ଝିଅକୁ ବିକିଦେଉଥିଲା ସାବତ ବାପା, ମାଡି ବସିଲା ରେଳବାଇ ପୋଲିସ, ଦେଖନ୍ତୁ ପୁରା ଘଟଣା…

ନମସ୍କାର ବନ୍ଧୁଗଣ, ଝିଅକୁ ବିକୁଥିବା ବେଳେ ଧରାପଡିଛନ୍ତି ଅଭିଯୁକ୍ତ । ଧରା ପଡିବା ପରେ କହିଛନ୍ତି ଝିଅକୁ ୨୧ ବର୍ଷ ଅଟେ । ସୂଚନା ଅନୁଯାୟୀ ଜଣାପଡୁଛି ଝିଅ ପଢୁଛି ନବମ ଶ୍ରେଣୀରେ । ତେବେ ଝିଅ ବିକୁଥିବାର ଘଟଣା କେଉଁଠାରୁ ଆସିଛି । ଏବଂ ସେମାନଙ୍କୁ କିଭଳି ଭାବରେ ଧରାଗଲା ତାହା ବର୍ତ୍ତମାନ ଜାଣିବାର ବିଷୟ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଝିଅ ବିକାଳିଙ୍କ ସମ୍ପର୍କରେ ରହିଥିବା ସମ୍ପୂର୍ଣ ଖବର ସମ୍ପର୍କରେ ।

ଖବର ମୁତାବିକ ପାଟଣାଗଡ ଉପଖଣ୍ଡ ଲରମ୍ଭା ଥାନା ଅନ୍ତର୍ଗତ ଜଣେ ନବମ ଶ୍ରେଣୀ ଝିଅକୁ କଣ୍ଟାବାଞ୍ଜି ଷ୍ଟେସନରୁ ଉଦ୍ଧାର କରିଛି ରେଳବାଇ ପୋଲିସ । ସମ୍ପୃକ୍ତ ନାବାଳିକାଙ୍କୁ ରାଜସ୍ଥାନରେ ବିବାହ କରିବା କଥା କହି ଦଲାଲ ହାତରେ ଟେକି ଦେଇଥିଲା ସାବତ ବାପା । ଆଉ ସେଥିପାଇଁ ରାଜସ୍ଥାନରୁ ଆସିଥିବା ଦୁଇ ଜଣ ଯୁବତୀ ଏବଂ ଯୁବକଙ୍କ ଠାରୁ ସାବତ ବାପା ନେଇଛି ୫୦,୦୦୦ ହଜାର ଟଙ୍କା ।

ନିଜ ନାବାଳିକା ଝିଅକୁ ରାଜସ୍ଥାନରେ ବିବାହ କରାଇବା ପାଇଁ ଦଲାଲଙ୍କ ହାତରୁ ୫୦ ହଜାର ଟଙ୍କା ନେଇ ବିକି ଦେଇଥିଲା ବାପା । କେହି ସନ୍ଦେହ ନ କରିବା ପାଇଁ ନାବାଳିକା ଝିଅକୁ ବଧୁ ବେଶରେ ସଜାଇ ଦେଇଥିଲା ବାପା । ଆଉ ଶୁକ୍ରବାର ଦିନ ରାତିରେ ପାଟଣାଗଡ ରୁ କଣ୍ଟାବାଞ୍ଜି ରେଳ ଷ୍ଟେସନକୁ ଆଣିଥିଲା ଦଲାଲ । ଆଉ ଝିଅକୁ ଟ୍ରେନରେ ରାଜସ୍ଥାନ ନେବା ପାଇଁ ପ୍ରସ୍ତୁତ ହେଉଥିଲେ ।

ଠିକ ଏହି ସମୟରେ କିଛି ଲୋକ ସନ୍ଦେହ କଲେ । ତାଙ୍କୁ କିଛି ଲୋକ ପଚରା ଉଚରା ମଧ୍ୟ କରିଥିଲେ ଏହାପରେ ଦଲାଲ ତରତର ହୋଇ ଏକ ଗାଡିରେ ବସିପଡିଥିଲେ । ହେଲେ ସ୍ଥାନୀୟ ଯୁବକ ମାନେ ପୋଲିସକୁ ଖବର ଦେଇଥିଲେ । ଏହାପରେ ପୋଲିସ ଆସି ସେମାନଙ୍କୁ ଗୋଡାଇ ଗୋଡାଇ ଧରିବା ସହ ନାବାଳିକାଙ୍କୁ ଉଦ୍ଧାର ମଧ୍ୟ କରିଥିଲା । ଅଭିଯୁକ୍ତଙ୍କ ସହ ଧରା ପଡିଥିବା ମହିଳା ଜଣଙ୍କ ହେଉଛନ୍ତି ବେଲପଡା ଅଞ୍ଚଳର ।

ସେ ପୂର୍ବରୁ ରାଜସ୍ଥାନରେ ବିବାହ କରିଥିବାର କଥା ପୋଲିସ ସୂଚନା ଦେଇଛି । ଆଉ ନାବାଳିକାଙ୍କର ବାପାଙ୍କୁ ସେ ପୂର୍ବରୁ ଚିହ୍ନି ଥିବାର କଥା କହିଛନ୍ତି । ସବୁଠାରୁ ବଡ କଥା ହେଲା ପୂର୍ବରୁ ମହିଳା ଜଣଙ୍କ ଏହି ଅଞ୍ଚଳରୁ ଅନେକ ଝିଅକୁ ଚାଲାଣ କରିଛନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *