କାହିଁକି ଏତେ ତରବରରେ ଲୁଚି ଲୁଚି ବିବାହ କଲେ ବିଧାୟକ Dibya Shankar, ଦିନରେ ନିର୍ବନ୍ଧ ଚର୍ଚ୍ଚା ହେଉ ହେଉ ରାତିରେ ପଡି ସାରିଲାଣି ହାତଗଣ୍ଠି

ଦର୍ଶକ ବନ୍ଧୁ ଚର୍ଚ୍ଚା ନସରୁଣୁ ପଡିଗଲା ହାତ ଗଣ୍ଠି ଚର୍ଚ୍ଚା ହେଉ ହେଉ ବାହା ହୋଇ ପଡିଲେ ବିଧାୟକ ଦିବ୍ୟ ଶଙ୍କର ମିଶ୍ର । ଦ୍ଵିତୀୟ ଇନିଙ୍ଗ୍ସ ସିନା କିନ୍ତୁ ପୁରା ପ୍ରଥମ ବିବାହ ଭଳି । ନିର୍ବନ୍ଧ ବେଳେ କେକ କାଟିବା ଠାରୁ ଆରମ୍ଭ କରି ମ୍ୟାଚିଙ୍ଗ କପଡା ପିନ୍ଧିବା ପର୍ଯ୍ୟନ୍ତ କିନ୍ତୁ ଲୁଚି ଲୁଚି ବିବାହ କରିଲେ ଜୁନାଗଡ ବିଧାୟକ କାପ୍ଟେନ ଦିବ୍ୟ ଶଙ୍କର ମିଶ୍ର । ଆଉ ଚର୍ଚ୍ଚା ହେବାର ଗୋଟିଏ ଦିନ ପରେ ହିଁ ସମ୍ପନ୍ନ ହେଇଗଲା ବିବାହ ।

ଦିବ୍ୟ ଶଙ୍କରଙ୍କର ନୂଆ ଇନିଙ୍ଗ୍ସକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା । ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଜୁନାଗଡ ବିଧାୟକ କାପ୍ଟେନ ଦିବ୍ୟ ଶଙ୍କର ମିଶ୍ର । କଳାହାଣ୍ଡି ଜିଲ୍ଲା ଗଲାମୁଣ୍ଡା ଡେକୂଟ ଗାଁର ପ୍ରିୟଙ୍କା ଅଗସ୍ତିଙ୍କୁ ବିବାହ କରିଛନ୍ତି ଦିବ୍ୟ ଶଙ୍କର । ପୁରୀ ଜିଲ୍ଲା ପିପିଲି ନିକଟ ଏକ ରିଶୋର୍ଟରେ ଏହି ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି ।

ତେବେ ଦିବ୍ୟ ଶଙ୍କରଙ୍କର ବାହାଘରକୁ ନେଇ ଯେଉଁ ଚର୍ଚ୍ଚା ଲାଗି ରହିଥିଲା ସେସବୁ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିଛି ଏବଂ ଗୋଟିଏ ଦିନରେ ନିର୍ବନ୍ଧ କାର୍ଯ୍ୟ ହେବା ସହ ବିବାହ ବି ସରିଛି । ଦ୍ଵିତୀୟ ଥର ପାଇଁ ବର ଭେଶରେ ବେଦିରେ ବସି ବିବାହ କରିଛନ୍ତି ଦିବ୍ୟ ଶଙ୍କର ମିଶ୍ର । 7 କଳସ 8 ଦୀପକୁ ସାକ୍ଷୀରେ ରଖି ପ୍ରିୟଙ୍କାଙ୍କର ହାତ ଧରିଛନ୍ତି ଦିବ୍ୟ ଶଙ୍କର । ତେବେ ମିଡିଆ ରିପୋର୍ଟସ ଅନୁସାରେ ଗତ କାଲି ପୁରୀ ଜିଲ୍ଲା ପିପିଲି ନିକଟ ଏକ ରିଶୋର୍ଟରେ ପ୍ରଥମେ ଉଭୟଙ୍କର ନିର୍ବନ୍ଧ କାର୍ଯ୍ୟ ଆରମ୍ଭ ହୋଇଥିଲା  ।

ଏଥିରେ ଦିବ୍ୟ ଶଙ୍କର ଓ ପ୍ରିୟଙ୍କାଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ । ସେପଟେ ନିର୍ବନ୍ଧ କାର୍ଯ୍ୟ ଶେଷ ହେବାର କିଛି ସମୟ ପରେ ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ କେବଳ ଉଭୟ ପରିବାର ସଦସ୍ୟ ଯୋଗ ଦେଇଥିଲେ । ସେହି ଭଳି ଏହି ବିବାହ କାର୍ଯ୍ୟ ଗୁପ୍ତ ରହିଛି । ଏଥିରେ କେବଳ ତାଙ୍କ ପରିବାରର କିଛି ସଦସ୍ୟ ଉପସ୍ଥିତ ଥିଲେ ।

ବହୁ ସୀମିତ ଅତିଥିଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଛି ଦିବ୍ୟ ଶଙ୍କରଙ୍କ ଦ୍ଵିତୀୟ ଇନିଙ୍ଗ୍ସ । ବେସ କଡାକଡି ଭାବେ କାପ୍ଟେନ ଦିବ୍ୟ ଶଙ୍କରଙ୍କ ବିବାହ ସମ୍ପନ୍ନ ହୋଇଛି । ଆଉ ଏବେ ଏହି ଖବରକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *