IPL Auction 2023: ନିଲାମୀରେ ସାମିଲ ଅଛନ୍ତି ସବୁଠୁ କମ ବୟସର ଏହି 4 ଖେଳାଳୀ, ଜଣଙ୍କ ବୟସ ତ ମାତ୍ର 15 ବର୍ଷ…

ବନ୍ଧୁଗଣ ୨୦୨୩ ଆଇପିଏଲ ହେବାକୁ ରହିଲା ଆଉ ଅଳ୍ପ ଦିନ । ଆଉ ଏବେ ନିଲାମୀରେ ସାମିଲ ହୋଇଛନ୍ତି ସବୁଠାରୁ କମ ବର୍ଷର ୪ ଜଣ ଖେଳାଳି । ଜଣଙ୍କ ବୟସ ମାତ୍ର ୧୫ ବର୍ଷ । ହଁ ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ଏହି ଖବରଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ବନ୍ଧୁଗଣ ଏବେ ଅନେକ ଯୁବ ଖେଳାଳି ମାନଙ୍କୁ ତାଙ୍କର ଦକ୍ଷତା ପଦର୍ଶନ କରିବାର ସୁଯୋଗ ମିଳିଛି । ଆଗାମୀ ଆଇପିଏଲରେ ମଧ୍ୟ କେତେକ ଯୁବ ଖେଳାଳିଙ୍କୁ ସେମାନଙ୍କ ପ୍ରତିଭା ଦେଖାଇବା ପାଇଁ ସୁଯୋଗ ମିଳିବ । ନିଲାମ ପାଇଁ ସମୁଦାୟ ୪୦୫ ଖେଳାଳିଙ୍କୁ ସର୍ଟ ଲିଷ୍ଟ କରାଯାଇଛି । ଆଉ ଆଜି ଆମେ ସବୁ ଠାରୁ କମ ବର୍ଷ ଖେଳାଳିଙ୍କ ବିଷୟରେ କହିବୁ ଯେଉଁ ମାନେ ନିଲାମୀରେ ସାମିଲ ଅଛନ୍ତି ।

ଏହି ଆଇପିଏଲ ନିଲାମୀରେ ୧୮ ବର୍ଷୀୟ ସେଖ ରସିଦ ସାମିଲ ଅଛନ୍ତି । ଆନ୍ଧ୍ର ପ୍ରଦେଶର ଏହି ଖେଳାଳି ଗତ କିଛି ଦିନ ହେବ ନିଜର ଦମଦାର ପଦର୍ଶନ ଦ୍ଵାରା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ନିକଟରେ ସେ ଅଣ୍ଡର ୧୯ ବିଶ୍ଵ କପରେ ଖେଳି ଥିଲେ । ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି କୁମାର କୁଶାଗ୍ର । ୧୮ ବର୍ଷୀୟ ୱିକେଟ କିପର ବ୍ୟାଟ୍ସ ମ୍ୟାନ କୁମାର ଏହି ଆଇପିଏଲ ନିଲାମୀରେ ଅଛନ୍ତି ।

କୁମାରଙ୍କ ରେକର୍ଡ ମଧ୍ୟ ସମସ୍ତଙ୍କୁ ପ୍ରଭାବିତ କରିଛି । ସେ ମାତ୍ର ୯ଟି ମ୍ୟାଚରେ ୫୦୦ ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି । ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ୧୮ ବର୍ଷୀୟ ସାକିବ ହୁସେନ । ଶୟଦ ମୁସ୍ତାକ ଅଲି ଟ୍ରୋଫିରେ ବିହାରର ଅଧିନାୟକତ୍ଵ କରି ସାକିବ ଚମତ୍କାର ପଦର୍ଶନ କରିଥିଲେ । ସେ ଗୁଜୁରାଟ ବିପକ୍ଷ ଏକ ମ୍ୟାଚରେ ୨୦ ରନ୍ ବ୍ୟୟ କରି ଚାରୋଟି ୱିକେଟ ନେଇଥିଲେ ।

ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ୧୫ ବର୍ଷୀୟ ଆଫଗାନିସ୍ତାନ ବୋଲର ଆଲା ଅହମ୍ମଦ । ଆଲାଙ୍କ ନାମ ମଧ୍ୟ ଏହି ଆଇପିଏଲ ନିଲାମୀରେ ସାମିଲ ଅଛି । ଏହି ଯୁବ ଖେଳାଳିଙ୍କ ପ୍ରାଇସ ୨୦ ଲକ୍ଷ ଟଙ୍କା ହେବ । ୬ ଫୁଟ ୨ ଇଞ୍ଚର ଆଲା ଜଣେ ଅଫ ସ୍ପିନର ଅଟନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *