ଦର୍ଶକ ବନ୍ଧୁ ବର୍ତ୍ତମାନର ସବୁଠାରୁ ବଡ ଖବର ବସ ଭିତରୁ ଆର୍ତ୍ତ ଚିତ୍କାର । କଟକରେ ଅଭାବନୀୟ ଘଟଣା ବସ ଭିତରେ ନାବାଳିକାଙ୍କୁ ଅସଦାଚରଣ । ବାଦାମବାଦୀ ଥାନାରୁ ପୀଡ଼ିତାଙ୍କ ପରିବାର ପକ୍ଷରୁ ଏତଲା ଦିଆ ଯାଇଛି । ହଁ ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ଏହି ଖବରଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।
ଏବେ ଏହି ଘଟଣାକୁ ନେଇ ସମସ୍ତ ସ୍ଥାନରେ ଚର୍ଚ୍ଚାର ମାହୋଲ ରହିଛି । ଯେଉଁ ମାନେ ବି ଏହି ଘଟଣା ବିଷୟରେ ଜାଣୁ ଛନ୍ତି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଗତ ପାଞ୍ଚ ତାରିଖ ରାତିରେ ଜଣେ ନାବାଳିକା ଅନୁଗୁଳ ବସ ଷ୍ଟାଣ୍ଡରେ ଛିଡା ହୋଇଥିଲେ ଆଉ ଏହାର ସୁଯୋଗ ନେଇ ଜଣେ ବସ କଣ୍ଡକ୍ଟର ନାବାଳିକାଙ୍କୁ ବସ ଭିତରେ ନେଇ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି ।
ତେବେ ପୀଡ଼ିତା ଜଣକ ନିଜର ବୁଦ୍ଧି ଖର୍ଚ କରି ବସରୁ ଡେଇଁ ପଡିଥିଲେ । ସ୍ପର୍ଷ୍ଟ ଦିବାଲୋକରେ ମଧୁପାଟଣା ଥାନା ସମ୍ମୁଖରେ ଏଭଳି ଅଭାବନୀୟ ଘଟଣା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଅଭିଯୁକ୍ତ ବସ କଣ୍ଡକ୍ଟର ସମେତ କର୍ମଚାରୀ ମାନେ ଫେରାର ହୋଇଯାଇଛନ୍ତି । ଆପିସି ଧାରା 354 ପୋକସୋ ଆକ୍ଟ ଅନୁଯାଇ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ପୋଲିସ ।
ଅଭିଯୁକ୍ତଙ୍କୁ ଧରିବା ପାଇଁ କମିସନରେଟ ପୋଲିସର ଏକ ଟିମ ଅନୁଗୁଳ ଯାଇଛି । ଆଉ ଏହି ଘଟଣାକୁ ଅନୁଗୁଳ ବସ ସଂଘ ମାଲିକ ବି ନିନ୍ଦା କରିଛି । ଅଭିଯୁକ୍ତ କଣ୍ଡକ୍ଟର ପୂର୍ବରୁ ମଧ୍ୟ ଏଭଳି ଏକାଧିକ ଅପରାଧରେ ସମ୍ପୃକ୍ତ ଥିବା ସଂଘ ପକ୍ଷରୁ କୁହା ଯାଇଛି । ଏବେ ଉକ୍ତ କଣ୍ଡକ୍ଟର ଆଉ ବସ କର୍ମଚାରୀଙ୍କୁ ଖୋଜା ଚାଲିଛି । ସେମାନେ ଧରା ପଡିଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।
ତେବେ ବନ୍ଧୁଗଣ କଟକରେ ଯେଉଁ ଜଘନ୍ୟ ଘଟଣାଟି ଘଟିଛି ତାକୁ ନେଇ ସାରା ରାଜ୍ୟରେ ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଏବେ ଏହି ଘଟଣାକୁ ନେଇ ଅନେକ ଲୋକ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ମାନ ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।