‘ସେଦିନ ମୋ ମା’ ଚାଲି ଯାଇଥିଲେ ହେଲେ ମୋତେ ନିଜ ଦୁଃଖକୁ ଲୁଚେଇ ଲୋକଙ୍କୁ ହସେଇବାକୁ ପଡିଥିଲା, ସେଦିନର କଥା ମନେ…’: Sunanda Parida

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିତ୍ବ ଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଜଣେ ମଧ୍ୟବିତ୍ତ ପରିବାର ରେ ଥିଲେ ଆଉ ତା ପରେ କଳାକାର ଭାବେ ଅଭିନୟ ଦୁନିଆରେ ପାଦ ଥାପିଥିଲେ । ତା ପରେ ଆରାମ୍ଭ କରିଥିଲେ ଥିଏଟର ରୁ ଯାତ୍ରା । ଆଉ ତା ପରେ ଆରମ୍ଭ ହେଲା ସିରିଏଲ ଯାହା ପରେ ଲୋକେ ତାଙ୍କୁ ଜାଣିବାକୁ ଲାଗିଲେ । ଜଣେ ଚର୍ଚ୍ଚିତ କଳାକାରଙ୍କ ସ୍ତ୍ରୀ ହେଲେ ମଧ୍ୟ ସେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି କଳାକାର କ୍ଷେତ୍ରରେ ।

ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି କମେଡିଆନ ପ୍ରଜ୍ଞା ଙ୍କୁ ବିବାହ କରିଥିବା ଅଭିନେତ୍ରୀ ସୁନନ୍ଦା ପରିଡା । ଅଭିନେତ୍ରୀ ସୁନନ୍ଦା ଜଣେ କମେଡିଆନ ମଧ୍ୟ । ସେ ଏକ ସାକ୍ଷାତତ୍କାର ରେ ବୟାନ ଦେଇ କହିଛନ୍ତି ଯେ “ଭଗବାନଙ୍କ ଦୟାରୁ ସବୁ କିଛି ଭଲରେ ଭଲରେ ଚାଲିଛି । ଆଉ ବାକି ଦିନ ବି ସମସ୍ତଙ୍କର ଦିନ ଭଲ କଟି ଯାଉଛି ।

ଜାଗା ବନେଇବାକୁ ବହତ କଷ୍ଟ କରିବାକୁ ପଡେ । ଆମେ ଯେବେ ଛୋଟ ଥିଲି ସେତେବେଳେ ପାଠ ପାଇଁ ସଂଘର୍ଷ କରିଥିଲୁ । ମୁଁ ଥିଏଟର ଆର୍ଟିଷ୍ଟ । ମଞ୍ଚ ହିଁ ମୋର ଜୀବନ । ମଞ୍ଚରୁ ମୋର ଜୀବନର ଆରମ୍ଭ ଆଉ ସେଠାରେ ହିଁ ଶେଷ ହେବ । ସିନେମା ସିରିଏଲ ମଞ୍ଚରୁ ଶିଖିଛି ବୋଲି ଆଜି କରିପାରିଛି । ଥିଏଟର ହେଉଛି ଲାଇଭ ମିଡିଆ ।

ମଞ୍ଚରେ ଲୋକେ ଲାଇଭଲି ଦର୍ଶକଙ୍କୁ ଦେଖନ୍ତି । ମୋ ମା ଚାଲି ଯାଇଥିଲେ ହେଲେ ମୁଁ ଯେ ହେତୁ କଳାକାର ମୋତେ ଲୋକଙ୍କୁ ହସେଇବାକୁ ପଡିଥିଲା । ମାଙ୍କର ମୃତ୍ୟୁ ସମୟରେ ମୁଁ ଶୁଟିଙ୍ଗ ରେ ଥିଲି । ଆଉ ସନ୍ଧ୍ୟାରେ ଯାଇ ପହଞ୍ଚିଲି । ତା ପରେ ବି ମୁଁ ବହୁତ କଷ୍ଟ ପାଇଛି । ତା ପରେ ବି ମୁଁ ଆସିକି କାମ କରିଛି ଲୋକଙ୍କୁ ହସାଇଛି । କମେଡି ରୁ ମୋର କ୍ଯାରିୟର ଆରମ୍ଭ ହୋଇଛି ।

କମେଡି କରିବା ସମୟରେ ମୋର ଭିତରେ ଏତେ କଷ୍ଟ ଥାଇ ବି ମୁଁ ଲୋକଙ୍କୁ କମେଡି କରି ହସାଇଛି । ଉଁ ଭାବେ ଭଗବାନ କଳାକାର ଙ୍କୁ ଏମିତି ତିଆରି କରିଛନ୍ତି ସେମାନେ ଗୋଟେ ଅନମୋଲ ଯାହାଙ୍କର ମୂଲ୍ୟ ନାହି । କିଛି କିଛି ଲୋକଙ୍କୁ ଭଗବାନ ଏମିତି ଅନମୋଲ ବନାଇଛନ୍ତି । ମୁଁ ବହୁତ ସଂଘର୍ଷ କରି ଆଜି ଏଠାରେ ଆସି ପହଞ୍ଚିଛି ।

ମୁଁ କେବେ ପଛକୁ ଫେରି ନାହି । ମୋତେ ଯେତେ କଷ୍ଟ ଲାଗିଲେ ବି ଯେତେ ଅସୁବିଧା ଆସିଲେ ବି ମୁଁ ମୋ କାମକୁ କେବେ ଅବହେଳା କରେ ନାହି” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ସୁନନ୍ଦା ଙ୍କ କମେଡି କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *