ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଓଡିଆ ଯାତ୍ରା ଜଗତରେ ଅଭିନୟ କରୁଥିବା ସମସ୍ତ ଯାତ୍ରା ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଯାତ୍ରା ଅଭିନେତା ମାନେ ନିଜର ଜବରଦସ୍ତ ଅଭିନୟ ଏବଂ ନିଜ ଲାଇଫ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଦର୍ଶକ ବନ୍ଧୁ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଯାତ୍ରା ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଯାତ୍ରା ଦୁନିଆରେ ପ୍ରସିଦ୍ଧି ହାସଲ କରିଛନ୍ତି ।
ବନ୍ଧୁଗଣ ଏହି ଯାତ୍ରା ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ବିରେନ ମିଶ୍ର । ଆପଣ ମାନେ ସମସ୍ତେ ଯାତ୍ରା ଜଗତର ଦିଗଜ ଅଭିନେତା ବିରେନ ମିଶ୍ରଙ୍କୁ ନିଶ୍ଚୟ ଜାଣିଥିବେ । ବିରେନଙ୍କ ଜବରଦସ୍ତ ଅଭିନୟ ଆପଣ ମାନେ ଦେଖିଥିବେ । ବିରେନ ଯାତ୍ରା ଜଗତରେ ଅଭିନୟ କରି ପ୍ରସିଦ୍ଧି ହାସଲ କରିଛନ୍ତି ଆଉ ଆମ ଓଡିଶାରେ ତାଙ୍କ ଲୋକପ୍ରିୟତା ବେସ ଅଧିକ ରହିଛି ।
ତେବେ ବନ୍ଧୁଗଣ ବିରେନ ଏବେ ଯାତ୍ରାରେ ଆଉ ଅଭିନୟ କରୁ ନାହାନ୍ତି ଏହାର କାରଣ ବିଷୟର ବିରେନ ଏକ ସାକ୍ଷାତ୍କାରରେ କହିଛନ୍ତି । ଆଉ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ବିରେନ କହିଛନ୍ତି-‘ମୁଁ ଯାତ୍ରାକୁ ଯେଉଁ ବର୍ଷ ଗଲି ଗୋଟେ ବର୍ଷ କରେ ତା ପର ବର୍ଷ କରେନି ଆଉ ଗୋଟେ ବର୍ଷ କରେ ପୁଣି ପର ବର୍ଷ କରେନି । ଏପଟେ ସିରିଏଲରେ ଯଦି ମୋତେ ଲୋକ ମାନେ ଦେଖୁଥିବେ ସେମାନେ କହୁଥିବେ ଏହି ଭିଲିଆନ ସେପଟେ ଯାତ୍ରା ପାର୍ଟିରେ ଅଛନ୍ତି ।
ତେଣୁ ଯେଉଁ ବର୍ଷ ଶେଷ ପାର୍ଟିରେ ମୁଁ ଥିଲି ଇଷ୍ଟନରେ ତା ପର ବର୍ଷ ମୋତେ ବଙ୍କିମ ବାବୁ ଯିଏ ଥିଲେ ସେ ଗୋଟେ ନୂଆ ପାର୍ଟିକୁ ନେଇଗଲେ । ସେଇଠି ଖଲିକୋଟ ରାଜାଙ୍କୁ ନେଇ ଏକ କାହାଣୀ ଥିଲା ମୁଁ ଥିଲି ଖଲିକୋଟ ରାଜା । ମୋତେ ଏକ ଚପଲ ଦିଆ ହେଲା ପିନ୍ଧିବା ପାଇଁ ସେହି ଚପଲ ପିନ୍ଧି ମୁଁ ଟିକେ ଜୋର ଜୋରରେ ଚାଲୁ ଥିଲି ଆଉ ରିଏଲସେଲ କରୁଥିଲି ।
ହେଲେ ସେଇଠି ମୁଁ ଖସି ଗଲି ମୋର ଡାହାଣ ପଟ ହାତ ଆଉ ଗୋଡ କାମ କରିଲା ନାହିଁ । ମୋ ପଛ ମୁଣ୍ଡ ଫାଟି ଯାଇଥିଲା । ତିନି ଦିନ କାଳ ମୁଁ ଚିକିତ୍ସା ହେଲି ଆଉ ଆପଣ ବିଶ୍ଵାସ କରିବେନି ମୁଁ ତିନି ଦିନରେ 300 ରୁ 400ଟି ପେନ୍ କିଲର ଖାଇଛି । ମୋର ବେକରୁ 3ଟି ସ୍ପାଇନାଲ କର୍ଡ ଭାଙ୍ଗି ଯାଇଥିଲା । ମୁଁ ତିନି ମାସ ଚିକିତ୍ସା ନେଲି ଆଉ ଭଗବାନଙ୍କ ଦୟାରୁ ଠିକ ହେଇ ଗଲି । ମୁଁ ଆଉ ଚିନ୍ତା କରିପାରୁନି ଏ ଯାତ୍ରା ପେଣ୍ଡାଲରେ ଯାଇ ଛିଡା ହେଇପାରିବି । ସେଥିପାଇଁ ମୁଁ ଯାତ୍ରା ଛାଡିଲି’ ।