ଶିକ୍ଷୟତ୍ରୀ ହୋଇ ଚଳାଉଥିଲେ deha ବ୍ୟବସାୟ, ହଠାତ ମାଡି ବସିଲା ପୋଲିସ, ଆଉ ତା’ପରେ…

ବନ୍ଧୁଗଣ ପାଠ ପଢେଇବାକୁ କହି ସଜେଇ ଦେଲେ dehaଜୀବୀ । ହଁ ଦର୍ଶକ ବନ୍ଧୁ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାରେ । ଗତ ସେପ୍ଟେମ୍ବର 15 ତାରିଖରେ ମୟୂରଭଞ୍ଜ ଜିଲ୍ଲା ବେତନାତି ଅଞ୍ଚଳର ଜଣେ ଯୁବତୀ ତାଙ୍କର କେତେକ ସାଙ୍ଗଙ୍କ ସହ କଥା ହେଉଥିଲେ । ହଠାତ ଚୁମୁକି ନାମକ ଜଣେ ମହିଳା ଆସି ସେଠାରେ ପହଞ୍ଚି ଥିଲେ । ଯୁବତୀଙ୍କ ସବୁ ସାଙ୍ଗ ଗଲା ପରେ ଚୁମୁକି ଯୁବତୀଙ୍କ ସହ କଥା ବାର୍ତ୍ତା କରିଥିଲେ ।

ତେବେ ଯୁବତୀ ଜଣକ ପାଠ ପଢିବାକୁ ଚାହୁଁ ଥିବା ବେଳେ ଘର ଲୋକ ବିରୋଧ କରୁଛନ୍ତି । ଯାହାର ଫାଇଦା ଉଠାଇ ମହିଳା ଜଣକ ତାଙ୍କୁ ଭୁବନେଶ୍ବରରେ ପାଠ ପଢେଇବା କଥା କହି ଯୁବତୀଙ୍କୁ ବିଶ୍ଵାସ ଦେଇଥିଲେ । ପରେ ଚୁମୁକି ଶରତ ନାମକ ଜଣେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସହଯୋଗରେ ଯୁବତୀଙ୍କୁ ବାଲୁ ଗାଁ ନେଇ ପୁନର୍ବାର ଚୁମୁକି ଭୁବନେଶ୍ବର ଫେରି ଆସିଥିଲେ ।

ପରେ ଶରତ ଯୁବତୀଙ୍କୁ ବାଲୁ ଗାଁରୁ ବାଣପୁର ନେଇ କୁନା ଦାସଙ୍କ ଘରେ ଛାଡି ଥିଲେ । ସେଠାରେ ତାଙ୍କୁ ଧମକ ଚମକ ଦେଖାଇ deha ବେପାର କରିବାକୁ ବାଧ୍ୟ କରିଥିଲେ । ଏମିତି କି ପ୍ରଥମ ଦିନ ଜଣେ ଗ୍ରାହକ ଆସି ଯୁବତୀଙ୍କୁ ଦ-ଉଷ୍କ-ଅର୍ମ କରିଥିଲା । ଯୁବତୀ ଜଣକ ଅକ୍ଟୋବର ମାସରେ କୌଶଳ କ୍ରମେ ସେଠାରୁ ଖସି ଆସି ବାଲୁ ଗାଁ ଷ୍ଟେସନ ଓ ସେଠାରୁ ଟ୍ରେନରେ ବାଲେଶ୍ଵର ପଳେଈ ଆସିଥିଲେ ।

ପରେ ବାଲେଶ୍ଵରରୁ ବାରିପଦା ଆସିବା ସମୟରେ ପୋଲିସ ତାଙ୍କୁ ଉଦ୍ଧାର କରିଥିଲା । ତେବେ ଘଟଣା ସମ୍ପର୍କରେ ଜାଣିବା ପରେ ବାଲେଶ୍ଵର ପୋଲିସ ଏତେ ଗୁରୁତ୍ଵ ଦେଇ ନଥିଲା । ସେପଟେ ମୟୂରଭଞ୍ଜ ଏସପି ରିସକେଶ ଦେଓଙ୍କ ନିର୍ଦ୍ଦେଶ ପରେ ବାରିପଦା ଟାଉନ ଥାନା ପୋଲିସ ଏକ ମାମଲା ରୁଜୁ କରିଛି ।

ଯୁବତୀ ଉଦ୍ଧାର ହେବାର ଦୁଇ ମାସ ପରେ ଥାନା ଅଧିକାରୀ ବିରେନ୍ଦ୍ର କୁମାର ସେନାପତି ଏକ ଟିମକୁ ନେଇ ବାଣପୁର ଯାଇ କୁନା ଦାସ ଆଉ ତାଙ୍କ ଭାଇ ପୂର୍ଣ୍ଣଚନ୍ଦ୍ର ଦାସଙ୍କୁ ଗିରଫ କରିଛି । ତେବେ ଗିରଫ ହୋଇଥିବା ମହିଳା ଜଣକ ଜଣେ ହାଇ ସ୍କୁଲ ଶିକ୍ଷୟତ୍ରୀ ବୋଲି ଜଣା ପଡିଛି । ନିଜ ଭାଇଙ୍କ ସହଯୋଗରେ ସେ ବହୁତ ବର୍ଷ ହେବ deha ବେପାର ଚଳାଇ ଆସୁଥିଲେ ।

ସେପଟେ ଡ୍ରାଇଭର ଶରତ ଗିରଫ ହୋଇ ବାଲେଶ୍ଵର ଜେଲରେ ଥିବା ବେଳେ ଅଧିକ ତଦନ୍ତ ପାଇଁ ବାରିପଦା ପୋଲିସ ତାକୁ ରିମାଣ୍ଡରେ ନେବ ବୋଲି ଜଣା ପଡିଛି । ଅନ୍ୟ ପଟେ ମଧ୍ୟସ୍ଥି ଚୁମୁକିକୁ ଧରିବା ପାଇଁ ପୋଲିସ ସବୁ ଆଡେ ଚଢାଉ ଜାରି ରଖିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *