ପଡିଆରେ କମାଲ କରିଦେଲେ Kuldeep Yadav, ରଚିଲେ ଇତିହାସ…

ଦର୍ଶକ ବନ୍ଧୁ ଭାରତୀୟ କ୍ରିକେଟ ଟିମର ଯୁବ ଖେଳାଳି କୂଳଦୀପ ଏବେ ସାରା ବିଶ୍ଵରେ ଚର୍ଚ୍ଚାରେ ଅଛନ୍ତି କାରଣ କୁଳଦୀପଙ୍କ ବୋଲିଂରେ ଘାଇଲା ବାଂଲାଦେଶ ବ୍ୟାଟ୍ସ ମ୍ୟାନ । ଚଳିତ ଲମ୍ବା ଫର୍ମାଟରେ ବଡ ସଫଳତା ହାସଲ କରିଛନ୍ତି କୁଳଦୀପ ଯାଦବ । ବୋଲିଂ ସହ ବ୍ୟାଟିଂରେ ବି କୁଳଦୀପଙ୍କର ଚମତ୍କାର ପଦର୍ଶନ ଦେଖିବାକୁ ମିଳିଛି । ହଁ ଦର୍ଶକ ବନ୍ଧୁ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବାଂଲାଦେଶ ବିପକ୍ଷରେ ଏବେ ଭାରତୀୟ ବୋଲରଙ୍କ ଜବରଦସ୍ତ ପଦର୍ଶନ ଦେଖିବାକୁ ମିଳିଛି । ବିପକ୍ଷ ଦଳର ବ୍ୟାଟ୍ସ ମ୍ୟାନକୁ ଅଡୁଆରେ ପକାଇ ଥିଲେ ଟିମ ଇଣ୍ଡିଆର ଦ୍ରୁତ ବୋଲର କୁଳଦୀପ ଯାଦବ । ଉଭୟ କୁଳଦୀପ ଏବଂ ମହମ୍ମଦ ସିରାଜଙ୍କ ଉତ୍ତମ ବୋଲିଂ ଯୋଗୁଁ ମାତ୍ର 150 ରନ୍ ରେ ସମସ୍ତ ୱିକେଟ ହରାଇ ଥିଲା ବିପକ୍ଷ ବାଂଲାଦେଶ ଟିମ ।

ଯାହା ଫଳରେ ପ୍ରଥମ ଟେଷ୍ଟ ମ୍ୟାଚରେ ବଡ ସଫଳତା ହାସଲ କରିଛି ଟିମ ଇଣ୍ଡିଆ । 404 ରନ୍ କୁ ଟାର୍ଗେଟରେ ରଖି ମଇଦାନକୁ ଆସିଥିବା ବାଂଲାଦେଶ ବ୍ୟାଟ୍ସ ମ୍ୟାନ କୌଣସି ବଡ ସ୍କୋର କରିପାରି ନଥିଲେ । ତେବେ କୁଳଦୀପ 16 ଓଭରରେ ମାତ୍ର 40 ରନ୍ ଦେଇ 5 ୱିକେଟ ନେବାରେ ସକ୍ଷମ ହୋଇଥିଲେ ଯାହାକି ତାଙ୍କ ନାମରେ ଏହି ରେକର୍ଡ ଯୋଡି ହୋଇଛି । କୁଳଦୀପ ହେଉଛନ୍ତି ଭାରତର ପ୍ରଥମ ଖେଳାଳି ଯିଏ ଏଭଳି ୱିକେଟ ନେବାରେ ସକ୍ଷମ ହୋଇଛନ୍ତି ।

ବାଂଲାଦେଶ ବିପକ୍ଷରେ 4 ରୁ ଅଧିକ ୱିକେଟ ନେବାରେ କୁଳଦୀପ ହେଉଛନ୍ତି ସପ୍ତମ ଖେଳାଳି । କୁଳଦୀପଙ୍କ ପୂର୍ବରୁ ଇରଫାନ ପଠାନ, ଜାହିର ଖାନ, ରବିଚନ୍ଦ୍ରନ ଅଶ୍ଵିନ, ସୁନୀଲ ଜୋଶୀ, ଇଶାନ ଶର୍ମା ଏବଂ ଉମେଶ ଯାଦବ ବାଂଲାଦେଶ  ଟିମ ବିପକ୍ଷରେ ଖେଳି 5ଟି ୱିକେଟ ନେବାରେ ସକ୍ଷମ ହୋଇଥିଲେ । କିନ୍ତୁ ଏହି ଷ୍ଟାଡିୟମରେ କୌଣସି ଖେଳାଳି 5 ୱିକେଟ ନେବାରେ ସକ୍ଷମ ହୋଇ ନଥିଲେ ।

ତେବେ ଟେଷ୍ଟ କ୍ରିକେଟରେ ଏଭଳି ୱିକେଟ ନେଇ ତୃତୀୟ ଥର ପାଇଁ ସଫଳତା ପାଇଛନ୍ତି କୁଳଦୀପ । ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ସେ 5 ୱିକେଟ ନିଜ ନାମରେ କରିପାରି ଥିଲେ । ତେବେ ଚଳିତ ଲମ୍ବା ଇନିଙ୍ଗ୍ସରେ କୁଳଦୀପ କେବଳ ବୋଲିଂ ନୁହେଁ ବ୍ୟାଟିଂରେ ବି ନିଜର ଜବରଦସ୍ତ ପଦର୍ଶନ ଦେଖାଇ ପ୍ରଶଂସା ସାଉଣ୍ଟି ପାରିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *