‘ସନ୍ଧ୍ୟା ସମୟରେ ଦେଇଥିଲେ ବଞ୍ଚି ଯାଇଥାନ୍ତେ, ହେଲେ ସେ ଦିନ ବେଳେ ସୁନା କଳସୀ ଦାନ କରି ବଡ…’: ପଣ୍ଡିତ ତାପସ କୁମାର ଶତପଥୀ

ଦର୍ଶକ ବନ୍ଧୁ ଓଡିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ବରିଷ୍ଠ ନେତା ନବ ଦାସଙ୍କର ପରଲୋକ ହୋଇଛି । ତେବେ ମିଡିଆ ରିପୋର୍ଟସ ଅନୁସାରେ ସେ ବ୍ରଜରାଜ ନଗରର ଏକ ସଭାରେ ଯୋଗ ଦେବାକୁ ଯାଇଥିବା ବେଳେ ଗୋପାଳ କୃଷ୍ଣ ଦାସ ନାମକ ଜଣେ ଏଏସଆଇ ତାଙ୍କ ଉପରେ guli ଚଲାଇ ଥିଲେ । ଅତି ଶୋଚନୀୟ ଅବସ୍ଥାରେ ନବଙ୍କୁ ପ୍ରଥମେ ଝାରସୁଗୁଡା ମେଡିକାଲ ନିଆ ଯାଇଥିଲା ।

ହେଲେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ଵର ହେବାରୁ ତାଙ୍କୁ ଏୟାରଲିଫ୍ଟ ଜରିଆରେ ଆପୋଲୋ ହସ୍ପିଟାଲ ଅଣା ଯାଇଥିଲା  । ଡାକ୍ତରୀ ଟିମର ବହୁ ପ୍ରଚେଷ୍ଟା ସୁଧା ନବଙ୍କୁ ବଞ୍ଚେଇ ହେଲା ନାହିଁ । ବନ୍ଧୁଗଣ ଏନେଇ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାର ଘୋର ନିନ୍ଦା କରିବା ସହ ସିବିଆଇକୁ ଏହି ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଗତ କାଲି ନବଙ୍କର ଶେଷ କୃତ୍ୟ ସମାପ୍ତ ହୋଇଥିଲା ।

ଆଉ ଆଜି ଏକ ବଡ ଖବର ସାମ୍ନାକୁ ଆସୁଛି । ନବଙ୍କର ଶନି ଦଶା ଚାଲୁ ଥିଲା ତେଣୁ ସେ ଶନି ମନ୍ଦିରରେ ଏକ ସୁନା କଳସ ଦେଇ ଥିଲେ । ନବ କହିଥିଲେ ସେହି ସୁନା କଳସର ଦାମ 10 ଲକ୍ଷ ଟଙ୍କା ହେଲେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ସେହି କଳସର ଦାମ ହେଉଛି ଏକ କୋଟି ଟଙ୍କା । ଶନି ଦଶାରୁ ମୁକ୍ତି ପାଇବା ପାଇଁ ସେ ଏପରି କରିଥିଲେ ହେଲେ କିଛି ଲାଭ ହେଲା ନାହିଁ ।

ଏନେଇ ଶନି ମନ୍ଦିରର ପୂଜାରୀ ପଣ୍ଡିତ ତାପସ କୁମାର ଶତପଥି ନିଜର ମତ ରଖିଛନ୍ତି । ସେ କହିଛନ୍ତି-‘ଶନିଙ୍କୁ ଆମେ ଜାଣି ଥାଉ ସୂର୍ଯ୍ୟଙ୍କ ପୁତ୍ର ତେବେ ସୂର୍ଯ୍ୟଙ୍କ ଦୁଇ ପୁତ୍ର ଶନି ଏବଂ ଯମ । ଶନିଙ୍କୁ ଉପାସନା କରିବା ଉଚିତ । ଆମେ ମାନେ ଶନିଙ୍କୁ ବହୁତ ଖରାପ କହିଥାଉ କାରଣ ସେ ଯାହା ଉପରେ ପ୍ରଭାବ ପକାଇ ଥାନ୍ତି ସେ ତଳି ତଳାନ୍ତ ହୋଇଯାଏ । ହେଲେ ଏହା ଆମର ଭୁଲ ଧାରଣା ।

ଶନିଙ୍କୁ ଆମେ ନ୍ୟାୟର ଦେବତା କହିଥାଉ ଏବଂ ତାଙ୍କୁ ଆମେ ସନ୍ଧ୍ୟା ସମୟରେ ଉପାସନା କରିଥାଉ । ମୋତେ ଲାଗୁଛି ନବ ଦାସ ଦିନ ବେଳେ ବୋଧ ହୁଏ ସୁନା କଳସ ମହାରାଷ୍ଟ୍ରରେ ଦାନ କରି ଛନ୍ତି । ଯଦି ସେ ସନ୍ଧ୍ୟା ସମୟରେ ଦାନ କରିଥାନ୍ତେ ତା ହେଲେ ତାଙ୍କୁ ଲାଭ ମିଳି ଥାନ୍ତା’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *