IPL 2023 ରେ ଏହି 7 ଅଲରାଉଣ୍ଡରଙ୍କ ଉପରେ ପ୍ରାଞ୍ଚାଇଜ କରିବ ଟଙ୍କା ବର୍ଷା, ଦେଖନ୍ତୁ ଏଥିରେ କିଏ କିଏ ଅଛନ୍ତି ସାମିଲ ?

ଏହି 7 ଅଲ ରାଉଣ୍ଡରଙ୍କୁ କିଣିବାକୁ ବାଡା ବାଡି, ଭାରତର ଗୋଟିଏ ବି ଅଲ ରାଉଣ୍ଡର ନାହାନ୍ତି । ଆଇପିଏଲର ଏହି 7 ଅଲ ରାଉଣ୍ଡର ପାଇଁ ଫ୍ରାଞ୍ଚାଇଜ କରିବ ଟଙ୍କା ବର୍ଷା । ଆସୁଛି ଆଇପିଏଲ 2023 ଏହାକୁ ନେଇ ଡିସେମ୍ବର 23ରେ ହେବାକୁ ଯାଉଛି ମିନି ଅକସନ । ଯେଉଁଥିରେ 10 ଦଳଙ୍କ ମଧ୍ୟରେ କିଛି ଖେଳାଳିଙ୍କୁ କିଣିବା ପାଇଁ ଜୋରଦାର ଲଢେଇ ହୋଇପାରେ । ଅକସନର ଫାଇନାଲ ଲିଷ୍ଟରେ ରହିଛନ୍ତି 405 ଜଣ ଖେଳାଳି ।

ସେମାନଙ୍କ ମଧ୍ୟରୁ 271 ଜଣ ଭାରତୀୟ ଖେଳାଳି ଏବଂ 132 ଜଣ ବିଦେଶୀ ଖେଳାଳି ରହିଛନ୍ତି ଓ ଚାରି ଜଣ ଖେଳାଳି ସହଯୋଗୀ ରାଷ୍ଟ୍ରର । ତେବେ ଏହି ଚାରି ଜଣଙ୍କ ମଧ୍ୟରେ ଏମିତି ଅଲ ରାଉଣ୍ଡର ଅଛନ୍ତି ଯାହାଙ୍କୁ କିଣିବା ପାଇଁ 10 ଫ୍ରାଞ୍ଚାଇଜ ମଧ୍ୟରେ ହୋଇପାରେ ଲଢେଇ । ସବୁଠାରୁ ବଡ କଥା ଏହି 7 ଅଲ ରାଉଣ୍ଡରଙ୍କ ମଧ୍ୟରେ ନାହାନ୍ତି ଭାରତୀୟ ଖେଳାଳି । ତେବେ ଆସନ୍ତୁ ଜାଣିବା କିଏ ସେହି 7 ଅଲ ରାଉଣ୍ଡର । ଇଂଲଣ୍ଡ ଟେଷ୍ଟ ଟିମର ଅଧିନାୟକ ବେନ ଷ୍ଟୋକଙ୍କ ଉପରେ ମିନି ଅକସନରେ ବଡ ବୋରୀ ଲାଗି ପାରେ ।

ଟି20 ବିଶ୍ଵ କପରେ ବହୁତ ସୁନ୍ଦର ପଦର୍ଶନ କରିଛନ୍ତି ଷ୍ଟୋକ । ସେହି ଭଳି ବାଂଲାଦେଶର ଟି20 ଦଳର ଅଧିନାୟକ ଶକିବ ଉଲ ହସନ ମଧ୍ୟ ମିନି ଅକସନର ଚର୍ଚ୍ଚାରେ ରହିବେ । ଶକିବଙ୍କୁ ମଧ୍ୟ ପ୍ରଚୁର ତାଙ୍କ ଦେଇ ଫ୍ରାଞ୍ଚାଇଜ ମାନେ କିଣି ପାରନ୍ତି । ଶକିବଙ୍କ ସାମର୍ଥ୍ୟ ଉପରେ କାହାର ଅବିଶ୍ଵାସ ନାହିଁ । ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଇଂଲଣ୍ଡ ଦଳର ଅଲ ରାଉଣ୍ଡର ଖେଳାଳି ସାମ କରନ ।

ସାମ କରନଙ୍କୁ କିଣିବା ପାଇଁ ବି ଦଳ ମାନଙ୍କ ମଧ୍ୟରେ ଲଢେଇ ହେଇପାରେ । ଆଇପିଏଲରେ ସାମ ନିଜର ଜବରଦସ୍ତ ପଦର୍ଶନ କରିବା ହେତୁ ଏବେ ସେ ଚର୍ଚ୍ଚାରେ ଅଛନ୍ତି । ସେହିଭଳି ସିକନ୍ଦର ମଧ୍ୟ ଏହି ଲିଷ୍ଟରେ ସାମିଲ ଅଛନ୍ତି । ତାଙ୍କ ଦମଦାର ଖେଳ ପାଇଁ 10ଟି ଫ୍ରାଞ୍ଚାଇଜ ତାଙ୍କୁ କିଣିବା ପାଇଁ ଜୋର୍ଦାର ପ୍ରୟାସ କରିବେ ।ବନ୍ଧୁଗଣ ଏହି ଲିଷ୍ଟରେ ଜେସନ ବି ଅଛନ୍ତି ଜେସନ ଜଣେ ଦକ୍ଷ ଖେଳାଳି । ଟି20 ବିଶ୍ଵ କପରେ ଜେସନ ୱେଷ୍ଟ ଇଣ୍ଡିଜ ପାଇଁ ସବୁଠାରୁ ଅଧିକ ୱିକେଟ ନେଇଥିଲେ ।

ଆମ ଲିଷ୍ଟର ଅଷ୍ଟ୍ରେଲିଆର ଅଲ ରାଉଣ୍ଡର ଖେଳାଳି କେମରନ ଗ୍ରୀନ ଅଛନ୍ତି । ସେ ମାତ୍ର ଦୁଇ ବର୍ଷ ମଧ୍ୟରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସେ ଭଲ ବ୍ୟାଟିଂ କରିବା ସହ ଭଲ ବୋଲିଂ ବି କରନ୍ତି । ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଓଡିମ ସ୍ମିଥ । ଏହି ଅଲ ରାଉଣ୍ଡର ଖେଳାଳିଙ୍କୁ ପଞ୍ଜାବ କିଂ 6 କୋଟି ଟଙ୍କାରେ କିଣି ଥିଲା । ତେବେ ଆସୁଥିବା ଅକସନରେ ମଧ୍ୟ ବହୁତ ଟଙ୍କାରେ ଓଡିମଙ୍କୁ କିଣା ଯାଇପାରେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *