ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ଦିଗଜ ଅଭିନେତା ସୁଦର୍ଶନ ସାହୁଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଆଉ ଆପଣ ମାନେ ସୁଦର୍ଶନଙ୍କ ଜବରଦସ୍ତ ଅଭିନୟ ବି ନିଶ୍ଚୟ ଦେଖିଥିବେ । ଏମିତିରେ ସୁଦର୍ଶନ ନିଜ ପର୍ଶନାଲ ଲାଇଫ ଆଉ ନିଜ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରି ସେ ସୁନାମ ଅର୍ଜନ କରିଛନ୍ତି ଏବଂ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।
ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୁଦର୍ଶନଙ୍କର ଏକ ସାକ୍ଷାତ୍କାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।
ସୁଦର୍ଶନ ଏହି ସାକ୍ଷାତ୍କାରରେ କହିଛନ୍ତି-‘ଆରମ୍ଭରୁ ମୋର ଇଛା ଥିଲା ଲୋକ ମାନେ ମୋତେ ଚିହ୍ନନ୍ତୁ । ଆଉ ଆକଟିଂ ଲାଇନରେ ମୋର ପିଲା ବେଳୁ ଇଛା ଥିଲା । ଅଭିନୟ ସହ ମୁଁ ବିଜନେସ ବି କରୁଛି । ସବୁ ଜିନିଷକୁ ବାଲାନ୍ସ କରି ଚାଲୁଅଛି । ମୁଁ ଯୁବପିଡି ମାନଙ୍କୁ କେବଳ ଏତିକି କହିବି ସବୁବେଳେ ନିଜକୁ ବ୍ୟସ୍ତରେ ରଖନ୍ତୁ ଆଜ୍ଞା । ସେ ଭଲ ପାଇବା ପ୍ରେମରୁ କିଛି ମିଳିବନି ଆଜ୍ଞା ।
ଜୀବନର 50 ପ୍ରତିଶତ ସମୟ ଆମେ ସାରିଦେଲୁଣି । ବର୍ତ୍ତମାନର ସମୟ ପଇସା କମେଇବାର ବାପା ମାଆଙ୍କୁ ଭଲ ପାଇବାର । ବାପା-ମାଆଙ୍କ ଠାରୁ ଅଧିକ କେହି ବି ଭଲ ପାଇ ପାରିବେନି । ଆମେ ସମସ୍ତଙ୍କୁ ଆଉ ସମସ୍ତ ଜିନିଷକୁ ଭଲ ପାଇ ପାରିବା । ହେଲେ ଏମିତି ଭଲ ପାଇବା ନୁହେଁ ଯେ ଜଣଙ୍କ ପାଇଁ ଆମେ ବଞ୍ଚିବା ଜଣଙ୍କ ପାଇଁ ଆମେ ଖାଇବା ଜଣଙ୍କ ପାଇଁ ଆମର ଦିନ ହେବ ରାତି ହେବ । ପାଞ୍ଚ ବର୍ଷ ତଳେ ମୋତେ ଭଲ ପାଇବା ହେଇଥିଲା ମୁଁ ଗୋଟେ ଝିଅ ସହ ପାଞ୍ଚ ବର୍ଷ ରିଲେସନରେ ଥିଲି ।
ସେତେବେଳେ ମୁଁ ମାଚୋର ନଥିଲି । ତା ପରେ ବ୍ରେକ ଅପ ହେଇଯାଇଥିଲା ହେଲେ ବ୍ରେକର କାରଣ କଣ ମୁଁ କହି ପାରିବିନି । ସେ ଝିଅ ମତେ କିଛି କାରଣ ପାଇଁ ଛାଡି ଦେଲେ ମୁଁ ତାଙ୍କୁ କିଛି ଦୋଷ ଦେଉନି । ବ୍ରେକ ହେଲା ପରେ ମୁଁ ଡିପ୍ରେସନକୁ ପଳେଇଲି । ହେଲେ ତା ପରେ ମୁଁ ନିଜକୁ ସମ୍ଭାଳିଲି ଆଉ ଆଜି ଆପଣ ମାନଙ୍କ ସାମ୍ନାରେ ଅଛି’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।