ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଓଡିଆ ଯାତ୍ରା ଜଗତରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜର ଦମଦାର ଅଭିନୟ ଏବଂ ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଦର୍ଶକ ବନ୍ଧୁ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଯାତ୍ରା ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଯାତ୍ରା ଇଣ୍ଡଷ୍ଟ୍ରିରେ ଅଭିନୟ କରି ପ୍ରସିଦ୍ଧି ହାସଲ କରିଛନ୍ତି ।
ଦର୍ଶକ ବନ୍ଧୁ ଗତ କିଛି ସମୟ ହେବ ଯାତ୍ରା ଜଗତର ଜଣେ ଲୋକପ୍ରିୟ ଅଭିନେତ୍ରୀ ଗଣମାଧ୍ୟମ ସାମ୍ନାକୁ ଆସି ଏକ ସାକ୍ଷାତ୍କାର ଦେଇଛନ୍ତି । ଏହି ଅଭିନେତ୍ରୀ ଜଣକ ଏପରି କିଛି କଥା କହୁଛନ୍ତି ଯାହା ଶୁଣିଲେ ଆପଣ ମାନେ ବହୁତ ହସିବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।
ଏହି ଅଭିନେତ୍ରୀ ଜଣକ ସାକ୍ଷାତ୍କାରରେ କହିଛନ୍ତି-‘ବଡଦାଣ୍ଡର ଭିକାରି ନାଟକରେ ଏକ ଭଲ ଡାଇଲଗ ମୋର ଅଛି । ସେଥିରେ ଜେନ୍ସ କମେଡି ତିନି ଜଣ ମୋ ସହ ବାହା ହେବା ପାଇଁ କହୁଛନ୍ତି । ସେମାନେ ଜିଦି କରୁଛନ୍ତି ଏ କହୁଛି ମୁଁ ବାହା ହେବି ସେ କହୁଛି ମୁଁ ବାହା ହେବି । ମୁଁ କହୁଛି ଝଗଡା କରନି ମୁଁ ତମ ତିନି ଜଣଙ୍କୁ ଗୋଟେ ପ୍ରଶ୍ନ ପଚାରୁଛି ଯିଏ ଏହି ପ୍ରଶ୍ନର ସଠିକ ଉତ୍ତର ଦେବ ତା ସହ ମୁଁ ବାହା ହେବି ।
ମୁଁ ତାଙ୍କୁ ପଚାରୁଛି ଏମିତି କେଉଁ ଜିନିଷ ଅଛି କୁହ ଯାହା ସ୍ତ୍ରୀ ମାନଙ୍କର ଗୋଲ ଗୋଲ ପୁରୁଷ ମାନଙ୍କର ଲମ୍ବା । ସେମାନେ ଭୁଲ ଭାଲ ଉତ୍ତର ଦେଉଛନ୍ତି । ଏହା ପରେ ମୁଁ ତାଙ୍କୁ ଉତ୍ତର ବିଷୟରେ କହୁଛି ତାହା ହେଉଛି ସିନ୍ଦୁର ଯାହା ସ୍ତ୍ରୀ ମାନେ ଗୋଲ କରି ଲଗାନ୍ତି ହେଲେ ପୁରୁଷ ମାନେ ଲମ୍ବା କରି । ସେମାନେ ପୁଣି ଗୋଟେ ଚାନ୍ସ ମାଗୁଛନ୍ତି ମୁଁ ତାଙ୍କୁ ପଚାରୁଛି କୁହ ଏବେ ଏମିତି କେଉଁ ଜିନିଷ ଅଛି ସ୍ଵାମୀ ଥରେ କରେ କିନ୍ତୁ ସ୍ତ୍ରୀ ସବୁ ଦିନ କରୁ ଥାଏ ।
ଏହି ପ୍ରଶ୍ନର ଉତ୍ତର ବି ସେ ଦେଇ ପାରୁ ନାହାନ୍ତି ଭୁଲ ଭାଲ ଦେଉଛନ୍ତି । ଉତ୍ତର ଦେଇ ମୁଁ କହୁଛି ବାହାଘର ଦିନ ସ୍ଵାମୀ ସ୍ତ୍ରୀ ମୁଣ୍ଡରେ ଥରେ ସିନ୍ଦୁର ଲଗାଇ ଥାଏ ହେଲେ ସ୍ତ୍ରୀ ସବୁଦିନ ଲଗାଏ’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।