ED ଅଫିସରେ ଅର୍ଚ୍ଚନା-ଶ୍ରଦ୍ଧାଞ୍ଜଳି ମଧ୍ୟରେ ଲାଗିଲା ଜୋରଦାର କଳି, Archana ବ୍ଲାକମେଲିଂ ର ସବୁ ସତ ଉଗାଳିଲେ ଶ୍ରଦ୍ଧାଞ୍ଜଳି…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବହୁ ଚର୍ଚିତ ଲେଡି ବ୍ଲାକମେଲର ଅର୍ଚନା ନାଗଙ୍କର ଷ୍ଟୋରି ଏବେ ବହୁତ ଚର୍ଚାର ବିଷୟ ପାଲଟିଛି । ଗୋଟି ଗୋଟି କରି ନୂତନ ଚେହେରା ସାଥିକୁ ନୂଆ ନୂଆ କଳାକରନାମାର ପର୍ଦ୍ଧାଫାଶ ମଧ୍ୟ ହେଉଛି । ଯେପରି ଅର୍ଚନା କେସରେ ସମ୍ପୃକ୍ତ ଶ୍ରଦ୍ଧାଞ୍ଜଳିଙ୍କର ବୟାନ ଏବେ ସାମ୍ନାକୁ ଆସିଛି । ସମସ୍ତଙ୍କର ଶ୍ରଦ୍ଧାଞ୍ଜଳିଙ୍କର ବୟାନକୁ ହିଁ ଅପେକ୍ଷା ରହିଥିଲା । କାରଣ ତାଙ୍କ ଠାରୁ ଇଡି ଅର୍ଚନା କେସର ବହୁତ କିଛି ଠୋସ ପ୍ରମାଣ ସଂଗ୍ରହ କରିପାରିବ ।

ଅର୍ଚନା ମଧ୍ୟ ନାଗ ଫାସର ବହୁତ କିଛି ଗୁମର ଆଜି ଇଡି ଆଗରେ ବଖାଣୀ କରି କହିଛନ୍ତି । ଶ୍ରଦ୍ଧାଞ୍ଜଳିଙ୍କର କହିବା ଅନୁସାରେ ଅର୍ଚନା ନିଜ ଫାଇଦା ଅନୁସାରେ ହିଁ ଗଣମାଧ୍ୟମକୁ ବ୍ୟବହାର କରି ଆସୁଥିଲା । ଅର୍ଚନାଙ୍କର ଏହି କଳା କାର୍ଯ୍ୟରେ ମୁଖ୍ୟ ସହଜ ଖଗେଶ୍ଵର ନିର୍ବାହ କରୁଥିଲା । ଉଭୟ ମିଶି ଯୋଜନା ମୁତାବକ କାର୍ଯ୍ୟ କରି ତାଙ୍କର ଗୋଟି ଗୋଟି କରି କଳା ସାମ୍ରାଜ୍ୟକୁ ବିସ୍ତାର କରୁଥିଲା ।

ଅର୍ଚନା କାହା ଉପରେ ଟାର୍ଗେଟ କରାଯାଇ ତା’ ର ନାଗଫାସରେ ଫସାଇ ତାକୁ ବ୍ଲାକମେଲ କରିବ । ତାହାର ଆଗରୁ ହିଁ ପ୍ଳାନ କରାଯାଉଥିଲା । ଶ୍ରଦ୍ଧାଞ୍ଜଳୀ ଏହି ସବୁ ଘଟଣାର ନିଜେ ହେଉଛନ୍ତି ଜଣେ ଭୁକ୍ତଭୋଗୀ । କୋଭିଡ ସମୟରେ ଶ୍ରଦ୍ଧାଞ୍ଜଳିଙ୍କୁ ଘରୁ ଡାକି କେମିତି ଲୋକଙ୍କୁ ଫସାଇବାକୁ ପଡିବ । ତାହା ଅର୍ଚନା ଶ୍ରଦ୍ଧାଞ୍ଜଳିଙ୍କୁ ବତାଉଥିଲେ ।

ଇଡି ଶ୍ରନ୍ଧାଞ୍ଜଳି ମୁହଁରୁ ସବୁ ତଥ୍ୟ ସଠିକ ଭାବରେ ଜାଣିବା ପାଇଁ ଜୋରସୋର ସେ ନିଜର ପଚରା ଉଚରା ଜାରୀ କରିଦେଇଥିଲା । ସେଥିପାଇଁ ଶ୍ରଦ୍ଧାଞ୍ଜଳି ଅର୍ଚନା ନାଗର ସବୁ ବ୍ଲୁ ପ୍ରିଣ୍ଟ ଗୁମର ଗୋଟି ଗୋଟି କରି ଖୋଲି କହିଛି । ଅର୍ଚନା ପ୍ରଥମେ କିଛି କିଛି ଲୋକଙ୍କୁ ଟାର୍ଗେଟ କରି ତାପରେ ଫେସବୁକରେ ଫ୍ରେଣ୍ଡ ରିକୱେଷ୍ଟ ପଠାଉଥିଲା ।

ତାପରେ ଅର୍ଚନାଙ୍କର ନିର୍ଦ୍ଧେଶରେ ଶ୍ରଦ୍ଧାଞ୍ଜଳୀ ଗୋଟି ଗୋଟି ଲୋକଙ୍କୁ ନଜର ମାୟା ଜାଲରେ ଫସାଉଥିଲା । ପ୍ରଥମେ ବନ୍ଧୁତ୍ଵର ପରିଚୟ ସୃଷ୍ଟି କରି ତାପରେ ଖେଳ ଆରମ୍ଭ ହୋଇଯାଉଥିଲା । ତାପରେ ପ୍ରେମ ରୂପକ ଛଳନାରେ ସେହି ସବୁ ଲୋକ ମାନଙ୍କୁ ରୁମ୍ କୁ ଡାକି ଅଣା ଯାଉଥିଲା ।  ତାପରେ ସେହି ରୁମ୍ ର ଭିଡିଓ ଶୁଟିଙ୍ଗ କରିବାର ବ୍ୟବସ୍ତା ଖଗେଶ୍ଵର କରୁଥିଲା ।

ସେଠିକାର ଘଟିଥିବା ଘଟଣା ଘଟିବା ପରେ କ୍ୟାମେରାରେ କଏଦ ଛୋଟ ଛୋଟ ଭିଡିଓ କ୍ଲିପ ସମ୍ପୃକ୍ତ ଥିବା ବ୍ୟବସାୟୀ, ପ୍ରଡ୍ୟୁସର ଓ ଅନ୍ୟାନ୍ୟ ଲୋକ ମାନଙ୍କୁ ପଠା ଯାଉଥିଲା । ଏହାପରେ ଅର୍ଚନା ଡିଲ୍ କରିବା ଆରମ୍ଭ କରିଦେଉଥିଲା । ଡିଲ୍ ଲକ୍ଷେରୁ ଆରମ୍ଭ ହୋଇ କୋଟିଏ ପର୍ଯ୍ୟନ୍ତ ଯାଉଥିଲା । ଏହିଭଳି ଭାବରେ ଅର୍ଚନା ନିଜ ମାୟାଜାଲରେ ସମସ୍ତଙ୍କୁ ଫସାଇ ରଖୁଥିଲା । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *