ଭାଇରାଲ ଫଟୋକୁ ନେଇ ଦେଖନ୍ତୁ କଣ କହିଲେ ଅଭିନେତା Anubhav Mohanty ?

ଦର୍ଶକ ବନ୍ଧୁ ଓଡିଆ ଅଭିନେତା ତଥା କେନ୍ଦ୍ରପଡା ସାଂସଦ ଅନୁଭବ ମହାନ୍ତିଙ୍କୁ ଆପଣ ମାନେ ବେସ ଭଲ ଭାବରେ ଜାଣିଥିବେ । ଏମିତିରେ ଅନୁଭବ ନିଜ ପାରିବାରିକ ବିବାଦକୁ ନେଇ ଗତ କିଛି ଦିନ ହେବ ଚର୍ଚ୍ଚାରେ ଅଛନ୍ତି ହେଲେ ଗତ କିଛି ସମୟ ହେବ ତାଙ୍କର ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗୁଛି । ବନ୍ଧୁଗଣ ଏହି ଖବର ତ ଆପଣ ମାନେ ଦେଖିଥିବେ ଯେ, ଅନୁଭବ କୁଆଡେ ବିବାହ କରିଛନ୍ତି ।

ଏହି ଖବର ପ୍ରସାରଣ ହେବା ପରେ ସାରା ରାଜ୍ୟରେ ଜନସାଧାରଣଙ୍କର ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । ଆଉ ଏବେ ଅନୁଭବ ମହାନ୍ତି ନିଜେ ଏହି ଘଟଣାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ଅନୁଭବଙ୍କର ଏହି ଫଟୋ ଭାଇରାଲ ହେବା ପରେ ଅନେକ ବିବାଦ ସୃଷ୍ଟି ହୋଇଛି । ତେବେ ଅନୁଭବ ଏନେଇ କଣ ପ୍ରତିକ୍ରିୟା ରଖିଛନ୍ତୁ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ବନ୍ଧୁଗଣ ଅନୁଭବ କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ନିଜର ପ୍ରତିକ୍ରିୟା ଦେଇଛନ୍ତି । ତେବେ ଅନୁଭବଙ୍କର କହିବା କଥା, ଯଦି ଏଇଟାକୁ କିଏ ପବ୍ଲିକ ଷ୍ଟଣ୍ଟ ସେଇଟା ମୁଁ ତ କହିବିନି । କିନ୍ତୁ ଯଦି ମୋର କୌଣସି ଫ୍ୟାନ ଏକ ବାହାଘରରେ ମୋ ସହ ଫଟୋ ଉଠାଇ ସେ ଯଦି କିଛି ଖୁସି ଖବର ଆପଣଙ୍କୁ ଦେଇଛନ୍ତି ତା ହେଲେ ସେଥିରେ ମୋର କିଛି କହିବାର ନାହିଁ । କିନ୍ତୁ ସେମାନେ ଏଭଳି ଓଭର ଏକ୍ସାଇଟେଡ ହୋଇ କରିବା କଥା ନୁହେଁ ।

ଯଦି ମୋର ମ୍ୟାରେଜ କରିବାର ଅଛି ତା ହେଲେ ମୁଁ ସମସ୍ତଙ୍କୁ ଜଣେଇକି ମ୍ୟାରେଜ କରିବି । ତେବେ ବନ୍ଧୁଗଣ ଏଭଳି ଭାବରେ ଅନୁଭବ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଆପଣ ମାନେ ସମସ୍ତେ ଜାଣିଛନ୍ତି ଅନୁଭବ ଆଗରୁ ଓଡିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ବିବାହ କରିଥିଲେ । ହେଲେ ଉଭୟଙ୍କ ମଧ୍ୟରେ କଳହ ଆଦି ହେବାରୁ ଉଭୟ ଅଲଗା ହୋଇ ଯାଇଛନ୍ତି ।

ଅବଶ୍ୟ ଏହି ମାମଲାଟି ଏବେ କୋର୍ଟରେ ଚାଲିଛି ତେଣୁ ଅନୁଭବ ବି ନିଜର ଏହି ମାମଲା ପାଇଁ ବହୁତ ଚିନ୍ତାରେ ଅଛନ୍ତି ଆଉ ସେ ଏହି ମାମଲାରେ ଅଧିକ କିଛି ପ୍ରତିକ୍ରିୟା ଦେବାକୁ ଚାହୁଁ ନଥିଲେ । କିନ୍ତୁ ଏହି ଫଟୋକୁ ନେଇ ଅଧିକ ବିବାଦ ସୃଷ୍ଟି ହେବାରୁ ଅନୁଭବ ନିଜର ପ୍ରତିକ୍ରିୟା ଦେବାକୁ ବାଧ୍ୟ ହେଲେ । ତେବେ ବନ୍ଧୁଗଣ ଏହି ଭାଇରାଲ ହେଉଥିବା ଫଟୋଟି ସଂପୂର୍ଣ୍ଣ ଫେକ କାରଣ ଏହା ଶୁଟିଙ୍ଗ ସେଟର ଫଟୋ । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *