ଆକାଶରେ ଉଡୁଥିଲା ପ୍ଳେନ, ଛାତ ଉପରେ ଠିଆ ହୋଇ ଧରିନେଲେ ପିଲା, Anand Mahindra ଭିଡିଓ ସେୟାର କରି ଲେଖିଲେ କିଛି ଏମିତି !

ଦର୍ଶକ ବନ୍ଧୁ ଆଜିକାଲି ଦୁନିଆର ସମସ୍ତ ଲୋକ ଇଣ୍ଟର୍ନେଟ ଏବଂ ସୋସିଆଲ ମିଡିଆ ସହ ଜଡିତ ରହୁଛନ୍ତି । ତେବେ ସୋସିଆଲ ମିଡିଆ ସହ ଜଡିତ ଥିବାରୁ ଲୋକ ମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ଏହା ସହ ଲୋକ ମାନେ ନିଜର ମନୋରଞ୍ଜନ ମଧ୍ୟ କରିପାରୁ ଛନ୍ତି । ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

ଆପଣ ମାନେ ସମସ୍ତେ ଏହି ଭିଡିଓଟିକୁ ଦେଖିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ନିଜ ପିଲା ଦିନରେ ଆକାଶରେ ଉଡୁ ଥିବା ପ୍ଳେନ ନିଶ୍ଚୟ ଦେଖିଥିବେ । ଆଉ ପ୍ଳେନରେ ବୁଲିବାକୁ ମଧ୍ୟ ଯାଇଥିବେ ।

ଆପଣ ମାନେ ଜାଣିଥିବେ ଯେ, ବିମାନ ଅବତରଣ ପାଇଁ କେବଳ ରନ୍ ୱେ ଆବଶ୍ୟକ ନଚେତ ପଡିଆ କିମ୍ବା ଛାତ ଉପରେ ନିର୍ମିତ ହେଲି ପ୍ୟାଡରେ ଏହା ଅବତରଣ କରିପାରିବ । କିନ୍ତୁ ବିମାନଟି ଯେ ଏକ ସାଧାରଣ ଛାତ ଉପରେ ଅବତରଣ କରିବ ଏହା ଏକ ଆଶ୍ଚର୍ଯ୍ୟ ଜନକ ଘଟଣା । ପୁଣି ସେହି ପ୍ଳେନକୁ କିଏ ହାତରେ ଧରି ନେବେ ତା ହେଲେ ଆଶ୍ଚର୍ଯ୍ୟ ହେବା ସ୍ଵାଭାବିକ ।

ଉଡୁ ଥିବା ବିମାନଟି ଛାତ ଉପରେ ଅବତରଣ କରୁଥିବାର ଦେଖି ପିଲାଟି ବିମାନକୁ ନିଜ ହାତରେ ଧରି ନେଉଛି ଆଉ ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓକୁ ପ୍ରତିଷ୍ଠିତ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ଭିଡିଓ ସେୟାର କରି ଆନନ୍ଦ ଲେଖିଛନ୍ତି, ଆପଣ ବିମାନଟିକୁ ଦେଖିଲେ ଲାଗିବ ବିମାନଟି ଗତି ବିଧି ହରାଇଛି ସେ ଦୁର୍ଘଟଣା ଗସ୍ତ ହେବାକୁ ଯାଉଛି ।

ଲାଗୁଛି ସେ ଏକ ଘରକୁ ଧକ୍କା ଦେବ ନଚେତ ଖସି ପଡିବ । ସେହି ସମୟରେ ବିମାନଟି ଏକ ଛାତ ଉପରକୁ ଗତି କରୁଛି ଆଉ ସେଠାରେ ଥିବା ଲୋକ ମାନେ ତଳେ ଥାଇ ଦେଖୁଛନ୍ତି । ସେହି ସମୟରେ ଗୋଟେ ପିଲା ବିମାନକୁ ହାତରେ ଧରି ପକାଉଚି । ଆନନ୍ଦ ଲେଖିଛନ୍ତି ଏ ଭିଡିଓ ସତରେ ଆମକୁ ବୋକା ବନେଇ ଦେଲା । ଆମେ ସମସ୍ୟାକୁ ବଡ ଭାବି ଥାଉ ହେଲେ ତାହା ଏହି ଘଟଣା ପରି ଛୋଟ ହୋଇଥାଏ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *