ଦୀର୍ଘ 5 ଦିନ ପରେ ଏକ ବନ୍ଦ ଘରୁ ଉଦ୍ଧାର ହେଲେ ନିଖୋଜ ବାଳକ ଅମ୍ରିତ ପାତ୍ର, ସରପଞ୍ଚ କହିଲେ ଅପହରଣ କାହାଣୀ… 

ବନ୍ଧୁଗଣ ଗତ ପାଞ୍ଚ ଦିନ ତଳେ ଏକ ଛୋଟ ଛୁଆ ଅପହରଣ ହେଇଯାଇଥିଲା । ଆଉ ଏହି ଘଟଣାକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ବର୍ତ୍ତମାନ ସେହି କୁନି ପୁଅଟି ପାଞ୍ଚ ଦିନ ପରେ ନୟାଗଡରେ ଉଦ୍ଧାର ହୋଇଛି । ତେବେ କୁରାଳ ଗାଁର ଶୁଣ୍ଢୀ ସାହିରେ ଏହି କୁନି ଛୁଆଟି ରୁହନ୍ତି । ଛୁଆର ନାମ ହେଉଛି ଅମ୍ରିତ ପାତ୍ର । ଗତ ପାଞ୍ଚ ଦିନ ତଳେ  ଅମ୍ରିତ ପାତ୍ର ଟ୍ୟୁସନରୁ ଫେରିବା ବେଳେ ନିଖୋଜ ହୋଇଯାଇଥିଲେ ।

ବର୍ତ୍ତମାନ ଏନେଇ କୁରାଳ ସରପଞ୍ଚ ବିଜନ ପାଇକରାୟ ଗଣମାଧ୍ୟମ ଆଗରେ ଏହି ମାମଲାକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ତେବେ ସରପଞ୍ଚ କଣ ସବୁ କହିଛନ୍ତି ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ସରପଞ୍ଚ ବିଜନ ପାଇକରାୟ ଏନେଇ କହିଛନ୍ତି-‘କୁରାଳରେ ଏକ ପଣ୍ଡିତ ସାହି ଅଛି ସେହି ସାହିର ଏକ ଘର ଭିତରୁ  ଅମ୍ରିତ ପାତ୍ର ଆସି ଜଣେ ସ୍ତ୍ରୀ ଲୋକଙ୍କୁ ଡାକିଲେ ।

ସେହି ସ୍ତ୍ରୀ ଲୋକ ଜଣକ ପାଣି ଆଣିବା ପାଇଁ ପାଖ ଟ୍ୟାବକୁ ଯାଉଥିଲେ ତେଣୁ  ଅମ୍ରିତ ପାତ୍ର ଡାକିବା ପରେ ସେ ସ୍ତ୍ରୀ ଲୋକ ତାଙ୍କ ପାଖକୁ ଯାଇଥିଲେ । ସ୍ତ୍ରୀ ଲୋକ  ଅମ୍ରିତ ପାତ୍ରଙ୍କୁ ଆଣି ତାଙ୍କ ଘରେ ବସେଇଲେ ସେଇଠି ବସେଇବା ପରେ ମତେ ତାଙ୍କ ଘରକୁ ଡାକିଲେ ସେଇଠୁ  ଅମ୍ରିତ ପାତ୍ର ଉଦ୍ଧାର ହୋଇଛି । ମୁଁ  ଅମ୍ରିତ ପାତ୍ର ପାଖକୁ ଯାଇ ପଚାରିଲି ତୋ ଦେହ କେମିତି ଅଛି ତତେ ଖାଇବାକୁ ଦେଇଥିଲେ ନା ନାହିଁ ସେ କହିଲା ହଁ ଦେଇଥିଲେ ।

ଅମ୍ରିତ ପାତ୍ରକୁ କେହି ଜଣେ ନେଇଥିଲେ ତାର ହାତ ବାନ୍ଧି ରଖିଥିଲେ । ଏହା ପରେ ଆମେ ତାକୁ ଉଦ୍ଧାର କରି ପୋଲିସକୁ ଜଣେଇଲୁ ପୋଲିସ ତାକୁ ନେଇ ପଚରା ଉଚରା କରୁଛନ୍ତି  ।  ଅମ୍ରିତ ପାତ୍ରର ମେଡିକାଲ ଯାଞ୍ଚ ହେଇ ସାରିଛି ସେ ସୁସ୍ଥ ଅଛନ୍ତି ଆଉ ଏବେ ପୋଲିସ ତା ସହ ପଚରା ଉଚରା ଜାରି ରଖିଛନ୍ତି । ଆଜି ସକାଳ 8 ଟାରେ ତାଙ୍କୁ ଉଦ୍ଧାର କରାଯାଇଛି ।

ହେଲେ ଯାହା ଘର ଭିତରୁ  ଅମ୍ରିତ ପାତ୍ର ଉଦ୍ଧାର ହୋଇଛି ସେମାନଙ୍କ ସହ ଆମେ ପଚରା ଉଚରା କରିନୁ ବୋଧ ହୁଏ ଆଗାମୀ ସମୟରେ ତାଙ୍କ ସହ ପଚରା ଉଚରା କରିପାରେ ପୋଲିସ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ସରପଞ୍ଚ ନିଜର ବୟାନ ଦେଇଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *