ଦର୍ଶକ ବନ୍ଧୁ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ଆଉ ଏହି ଭିଡିଓକୁ ନେଇ ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚା ଜୋର ଧରିଛି । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ଦର୍ଶକ ବନ୍ଧୁ ହକି ବିଶ୍ଵ କପକୁ ଦ୍ରୁଷ୍ଟିରେ ରଖି ରାଜଧାନୀରେ ବିଭିନ୍ନ ସମୟରେ ଉଚ୍ଛେଦ କରାଯାଉଛି ଏବଂ ବିଏମସି ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି ।
ରାସ୍ତା କଡରେ ଥିବା ଦୋକାନ ବଜାର ଉଠା ଯାଉଛି ଏବଂ ଘର ଗୁଡିକ ଭାଙ୍ଗି ଦିଆ ଯାଉଛି । ଯଦି ଆମେ ଦେଖିବା ସତସଙ୍ଗ ମନ୍ଦିର ପାଖରେ ଯେଉଁ ସବୁ ଦେହାଜୀବୀ ମାନେ ସରକାରୀ ଜାଗାରେ ଘର କରି ରହୁଥିଲେ ସେମାନଙ୍କ ଘର ମଧ୍ୟ ଭାଙ୍ଗି ଦିଆ ଯାଇଛି । ବନ୍ଧୁଗଣ ଦେହାଜୀବୀ ମାନେ ଏବେ ଅଭିଯୋଗ କରିଛନ୍ତି । ଗଣମାଧ୍ୟମ ଆଗରେ ସେ ନିଜର ପ୍ରତିକ୍ରିୟା ରଖିଛନ୍ତି ।
ଦେହାଜୀବୀ ମାନେ କହିଛନ୍ତି-‘ଆମେ ଏଠି 8 ବର୍ଷ ହେଲା ରହିଲୁଣି । ଆମେ ଏଠି ଦେହାଜୀବୀ ବ୍ୟବସାୟ କରୁଛୁ । ଯଦି କରୁଛୁ ଆମକୁ ସୁପ୍ରିମ କୋର୍ଟରୁ ଅର୍ଡର ଦିଆ ଯାଇଛି । ହେଲେ ଆମ ଘରକୁ ସରକାର ବା ବିଏମସି ଯେଉଁ ଭାଙ୍ଗି ଭୁଙ୍ଗୀ ଦେଲେ ହକି ଖେଳ ପାଇଁ ଆମେ ଏବେ କଣ କରିବୁ । ଆମେ ଏବେ କେଉଁ ଜାଗାକୁ ଯିବୁ । ଆମେ ତ ଯିବା ପାଇଁ କୌଣସି ବାଟ ନାହିଁ ଆମେ ଏହି ଜାଗାରେ ସାରା ରାତି ପଡିକି ରହିଲୁ ।
ଆମେ କଣ ଖାଇବୁ କେଉଁଠି ରହିବୁ । କାଲି ରାତି ଏମିତି ମେଲାରେ ଆମେ ମାନେ ରହିଲୁ । ସରକାର ଆମ ପାଇଁ କଣ କରୁଛନ୍ତି ଯଦି ସୁପ୍ରିମ କୋର୍ଟରୁ ଆମ ପାଇଁ ଅର୍ଡର ଆସିବା ପରେ ସରକାର ଏମିତି କାଣ୍ଡ କରିବେ ତା ହେଲେ ଆମେ ଆଉ କାହାକୁ ମାନିବୁ । ଆମେ ଚାହୁଁଛୁ ଆମକୁ ଥଇଥାନ କରାଯାଉ । ଆମେ କୁଆଡେ ଯିବୁ ତେଣୁ ଆମକୁ ସରକାର ତରଫରୁ ଏଠି ଥଇଥାନ କରାଯାଉ ।
ଆମେ ଦାବି କରୁଛୁ ଆମକୁ ଘର ଦିଆ ଯାଉ । ଏଠି ଆମେ ନ ଖାଇ ନ ଶୋଇ ପଡି ରହିଛୁ କିଏ ଦେଖୁଛନ୍ତି । ଆଗେ ସେମାନେ ଥଇଥାନ କରିଥାନ୍ତେ ତା ପରେ ଉଚ୍ଛେଦ କରିଥାନ୍ତେ । ଆମେ 22 ବର୍ଷ ହେଲାଣି ଅଛୁ ଏଠି । ଆମ ପାଖରେ ସବୁ ପରିଚୟ ପତ୍ର ଅଛି । ହେଲେ ଦେହାଜୀବୀ ବୋଲି ଘର ଭାଙ୍ଗିଦେଲେ’ । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।