ବିଧାୟକ ଦେବୀ ମିଶ୍ର ଓ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ବିରୋଧ । ଲୋକେ ପ୍ରଶ୍ନ କଲେ, ସରପଞ୍ଚଙ୍କ ବିନା ମନ୍ତ୍ରୀ ଓ ବିଧାୟକ କେମିତି କଲେ ଶିଳାନ୍ୟାସ ? ଫଳକରେ ନାହିଁ ସରପଞ୍ଚ ଓ ସମିତିସଭ୍ୟଙ୍କ ନାଁ, ସରପଞ୍ଚ କହିଲେ, ଆଗାମୀ ଦିନରେ ହେବ ଅଣ୍ଡା ମାଡ । ସ୍ଥାନୀୟ ଲୋକେ କହିଲେ ଉନ୍ନତି ମୂଳକ କାର୍ଯ୍ୟରେ ସହଯୋଗ କରୁ ନାହାନ୍ତି ବିଧାୟକ । ମନ୍ତ୍ରୀ ଅତନୁ ସବ୍ୟସାଚୀ ଏବଂ ବିଧାୟକ ଦେବୀ ମିଶ୍ରଙ୍କୁ ବିରୋଧ କରିବା ସହ ଚେତାବନୀ ବି ଦେଲେ,
ଯଦି ଆଗାମୀ ଦିନରେ ବିଧାୟକ ଏମିତି କରନ୍ତି ତେବେ କଳା ପତାକା ସହ ତାଙ୍କୁ ଅଣ୍ଡା ମାଡ ହେବ । ସରପଞ୍ଚଙ୍କ ବିନା ବିଧାୟକ ଦେବୀ ମିଶ୍ର ଏମିତି ଶିଳାନ୍ୟାସ କଲେ ଯାହାକୁ ନେଇ ସରପଞ୍ଚଙ୍କ ସମର୍ଥକ ମାନେ ମନ୍ତ୍ରୀ ଓ ବିଧାୟକଙ୍କ ବାଟ ଓଗାଳି ଥିଲେ । ଦେବୀ ମିଶ୍ରଙ୍କ ନିଜ ନିର୍ବାଚନ ମଣ୍ଡଳୀର ଏକ କ୍ଲବ ଘରର ଶିଳାନ୍ୟାସର କାର୍ଯ୍ୟକ୍ରମରେ ଲୋକମାନେ ତାଙ୍କୁ ଘେରି ଯାଇଥିଲେ ।
କେବଳ ସେତିକି ନୁହେଁ ବିଧାୟକଙ୍କ ବିରୋଧରେ ସରପଞ୍ଚଙ୍କ ସମର୍ଥକ ମାନେ ଅଭିଯୋଗ ବି କରିଛନ୍ତି । ସେମାନେ କହିଛନ୍ତି ପଞ୍ଚାୟତର ଉନ୍ନତି ମୂଳକ କାର୍ଯ୍ୟରେ ସରପଞ୍ଚଙ୍କୁ ବିଧାୟକ ସହଯୋଗ କରୁ ନାହାନ୍ତି । ତେବେ ସେମାନେ ଆହୁରି ମଧ୍ୟ କହିଛନ୍ତି, ବିଧାୟକ ଦେବୀ ମିଶ୍ର ଏକ ଶିଳାନ୍ୟାସ ଉଦ୍ଘାଟନ କରିବାକୁ ଆସିଛନ୍ତି ହେଲେ ସେମାନେ ସରପଞ୍ଚଙ୍କୁ ନିମନ୍ତ୍ରଣ କରି ନାହାନ୍ତି । ସରପଞ୍ଚଙ୍କୁ ପୁରା ଅଣ ଦେଖା କରାଯାଇଛି । ତେଣୁ ଆମେ ଜାଣିବାକୁ ଚାହୁଁଛୁ ଯଦି ନୂଆ ପାଟଣାର ନେତା କୁହାଯାଏ ତେବେ ସେ ହେଉଛନ୍ତି ସରପଞ୍ଚ ।
ତେଣୁ ଯଦି ସେ ସରପଞ୍ଚଙ୍କୁ ଅଣ ଦେଖା କରୁଛନ୍ତି ତାଙ୍କୁ ଡାକୁ ନାହାନ୍ତି ତା ହେଲେ କାହା କଥାରେ ନୂଆ ପାଟଣାରେ ଏହି ଉନ୍ନତି ମୂଳକ କାର୍ଯ୍ୟ ସବୁ ହେଉଛି । ତେବେ ଗାଁ ଲୋକ ଏନେଇ ବିଧାୟକଙ୍କୁ ପ୍ରଶ୍ନ କରିଥିଲେ ଆଉ ବିଧାୟକ ମଧ୍ୟ କହିଛନ୍ତି, ଯଦି ଏଭଳି କିଛି ଭୁଲ ହେଇଛି ତା ହେଲେ ଏହି ଭୁଲକୁ ସେ ନିଶ୍ଚିତ ସୁଧାରିବେ ଆଉ ଏମିତି କେବେ ବି ହେବ ନାହିଁ । ତେବେ ସରପଞ୍ଚ ବି ଏହାର ଘୋର ନିନ୍ଦା କରିଛନ୍ତି ।
ତେଣୁ ଯଦି ଆଗାମୀ ଦିନରେ ଏପରି କିଛି ହୁଏ ତା ହେଲେ ସରପଞ୍ଚ ଅଣ୍ଡା ମାଡ କରିବେ ବୋଲି କହିଛନ୍ତି । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।