‘ମୁଁ ଯାହାକୁ ବି ଭଲ ପାଉଛି, ମୋ ଆତ୍ମା ଭିତରୁ ଭଲ ପାଉଛି…’ ଦେଖନ୍ତୁ ଏମିତି କାହିଁକି ଓ କାହା ପାଇଁ କହିଲେ Anubhav Mohanty

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଓଡିଆ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତା ଅନୁଭବ ମହାନ୍ତିଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଅନୁଭବ ଜଣେ ବରିଷ୍ଠ ଅଭିନେତା ହେବା ସହ କେନ୍ଦ୍ରପଡା ଜିଲ୍ଲାର ସାଂସଦ ଅଟନ୍ତି । ବନ୍ଧୁଗଣ ଏମିତିରେ ଅନୁଭବ ନିଜ ପାରିବାରିକ ବିବାଦ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ହେଲେ ଗତ କିଛି ଦିନ ହେବ ଅନୁଭବ ନିଜ ଦ୍ଵିତୀୟ ବିବାହ ପାଇଁ ଚର୍ଚ୍ଚାରେ ଅଛନ୍ତି ।

ବନ୍ଧୁଗଣ ସୋସିଆଲ ମିଡିଆରେ ରାକେଶ ରୋଷନ ମହାନ୍ତି ନାମକ ଜଣେ ଯୁବକ ଅନୁଭବଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଅପଲୋଡ କରି ତାଙ୍କୁ ବିବାହ ନିମନ୍ତେ ଅଭିନନ୍ଦନ ଜଣାଇ ଛନ୍ତି । ଏହି ଫଟୋ ଭାଇରାଲ ହେବା ପରେ ଅନେକ ବିବାଦ ସୃଷ୍ଟି ହୋଇଛି । କେହି କେହି ଏହାକୁ ମିଛ କହୁ ଥିବା ବେଳେ ଅନେକ ଲୋକ ଏହାକୁ ସତ ବୋଲି କହିଛନ୍ତି ।

ଅନେକ ଲୋକ ଏହି ଫଟୋ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି ଅନ୍ୟ ପକ୍ଷେ ରାକେଶ ଅନେକ ଥର ଗଣମାଧ୍ୟମକୁ ସାକ୍ଷାତ୍କାର ଦେଇ ସେହି ବିବାହ ସତ ବୋଲି କହୁଛନ୍ତି । ତେବେ ଏହାରି ମଧ୍ୟରେ ଅନୁଭବ ମହାନ୍ତି ଗଣମାଧ୍ୟମ ଆଗରେ ନିଜର ଆଗାମୀ ଫିଲ୍ମ ଲଭ ଇନ ଲଣ୍ଡନକୁ ନେଇ ଏକ ସାକ୍ଷାତ୍କାର ଦେଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ଅନୁଭବ ଏହି ସାକ୍ଷାତ୍କାରରେ କହିଛନ୍ତି-‘ଲଭ ଇନ ଲଣ୍ଡନ ଫିଲ୍ମ ଗୋଟେ ଅର୍ଜିନାଲ ଷ୍ଟୋରି । ଆମେ ପରିଶ୍ରମ କରୁଛୁ ଭଲ ଫିଲ୍ମ କରିବା ପାଇଁ । ଫିଲ୍ମ ଚାଲିବ ନ ଚାଲିବ ସେଇଟା ଦର୍ଶକ କହିବେ ଆଜ୍ଞା । ମୁଁ ଯେଉଁଠି ଯାହାକୁ ଭଲ ପାଇଲେ ବି ଓଡିଶା ଆତ୍ମା ଭିତରେ । ମୁଁ ସେଇଠି ଗଲେ ବି ନିଜକୁ ଓଡିଆ ବୋଲି ପରିଚୟ ଦିଏ ଆଉ ଗର୍ବର ସହ ଦିଏ । ଏ ଫିଲ୍ମ କେବଳ ଲଣ୍ଡନରେ ସୁଟିଙ୍ଗ ନୁହେଁ ଲଣ୍ଡନରେ ଆପଣ 70-80 ଭାଗ ପୋଷଣ ଦେଖିବାକୁ ପାଇବେ ।

ତା ସହିତ ଆମ ଓଡିଶାରେ ଏହା ସୁଟିଙ୍ଗ ହେଇଛି । ମୋ ଦର୍ଶକ ମୋ ପାଇଁ ପରିବାର । ସେମାନେ ମୋତେ ଯେତିକି ମନେ ପକାଇଛନ୍ତି ଏହି ଚାରି ବର୍ଷରେ ମୁଁ ତା ଠାରୁ ଅଧିକ ସେମାନଙ୍କୁ ମନେ ପକାଇଛି’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *