‘ଜମି ବିକି ଅର୍ଚ୍ଚନାକୁ ଟଙ୍କା ଦେଇଥିଲି ଘର କରିବାକୁ, ହେଲେ ସେମାନେ…’ Archana ଙ୍କ ବାପା କଲେ ମହାଖୁଲାସା, ଯାହା ସବୁ କହିଲେ ଶୁଣି ହେବେ ଆଶ୍ଚର୍ଯ୍ୟ !

ଦର୍ଶକ ବନ୍ଧୁ ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗଙ୍କ ମାମଲାରେ ଏବ ଏକ ନୂଆ ଚେହେରା ସାମ୍ନାକୁ ଆସିଛି । ଅର୍ଚ୍ଚନା ଏବେ ଇଡି ରିମାଣ୍ଡରେ ଅଛନ୍ତି । ଇଡି ଏବେ ତାଙ୍କୁ ଲଗାତର ପଚରା ଉଚରା କରୁଛି ଆଉ ଏହାରି ମଧ୍ୟରେ ଅର୍ଚ୍ଚନାଙ୍କ ବାପା ଗଣମାଧ୍ୟମ ସାମ୍ନାକୁ ଆସି ଏକ ବଡ ବୟାନ ଦେଇଛନ୍ତି । ଅର୍ଚ୍ଚନା ନାଗଙ୍କ କଳା କାର୍ଣ୍ଣମାକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି ।

ଏମିତିରେ ଗତ କିଛି ଦିନ ତଳେ ଅର୍ଚ୍ଚନା ଗଣମାଧ୍ୟମକୁ ପ୍ରଥମ ଥର ବୟାନ ଦେଇ କହିଥିଲେ ଯେ, ତାଙ୍କୁ କେବଳ ଅଧ ଘଣ୍ଟା ଦରକାର ଅଧ ଘଣ୍ଟାରେ ସେ ଏମିତି ସବୁ ତଥ୍ୟ ପ୍ରମାଣ ଦେବେ ଯାହା ଦ୍ଵାରା ପୁରା ରାଜ୍ୟ ବଦଳି ଯିବ । ଏହି ବୟାନକୁ ନେଇ ଅନେକ ବିବାଦ ସୃଷ୍ଟି ହୋଇଥିଲା ଆଉ ଏହାରି ମଧ୍ୟରେ ଅର୍ଚ୍ଚନାଙ୍କ ବାପା ଗଣମାଧ୍ୟମ ସାମ୍ନାକୁ ଆସି ଏକ ବଡ ବୟାନ ଦେଇଛନ୍ତି ।

ଦର୍ଶକ ବନ୍ଧୁ ଅର୍ଚ୍ଚନାଙ୍କ ବାପା କହିଛନ୍ତି-‘ଦୁଇ ବର୍ଷରେ ଗୋଟେ ଝିଅ ଏତେ ବଡ ଘର କରିଦେଲା । ଦୁଇ ବର୍ଷରେ 5 ବର୍ଷର ଛୁଆ ଥାଇ ତା ଉପରେ ସମସ୍ତ ଦୋଷ ଦେଇଦେଲେ ସେଇଟା ମୋତେ ଖରାପ ଲାଗୁଛି । ସେ ପ୍ରକୃତ ଚୋରକୁ ଆପଣ ମାନେ ଲୁଚେଇ ଦେଇକି ମୋ ଝିଅ ଉପରେ ଦୋଷ ଲଦି ଦେଉଛ । ପ୍ରକୃତ ଚୋର ହେଉଛି ଯେଉଁ ଝିଅ ବ୍ଲାକ ମେଲ କରୁଥିଲା ।

ସେ ଝିଅ ହେଉଛି ଏକ ନମ୍ବର ଡ୍ର-ଗସ ମଦ-ଉଆ ଆଉ ସେ ଫିଲ୍ମ ଡାଇରେକ୍ଟର ମାନେ ବି ସମସ୍ତେ ଚୋର । ନିଜେ ସେମାନେ ବ୍ଲାକ ମେଲର ଆଜ୍ଞା । ମୋ ଝିଅ ନିରୀହ ମୋ ଝିଅକୁ ସେ ଶ୍ରଦ୍ଧାଞ୍ଜଳି ଆଉ ସେ ଅକ୍ଷୟ ପରିଜା ଫସେଇ ଦେଇଛନ୍ତି । ମୁଁ ଜମି ବିକି ଅର୍ଚ୍ଚନାକୁ ଟଙ୍କା ଦେଇଥିଲି ଘର କରିବାକୁ । ମୁଁ ବି ସମାଜସେବୀ ମୁଁ ବି ନେତା ଆଉ ମିଡିଆ ଭାଇ ମାନଙ୍କର ପଛରେ ବୁଲୁ ଥିଲି ।

ମୋ ଝିଅର କୌଣସି ଭୁଲ ଆପଣ ମାନେ ପାଇ ନାହାନ୍ତି । ଆପଣ କାହିଁକି ତା ଉପରେ ଦୋଷ ଲଦୁ ଛନ୍ତି । ଆଜି ମୋର 50 ବର୍ଷ ହେଲା ମୋର ତିନିଟା ଟ୍ରକ ଥିଲା । ମୁଁ ମୋ ଜାଗା ବିକି 50-60 ଲକ୍ଷ ଟଙ୍କା ଅର୍ଚ୍ଚନାକୁ ଦେଇଛି ଘର କରିବା ପାଇଁ ଆମେ କଣ କରିବ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *