ଦର୍ଶକ ବନ୍ଧୁ ବର୍ତ୍ତମାନର ସବୁଠାରୁ ବଡ ଖବର ଆସନ୍ତା କାଲି ନ୍ୟୁଜଲାଣ୍ଡକୁ ଭେଟିବାକୁ ଯାଉଛି ଭାରତ । ନ୍ୟୁଜଲାଣ୍ଡ ବିପକ୍ଷରେ ଖେଳିବେ ଏହି ୧୧ ଜଣ ଖେଳାଳି ଯାହାଙ୍କ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ଏହି ବିସ୍ପୋରକ ଖେଳାଳିକୁ ଦଳରେ ଖେଳିବାକୁ ମିଳିବନି ସୁଯୋଗ । ତା ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ବଡ ଖବର ବିଷୟରେ କହିବାକୁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।
ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଟି୨୦ ବିଶ୍ଵ କପ ୨୦୨୨ରେ ଭାରତ ପରାଜୟ ହେବା ପରେ ଭାରତୀୟ ଦଳରେ ଅନେକ କିଛି ପରିବର୍ତ୍ତନ ହୋଇଛି । ତେବେ ବର୍ତ୍ତମାନ ନ୍ୟୁଜଲାଣ୍ଡ ବିପକ୍ଷରେ ଥିବା ଭାରତର ମ୍ୟାଚ ଉପରେ ଅଧିକ ଗୁରୁତ୍ଵ ଦିଆ ଯାଇଛି । ନ୍ୟୁଜଲାଣ୍ଡ ବିପକ୍ଷରେ ଖେଳିବା ପାଇଁ ଭାରତୀୟ ଦଳରେ ଅନେକ ଖେଳାଳି ମାନଙ୍କୁ ପରିବର୍ତ୍ତନ କରାଯାଇଛି ।
ଭାରତ ଏବଂ ନ୍ୟୁଜଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି୨୦ ଆନ୍ତର୍ଜାତୀୟ ସିରିଜର ପ୍ରଥମ ମ୍ୟାଚ ଆସନ୍ତା କାଲି ଖେଳା ଯିବ । ଏହି ଟି୨୦ ସିରିଜରେ ଭାରତୀୟ ଦଳର ଅଧିନାୟକ ହେବେ ହାର୍ଦିକ ପାଣ୍ଡିଆ । ତେବେ ଏହି ମୁକବାଲା ପାଇଁ ପ୍ଲେଈଂ ୧୧ ଚୟନ କରିବା ସହଜ ନୁହେଁ । କାରଣ ଭାରତୀୟ ଦଳରେ ଏକାଧିକ ଶକ୍ତିଶାଳୀ ଖେଳାଳି ଅଛନ୍ତି । ତେବେ ଏହି ମୁକବାଲାରେ ପ୍ରଥମ ଖେଳାଳି ସଞ୍ଜୁ ସାମସନଙ୍କୁ ଚୟନ କରାଯିବ ବୋଲି ଜଣା ପଡିଛି ।
ସଞ୍ଜୁଙ୍କର ଛକା ମାରିବା କ୍ଷମତା ନ୍ୟୁଜଲାଣ୍ଡର ଛୋଟ ପଡିଆରେ ଟିମ ଇଣ୍ଡିଆକୁ ବହୁତ ଫାଇଦା ଦେବ । ତେବେ ସଞ୍ଜୁ ସାମସନ ପ୍ଲେଈଂ ୧୧ରେ ରହିଲେ ଇଶାନ କିସନଙ୍କୁ ବସିବାକୁ ପଡିବ । ଏହା ସହ ରିସବ ପନ୍ତ ମଧ୍ୟ ଏହି ମୁକବାଲା ଖେଳିବେ ଏଭଳି ପରିସ୍ଥିତିରେ ତିନି ଜଣ ୱିକେଟ କିପର ବ୍ୟାଟ୍ସ ମ୍ୟାନଙ୍କୁ ଖେଳେଇବା ଠିକ ନିଷ୍ପତ୍ତି ହେବ ନାହିଁ । ସେଥିପାଇଁ ନ୍ୟୁଜଲାଣ୍ଡ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚରେ ଇଶାନ କିସନଙ୍କୁ ବଳିଦାନ ଦେବାକୁ ପଡିବ ।
ଏହି ପ୍ଲେଈଂ ୧୧ରେ ସୁଗମନ ଗିଲ, ରିସବ ପନ୍ତ, ଶ୍ରେୟସ ଆୟର, ସୂର୍ଯ୍ୟ କୁମାର ଯାଦବ, ସଞ୍ଜୁ ସାମସନ, ହାର୍ଦିକ ପାଣ୍ଡିଆ, ୱାସିଙ୍ଗଟନ ସୁନ୍ଦର, ହରସଲ ପଟେଲ, ଚହଲ, ଭୁବନେଶ୍ଵର କୁମାର ଏବଂ ଅର୍ଶଦୀପ ସିଂହ ରହିବେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।