ଦର୍ଶକ ବନ୍ଧୁ ଗତ ପାଞ୍ଚ ଦିନ ହେବ ଓଡିଶାରେ ଏକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ଗତ ପାଞ୍ଚ ଦିନ ତଳେ ଅମ୍ରିତ ନାମକ ଏକ କମ ବର୍ଷୀୟ ଛାତ୍ର କୁଆଡେ ଗାୟବ ହୋଇଯାଇଥିଲେ । ପରିବାର ଲୋକ ମାନେ ଏନେଇ ଥାନାରେ ଅଭିଯୋଗ କରିଥିଲେ । ତେବେ ପରିବାର ଲୋକ ଏହାକୁ ଅପହରଣ ବୋଲି ପ୍ରଥମେ କହିଥିଲେ । ଦୀର୍ଘ ପାଞ୍ଚ ଦିନ ହେବ ଅମ୍ରିତଙ୍କ ପରିବାର ଲୋକଙ୍କ ଅବସ୍ଥା ବହୁତ ଜଟିଳ ଥିଲା ଆଉ ଏନେଇ ପୋଲିସ ମଧ୍ୟ ଅମ୍ରିତଙ୍କୁ ଖୋଜୁ ଥିଲା ।
ହେଲେ ଆଜି ସକାଳେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଥିଲା । ଆଜି ସକାଳେ ଅମ୍ରିତ କୁରାଳର ଏକ ପଣ୍ଡିତ ସାହି ଯାଇ ଥିଲେ ଏବଂ ଏକ ସ୍ତ୍ରୀ ଲୋକକୁ ଡାକି ଥିଲେ । ସେହି ସ୍ତ୍ରୀ ଲୋକ ଜଣକ ପାଣି ଆଣିବାକୁ ଯାଉଥିବା ସମୟରେ ଅମ୍ରିତ ତାଙ୍କୁ ଡାକିବାରୁ ସେ ଅମ୍ରିତଙ୍କୁ ନିଜ ଘର ଭିତରକୁ ନେଇ ସରପଞ୍ଚଙ୍କୁ ଡକାଇ ଥିଲେ । ଏବେ ଅମ୍ରିତଙ୍କ ସହ ପୋଲିସ ପଚରା ଉଚରା କରୁଛି ।
ଆଉ ଏହାରି ମଧ୍ୟରେ ସେହି ସ୍ତ୍ରୀ ଲୋକ ଜଣକ ଗଣମାଧ୍ୟମ ସାମ୍ନାକୁ ଆସି ଘଟଣା ବିଷୟରେ କହିଛନ୍ତି । ତେବେ ବନ୍ଧୁଗଣ ସ୍ତ୍ରୀ ଲୋକ ଜଣକ କଣ ସବୁ କହିଛନ୍ତି ଆଉ ଡେରି ନକରି ଆସନ୍ତୁ ଜାଣିବା । ସେ ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ଆମେ ଦୁଇ ଜଣ ସ୍ତ୍ରୀ ଲୋକ ପାଣି ପାଇଁ ଆସିଥିଲୁ । ମୋ ସାଙ୍ଗରେ ଯେଉଁ ସ୍ତ୍ରୀ ଲୋକ ଥିଲେ ସେ ତାକୁ ଦେଖି ଡାକିଲେ ଆଉ କହିଲେ ତତେ କିଏ କିଡ୍ନାପ କରି ରଖିଦେଇଛି କି ।
ସେ ଛୁଆ ଡରିକି ଥିଲା । ମୁଁ ପାଖରୁ ଦେଖିଲା ପରେ ଜାଣିଲି । ସେତେବେଳେ ସକାଳ 8ଟା ହେଇଥିଲା । ଆମେ କିଛି ଜାଣିନୁ ଆମେ ତ ଚାରି ଦିନ ହେଲା ଏଇଠୁ ପାଣି ନେଉଛୁ । ଏହି ଚାରି ଦିନ ଭିତରେ ଆମେ ସେ ଛୁଆକୁ ନେଇ କୌଣସି ସୁରାଗ ପାଇନୁ । ଆମେ ଛୁଆକୁ ଦେଖି ଆଶ୍ଚର୍ଯ୍ୟ ହେଇ ଗଲି । ମୁଁ ତାର ଫଟୋ ଦେଖିଥିଲି ତେଣୁ ତାକୁ ପଚାରିଲି ଯେଉଁ ଛୁଆ ଚୋରୀ ହେଇଯାଇଛି ତୁ ସେହି ପିଲାଟି ।
ସେ କହିଲା ହଁ । ତା ପରେ ଆମେ ସରପଞ୍ଚଙ୍କୁ ଡକେଇଲୁ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ସେହି ମହିଳା ଜଣକ ଘଟଣା ସମ୍ପର୍କରେ କହିଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।