‘ମୋର ଗୋଟିଏ ଦୁଃଖ, ମା’ଙ୍କ ସହ ମୋର ଶେଷ ଦେଖା କରି ପାରିଲାନି, ସେଦିନ ମୁଁ ସୁଟିଙ୍ଗ ସେଟ ରୁ ଫେରିବା ବେଳକୁ…’ ଅଭିନେତ୍ରୀ Devika Arundhati

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଓଡିଆ ଇଣ୍ଡଷ୍ଟ୍ରିର ଅନେକ ଗୁଡିଏ ତାରକା ମାନଙ୍କ ମଧ୍ୟରୁ ଆଜିର ଆଲୋଚ୍ୟର ବିଷୟ ହେଉଛନ୍ତି ସୁନ୍ଦରୀ ଅଭିନେତ୍ରୀ ଦେବିକା । ଅଭିନେତ୍ରୀ ଦେବୀକା ଏକ ମିଡିଆ ଆଗରେ ତାଙ୍କର କଳା ଜଗତର ଅଭିନେତ୍ରୀ କ୍ୟାରେଟରକୁ ନେଇ ବହୁତ କିଛି ତଥ୍ୟ ଜଣାଇଛନ୍ତି । ଏହା ସହିତ ସେ ଗତ ନିକଟ ଅତୀତରେ ତାଙ୍କର ମା’ ଙ୍କର ମୃ-ତ୍ୟୁକୁ ନେଇ ମଧ୍ୟ ବହୁତ ଦୁଃଖୀତ ଥିବାର ଜଣା ସେ କହିଛନ୍ତି ।

ଅଭିନେତ୍ରୀ ଦେବିକା ବହୁତ ଛୋଟ ବେଳୁ ହିଁ ଏହି ଅଭିନୟ ଜଗତରେ ପାଦ ଥାପିଛନ୍ତି । ସେ ପ୍ରଥମେ ସିରିଏଲରୁ ହିଁ ତାଙ୍କର ଅଭିନୟର ଜର୍ଣ୍ଣୀ ଆରମ୍ଭ କରିଥିଲେ । ତାପରେ ନୂଆ ନୂଆ କେତେ ଗୁଡିଏ ସିରିଏଲ ଓ ଆଲବମ୍ ରେ ମଧ୍ୟ ଦେବୀକାଙ୍କୁ ଦେଖିବାକୁ ମିଳିଛି । ଚୁଲବୁଲି ଦେବୀକାଙ୍କର କହିବା ଅନୁସାରେ ସେ ପ୍ରଥମେ ତ ଏହି ଅଭିନୟ ଦୁନିଆ ପ୍ରତି ଆଗ୍ରହିତ ନଥିଲେ ।

ପରବର୍ତ୍ତୀ ସମୟରେ ସେ ଧୀରେ ଧୀରେ ଅଭିନୟ କରିବା ପରେ ତାଙ୍କର ନିଜସ୍ୱ ଏକ ଅଭିନୟ ପ୍ରତି ରୁଚି ଆସିଯାଇଥିଲା । ଯେହେତୁ ତାଙ୍କ ପରିବାର ସହିତ ଅଭିନୟ ଜଗତ ଜଡିତ ଥିଲା । ତେଣୁ ତାଙ୍କ ଉପରେ ସେହି ଅଭିନୟର ଛାପ ଦେଖିବାକୁ ମିଳିଛି । ଗତ ୫ ବର୍ଷ ପୂର୍ବରୁ ଦେବୀକାଙ୍କର ମା’ ଙ୍କ ଦେହ ଅସୁସ୍ଥ ରହୁଥିବାରୁ ଦେବୀକା ନିଜର କ୍ଯାରିଅର ସହିତ ଘର ପରିବାର ପ୍ରତି ମଧ୍ୟ ଯତ୍ନବାନ ରହୁଥିଲେ ।

ତେଣୁ ସେ ସବୁକୁ ହ୍ୟାଣ୍ଡେଲ କରିବାକୁ ସାମାନ୍ୟ କଷ୍ଟ ହେଲେବି ଦେବୀକା ନିଜର ସବୁ କାମରେ ଭଲ କରିବାକୁ ଚେଷ୍ଟା ରଖୁଥିଲା । ଦେବୀକାଙ୍କର ଜୀବନର ସବୁଠାରୁ ବଡ ଅବଶୋଷ ତାଙ୍କ ମା’ ଙ୍କ ଠାରେ ରହିଯାଇଥିଲା । କାରଣ ତାଙ୍କର ମା’ ଙ୍କର ମୃ-ତ୍ୟୁ ପୂର୍ବରୁ ସେ ତାଙ୍କ ସହିତ ଦେଖା କରିପାରିନଥିଲେ । ଯେହେତୁ ସେ ଏକ ଶୁଟିଙ୍ଗ ପାଇଁ ଦୂର ଜାଗାରେ ଥିଲେ ।

ତେଣୁ ମା’ ଙ୍କର ଦେହ ଅଧିକ ଅସୁସ୍ଥ ଖବର ଶୁଣି ୨ ଘଣ୍ଟା ଭିତରେ ପହଞ୍ଚିଲା ବେଳକୁ ମା’ ଙ୍କର ଦେହାନ୍ତ ହୋଇଯାଇଥିଲା । ସେଥିପାଇଁ ସେ ବହୁତ ଦୁଃଖୀ ହୋଇଯାଇଥିଲେ । ଏହାପରେ ମା’ ଙ୍କର ଦେହାନ୍ତ ପରେ ନିଜ ବାପା ଓ ଭଉଣୀଙ୍କ ସହିତ ସେ ଅଧିକ ସମୟ ଘରେ ବିତାଉଛନ୍ତି ।

ଏହା ସହିତ କିଛି ଦିନ ତଳେ ଅଭିନେତ୍ରୀ ଦେବୀକାଙ୍କର ବ୍ରେକ ଅପ ପରେ ମଧ୍ୟ ସେ କିଛି ଦିନ ପାଇଁ ବହୁତ ଭାଙ୍ଗି ପଡିଥିଲେ । ତାପରେ ସେ ନିଜକୁ ଶକ୍ତ କରି ବର୍ତ୍ତମାନ ସମୟର ଦୁନିଆ ସହିତ ତାଳ ଦେଇ ନିଜ କ୍ଯାରିଅରରେ ଆଗକୁ ବଢିବା ପାଇଁ ଅଭିନେତ୍ରୀ ଦେବୀକା ଆଶା ରଖିଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *