ରଚଣ୍ଡ ଶବ୍ଦ । ପ୍ରଚଣ୍ଡ ଶବ୍ଦରେ ଥରିଲା ଘର କବଟା ଏବଂ ଝରକା । ଏହି ପ୍ରଚଣ୍ଡ ଶବ୍ଦରେ ଉଡି ଗଲେ ଗଛରେ ବସିଥିବା ପକ୍ଷୀ ଓ ବାଦୁଡି । କିଛି କ୍ଷଣ ପାଇଁ ପ୍ରଚଣ୍ଡ ଶବ୍ଦକୁ ଲୋକ ମାନେ ଅନୁଭବ କରିଛନ୍ତି । ତେବେ ଏହି ପ୍ରଚଣ୍ଡ ଶବ୍ଦ ପଛରେ କାରଣ କଣ ତାହା ଏ ପର୍ଯ୍ୟନ୍ତ ସ୍ପର୍ଷ୍ଟ ହୋଇ ନାହିଁ । ତେଣୁ ଏଭଳି ଏକ ପ୍ରଚଣ୍ଡ ଶବ୍ଦ ଶୁଣି ଲୋକ ମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।
ମିଡିଆ ରିପୋର୍ଟସ ଅନୁସାରେ ଏହି ପ୍ରଚଣ୍ଡ ଶବ୍ଦ ଏକ ବଡ ବିସ୍ଫୋରଣର ଶବ୍ଦ ବୋଲି ଆକଳନ କରା ଯାଉଛି । କାହିଁକି ନା ଏହି ଶବ୍ଦ ଏତେ ପ୍ରଚଣ୍ଡ ଥିଲା ଯେ ତାହା ନିଶ୍ଚିତ ରୂପେ କହିହେବ କି ଏକ ବଡ ବିସ୍ଫୋରଣ ହୋଇଛି । ତେବେ ପୂର୍ବରୁ ମଧ୍ୟ ଏଭଳି ଶବ୍ଦ ଶୁଣିବାକୁ ମିଳି ଥିଲା । ଗତ 6 ମାସ ତଳେ ଏଭଳି ଏକ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳି ଥିଲା ।
ତେବେ ଏହା ଚାନ୍ଦିପୁର ଆଇଟିଆରରେ କୌଣସି ବିସ୍ଫୋରଣ ହୋଇଥାଇ ପାରେ ବୋଲି ଆକଳନ କରା ଯାଇଥିଲା । କାରଣ ସେତେବେଳେ ମଧ୍ୟ ଏହି ଶବ୍ଦକୁ ପ୍ରଶାସନ ପକ୍ଷରୁ ଏଡାଇ ଦିଆ ଯାଇଥିଲା କୁହା ଯାଇଥିଲା କି ଏହା କୌଣସି ବିସ୍ଫୋରଣ ନୁହେଁ ବୋଲି କହିବା ସହ ଏହା କୌଣସି ଭୂମିକମ୍ପ ନୁହେଁ ବୋଲି ସ୍ପର୍ଷ୍ଟ କରା ଯାଇଥିଲା । ତେବେ ଆଜି ଯେଉଁ ପ୍ରଚଣ୍ଡ ଶବ୍ଦ ଥିଲା ତାହା ସମଗ୍ର ଜିଲ୍ଲାକୁ ଥରେଇ ଦେଇଛି ।
3 ରୁ 4 ସେକେଣ୍ଡ ପର୍ଯ୍ୟନ୍ତ ସମଗ୍ର ଜିଲ୍ଲା ଥରି ଉଠି ଥିଲା । ତେବେ ବର୍ତ୍ତମାନ ଲୋକ ମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।