ଭାଇଙ୍କ କୁକୁରକୁ ମୁଁ ନେଉଛି ,ସେ କିଏ କହିବାକୁ ?

ଦର୍ଶକ ବନ୍ଧୁ ନାବାଳକକୁ କୁକୁର କାମୁଡିବା ଘଟଣାକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । କୁକୁରଟି ନାବାଳକକୁ କାମୁଡିବା ପରେ ସାରା କଲୋନୀ ବାସୀ ଇନ୍ଫୋସିଟି ଥାନା ଯାଇ କୁକୁର ମାଲିକ ବିରୋଧରେ ଅଭଯୋଗ କରିଛନ୍ତି । ଆଉ ଏବେ ସେହି କୁକୁର ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି । ତେଣୁ ଏବେ ସେହି କୁକୁରକୁ ସ୍ଥାନ୍ତରିତ କରାଯିବ । ମିଡିଆ ରିପୋର୍ଟସ ଅନୁସାରେ କୁକୁରର ମାଲିକ ଯିଏ ରହିଥିଲେ ତାଙ୍କ ଭାଇ ଆସି ଏବେ ପହଞ୍ଚି ଛନ୍ତି,

କିଛି ସମୟ ପରେ କୁକୁରକୁ ସ୍ଥାନାନ୍ତରିତ କରାଯିବ । ତେବେ ବର୍ତ୍ତମାନ କୁକୁର ମାଲିକ ଆଉ କଲୋନୀ ଲୋକଙ୍କ ମଧ୍ୟରେ ପାଟି ତୁଣ୍ଡ ଚାଲିଛି । ଆନିମଲ ଲଭର ମାନେ ଆସି ଏଇଠି କୁକୁର ରହିବା ପାଇଁ କହୁଛନ୍ତି ହେଲେ ପୀଡ଼ିତା କୁନି ପିଲାର ବାପା-ମାଆ ଏବଂ କଲୋନୀ ବାସୀ ତାଙ୍କୁ ବିରୋଧ କରୁଛନ୍ତି ।

କୁକୁରଟି ଏତେ ବଡ ଘଟଣା ଘଟେଇ ସାରିଲାଣି ତଥାପି କିଛି ଆନିମଲ ଲଭର ମାନେ କୁକୁରକୁ ରଖିବା ପାଇଁ କହୁଛନ୍ତି । ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ଆନିମଲ ଲଭର ଏପରି କିଛି ବୟାନ ଦେଇଛନ୍ତି ଯାହା ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ଆନିମଲ ଲଭର ଜଣକ କହିଛନ୍ତି-‘ଆଜ୍ଞା ଆମେ ଆସିଥିଲୁ କୁକୁର ପାଇଁ ହେଲେ ଏଠି କଲୋନୀ ଲୋକ ମାନେ ଆସି ଆମ ସହ ଖରାପ ବ୍ୟବହାର ପଦର୍ଶନ କରୁଛନ୍ତି । ଯେଉଁ ଛୁଆକୁ କୁକୁର କାମୁଡିଛି ତାର ମାମୁ ମୋତେ ଅଭଦ୍ର ଭାଷାରେ ଗାଳି କରିଛନ୍ତି । ମୁଁ ତାଙ୍କ ନାଁ ପଚାରିବା ବେଳକୁ ସେ ତାଙ୍କ ନାଁ କହୁ ନାହାନ୍ତି ଏବେ ସେ ଆହୁରି ଓଲଟା ଆମ ଉପରେ ଚାର୍ଜ କରୁଛନ୍ତି ।

କୁକୁରକୁ ତାର ମାଲିକ ଦେବାକୁ ଚାହୁଁ ନାହାନ୍ତି ହେଲେ ତାଙ୍କ ଭାଇ ଜବରଦସ୍ତି କୁକୁରକୁ ନେଇ ଯାଉଛନ୍ତି । ସେ ଯାହା କରିବାର ଥିଲେ ଆମେ ଦେଖିଲୁ ଏବେ ଆମେ କଣ କରିବୁ ଆପଣ ଆଗକୁ ଜାଣିବେ । ସେ କୁକୁର ବୋଲି ନୁହେଁ ତା ସହ ଯାହା ଇଛା ତାହା କରିବ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଆନିମଲ ଲଭର ଜଣକ ନିଜର ବୟାନ ଦେଇଛନ୍ତି । ତେବେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *