ଚର୍ଚ୍ଚାରେ Prakruti Mishra ଙ୍କ ନୂଆ ପ୍ରେମ ! ଦେଖନ୍ତୁ ଏ ନେଇ ସେ କଣ କହିଲେ ?

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଇଣ୍ଡଷ୍ଟ୍ରିର ସୁନ୍ଦରୀ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଗତ କିଛି ଦିନ ତଳେ ସେ ବାବୁସାନ ଆଉ ତାଙ୍କ ପତ୍ନୀ ତୃପ୍ତିଙ୍କ ବିବାଦରେ ଘେରି ହୋଇ ରହିଥିଲେ । ପ୍ରକୃତି ବାବୁସାନଙ୍କ ସହ ଲଭ ଅଫେୟାର ରଖିଥିବାରୁ ପତ୍ନୀ ତୃପ୍ତି ପ୍ରକୃତିଙ୍କୁ ରାସ୍ତା ମଝିରେ ଗୋଡେଇ ଗୋଡେଇ ମାଡ ମାରିଥିଲେ । ସେବେଠାରୁ ପ୍ରକୃତି କେବଳ ଓଡିଶା ନୁହେଁ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟି ଥିଲେ ।

ହେଲେ ବର୍ତ୍ତମାନ ପ୍ରକୃତି ନିଜ ନୂଆ ଫିଲ୍ମ କଫି ସପ ପ୍ରେମର ଆରମ୍ଭ ପାଇଁ ସବୁ ଆଡେ ଚର୍ଚ୍ଚାରେ ଅଛନ୍ତି । ତେବେ ଏହି ଫିଲ୍ମର ପ୍ରମୋଶନରେ ପ୍ରକୃତି ଏକ ସାକ୍ଷାତ୍କାର ଦେଇଛନ୍ତି । ଏହି ସାକ୍ଷାତ୍କାରରେ ପ୍ରକୃତି କଣ ସବୁ କହିଛନ୍ତି ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଏହି ସାକ୍ଷାତ୍କାରରେ ପ୍ରକୃତି କହିଛନ୍ତି-‘କଫି ସପ ପ୍ରେମର ଆରମ୍ଭ ଫିଲ୍ମର କାହାଣୀ ବହୁତ ବଢିଆ ଅଛି ।

ସବୁ ଯୁବପିଢି ମାନଙ୍କ ପାଇଁ ଏହା ବହୁତ ମନୋରଞ୍ଜନ ଫିଲ୍ମ । ମୁଁ ସବୁ ଦର୍ଶକ ମାନଙ୍କ ଉପରେ ଛାଡି ଦେବି ଆମ ଫିଲ୍ମ କେମିତି ଅଛି । ମୁଁ ଗତ କିଛି ଦିନ ହେବ ଯେଉଁ ସବୁ ଫିଲ୍ମରେ କାମ କରୁଛି ତାର କ୍ଵାଲିଟି ବହୁତ ଭଲ ଅଛି । ଆଉ ଦର୍ଶକ ମାନେ ବି ଆଜିକାଲି ଗୋଟେ ଭଲ ସିନେମା ଦେଖିବାକୁ ଚାହୁଁ ଛନ୍ତି ତେଣୁ ଏଇଟା ହେଉଛି ଗୋଟେ ବହୁତ ଭଲ ସିନେମା । ଏ ଫିଲ୍ମର କାହାଣୀ ବି ବହୁତ ଭଲ ରହିଛି ଦର୍ଶକ ମାନେ ନିଶ୍ଚିତ ପସନ୍ଦ କରିବେ ।

ଗୋଟେ ଭଲ କଳାକାର ଗୋଟେ ଭଲ ସିନେମାକୁ ନେଇ ପାରିବେ । ଏବେ ଲୋକ ମାନଙ୍କ ପାଖରେ ବହୁତ ଅପସନ ଅଛି ତେଣୁ ସମୟ କାଢି ତିନି ଘଣ୍ଟା ବସି ଲୋକ ମାନେ ଗୋଟେ ସିନେମା ଦେଖିବେ । ସେହି ଭାବନାକୁ ମୁଁ ବୁଝି ପାରୁଛି ଆଉ ମୁଁ ଭାବୁଛି ମୁଁ ବି ଗୋଟେ ଦର୍ଶକ ତେଣୁ ମୁଁ ସେମିତି ଏକ ସ୍କ୍ରିପ୍ଟ ବାଛୁଛି ଯାହା ମୁଁ ଗୋଟେ ଦର୍ଶକ ହିସାବରେ ଦେଖିବାକୁ ଯାଇପାରିବି । ସମସ୍ତେ ମୋତେ ଯେମିତି ଭଲ ପାଇବା ଦେଉଛନ୍ତି ସେମିତି ଭଲ ପାଇବା ଦିଅନ୍ତୁ ।

ମୁଁ ଯାହା ମୁଁ ସମସ୍ତଙ୍କ ସାମ୍ନାରେ ସବୁବେଳେ ସେଇଆ । ତେଣୁ ମୁଁ ଆପଣ ମାନଙ୍କ ପାଇଁ ଏକ ସୁନ୍ଦର ଫିଲ୍ମ ନେଇ ଆସିଛି ଆପଣ ନିଶ୍ଚୟ ଦେଖିଥିବେ’ । ବନ୍ଧୁଗଣ ଏଭଳି ଭାବରେ ପ୍ରକୃତି ନିଜର ସାକ୍ଷାତ୍କାର ଦେଇଛନ୍ତି । ଏହା ସହ ସେ ତାଙ୍କ ଲଭ ଲାଇଫକୁ ନେଇ ମଧ୍ୟ କିଛି ଈଷାରା ଦେଇଛନ୍ତି । ତେବେ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *